ଅସ୍ଥିକୁ ଶକ୍ତ କରେ ଖଜୁରି
ଖଜୁରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ ଯଦି ଜଣେ ବ୍ୟକ୍ତି ନିୟମିତ ଖଜୁରି ଖାଆନ୍ତି ତେବେ ତାଙ୍କର ଅସ୍ଥି ପୂର୍ବାପେକ୍ଷା ମଜଭୁତ ରହିବ। ଟୋକିଓ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଖଜୁରି ଖାଇବା ଦ୍ୱାରା ଏହାର କି ପ୍ରକାର ପ୍ରଭାବ ଅସ୍ଥି ଉପରେ ପଡୁଛି ତାହା ଉପରେ ଏକ ସର୍ଭେ କରିଥିଲେ। ବିଶେଷଭାବରେ ଅସ୍ଥିଜନିତ ସମସ୍ୟାର ସମ୍ମୁଖୀନ ହୋଇଥିବା କେତେକ ବ୍ୟକ୍ତିଙ୍କୁ ଏହାର ପରିସରଭୁକ୍ତ କରାଯାଇଥିଲା। କେବଳ ସେତିକି ନୁହେଁ, […] The post ଅସ୍ଥିକୁ ଶକ୍ତ କରେ ଖଜୁରି appeared first on Dharitri Odia News.
ଖଜୁରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ ଯଦି ଜଣେ ବ୍ୟକ୍ତି ନିୟମିତ ଖଜୁରି ଖାଆନ୍ତି ତେବେ ତାଙ୍କର ଅସ୍ଥି ପୂର୍ବାପେକ୍ଷା ମଜଭୁତ ରହିବ। ଟୋକିଓ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଖଜୁରି ଖାଇବା ଦ୍ୱାରା ଏହାର କି ପ୍ରକାର ପ୍ରଭାବ ଅସ୍ଥି ଉପରେ ପଡୁଛି ତାହା ଉପରେ ଏକ ସର୍ଭେ କରିଥିଲେ। ବିଶେଷଭାବରେ ଅସ୍ଥିଜନିତ ସମସ୍ୟାର ସମ୍ମୁଖୀନ ହୋଇଥିବା କେତେକ ବ୍ୟକ୍ତିଙ୍କୁ ଏହାର ପରିସରଭୁକ୍ତ କରାଯାଇଥିଲା। କେବଳ ସେତିକି ନୁହେଁ, ସେମାନଙ୍କୁ ନିୟମିତ ଖାଦ୍ୟ ସହ ଖଜୁରି ଖାଇବାକୁ ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ନିୟମିତ ସମୟ ଅନ୍ତରାଳରେ ଏହାର ପ୍ରଭାବ ଅସ୍ଥି ଉପରେ କିପରି ପଡୁଛି ତାହାକୁ ସେମାନେ ତନ୍ନ ତନ୍ନ କରି ତର୍ଜମା କରି ଏକଥା ଜାଣିପାରିଥିଲେ। ଖଜୁରି ଖାଇଲେ ତାହା ଗ୍ୟାଷ୍ଟ୍ରିକଜନିତ ସମସ୍ୟା କେତେକାଂଶରେ ଦୂର କରିଥାଏ। ଏହାବ୍ୟତୀତ କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ଉପମଶମ ମିଳିଥାଏ।
The post ଅସ୍ଥିକୁ ଶକ୍ତ କରେ ଖଜୁରି appeared first on Dharitri Odia News.