ଆଇଆଇଟି ବମ୍ବେ ସହ ଜେଏସ୍ଏଲ୍ର ସହଭାଗିତା
ଭୁବନେଶ୍ୱର,୩୦।୭: ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ (ଜେଏସଏଲ) ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବା ଆଇଆଇଟି ବମ୍ବେ ସହ ନିକଟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ ହୋଇଛି। ଏହି ସହଭାଗିତା କାର୍ଯ୍ୟକ୍ରମ ଜରିଆରେ ଜେଏସଏଲର କର୍ମଚାରୀଙ୍କ ପାଇଁ ଷ୍ଟିଲ ଟେକ୍ନୋଲୋଜିରେ ଦୁଇ ବର୍ଷିଆ ଏମଟେକ୍ ପାଠ୍ୟକ୍ରମର ଦ୍ୱିତୀୟ ବ୍ୟାଚ୍ ଆରମ୍ଭ କରିଛି। ଏପରିକି ଉନ୍ନତ ପ୍ରକ୍ରିୟା ଓ ଅଭ୍ୟାସ ପାଇଁ ଅଭିନବ ଉପାୟରେ ଜୀବନରେ ଉନ୍ନତି ଆଣିବା ଏବଂ ସ୍ଥାୟୀ ତଥା ବିଶ୍ୱସ୍ତରୀୟ ସମାଧାନ ସୃଷ୍ଟି କରିବାରେ […] The post ଆଇଆଇଟି ବମ୍ବେ ସହ ଜେଏସ୍ଏଲ୍ର ସହଭାଗିତା appeared first on Dharitri Odia News.
ଭୁବନେଶ୍ୱର,୩୦।୭: ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ (ଜେଏସଏଲ) ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବା ଆଇଆଇଟି ବମ୍ବେ ସହ ନିକଟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ ହୋଇଛି। ଏହି ସହଭାଗିତା କାର୍ଯ୍ୟକ୍ରମ ଜରିଆରେ ଜେଏସଏଲର କର୍ମଚାରୀଙ୍କ ପାଇଁ ଷ୍ଟିଲ ଟେକ୍ନୋଲୋଜିରେ ଦୁଇ ବର୍ଷିଆ ଏମଟେକ୍ ପାଠ୍ୟକ୍ରମର ଦ୍ୱିତୀୟ ବ୍ୟାଚ୍ ଆରମ୍ଭ କରିଛି।
ଏପରିକି ଉନ୍ନତ ପ୍ରକ୍ରିୟା ଓ ଅଭ୍ୟାସ ପାଇଁ ଅଭିନବ ଉପାୟରେ ଜୀବନରେ ଉନ୍ନତି ଆଣିବା ଏବଂ ସ୍ଥାୟୀ ତଥା ବିଶ୍ୱସ୍ତରୀୟ ସମାଧାନ ସୃଷ୍ଟି କରିବାରେ ଅଗ୍ରଣୀ ସ୍ଥାନ ବଜାୟ ରଖିବା ପାଇଁ କମ୍ପାନୀ ଏହି ପାଠ୍ୟକ୍ରମ ଆରମ୍ଭ କରିଛି।
ସେହିଭଳି ଲୁହା ଏବଂ ଇସ୍ପାତ ତିଆରି ପ୍ରଯୁକ୍ତି ବିଦ୍ୟା ବିଷୟରେ କର୍ମଚାରୀଙ୍କ ଜ୍ଞାନକୁ ଗଭୀର କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ଏହି କାର୍ଯ୍ୟକ୍ରମର ଅଂଶଗ୍ରହଣକାରୀଙ୍କୁ ଅତ୍ୟାଧୁନିକ ଶିଳ୍ପ ଉଦ୍ଭାବନ ବିଷୟରେ ଅବଗତ କରାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ପ୍ରାୟୋଜିତ ପାଠ୍ୟକ୍ରମରେ ନାମଲେଖା ପାଇଁ ବିଭିନ୍ନ ଯୋଗ୍ୟତା ମାନଦଣ୍ଡ ଯଥା ଜିନ୍ଦଲ ଷ୍ଟେନଲେସ୍ କିମ୍ବା ଏହାର ସହାୟକ ସଂସ୍ଥାରେ ଅତିକମରେ ତିନି ବର୍ଷର କାର୍ଯ୍ୟକାଳ, ସର୍ବନିମ୍ନ ୬୦% ସହିତ ମେକାନିକାଲ କିମ୍ବା ମେଟାଲର୍ଜିରେ ବିଟେକ୍ ଡିଗ୍ରୀ ଏବଂ ସଂସ୍ଥାରେ ନିରନ୍ତର ଉତମ ପ୍ରଦର୍ଶନଭଳି ମାନଦଣ୍ଡ ସାମିଲ ରହିଛି।
ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ବଜାର ଧାରାର ପୂର୍ବାନୁମାନ କରିବା ସହ ଅଗ୍ରଣୀ ରହିବା ପାଇଁ ବିଶେଷ ଜ୍ଞାନ ଥିବା ଉଚ୍ଚ କୁଶଳୀ ପେସାଦାର ସୃଷ୍ଟି କରିବା ସକାଶେ ଏହି ପଦକ୍ଷେପ ନିଆଯାଇଛି। ଜିନ୍ଦଲ ଷ୍ଟେନଲେସରେ ଆମେ ଲୋକଙ୍କ ଉପରେ ନିବେଶ କରିବା ଏବଂ ନିରନ୍ତର ଶିକ୍ଷା ଓ ଉଦ୍ଭାବନର ସଂସ୍କୃତିକୁ ପ୍ରୋତ୍ସାହିତ କରିବାରେ ବିଶ୍ୱାସ କରିଥାଏ। ଭାରତର ପ୍ରମୁଖ ଇଞ୍ଜିନିୟରିଂ କଲେଜ ସହ ଭାଗିଦାରୀ କରି ଆମେ କେବଳ ଆମର ଜ୍ଞାନ ପରିସର ବୃଦ୍ଧି କରୁ ନାହୁଁ, ବରଂ ଭାରତୀୟ ଷ୍ଟେନଲେସ୍ ଇସ୍ପାତ ଶିଳ୍ପର ମାନକୁ ମଧ୍ୟ ଉନ୍ନତ କରିବୁ ବୋଲି ଆମେ ବିଶ୍ୱାସ କରୁଛୁ।
The post ଆଇଆଇଟି ବମ୍ବେ ସହ ଜେଏସ୍ଏଲ୍ର ସହଭାଗିତା appeared first on Dharitri Odia News.