ଆଇନ ମନ୍ତ୍ରୀଙ୍କୁ ୪୮ ହିନ୍ଦୀ,ସଂସ୍କୃତ ଶିକ୍ଷକ ସଂଘର ଫେରାଦ
ବରଗଡ଼, ୭।୯( ପ୍ରେମାନନ୍ଦ ଖମାରୀ):୪୮ ହିନ୍ଦୀ/ସଂସ୍କୃତ ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ଆଇନ ମନ୍ତ୍ରୀଙ୍କୁ ଫେରାଦ ହୋଇଛନ୍ତି। ସଂଘର ନେତା ଅକ୍ଷୟ କୁମାର ନାୟକଙ୍କ ନେତୃତ୍ୱରେ ବରଗଡ଼ ଜିଲାର ପ୍ରତିନିଧି ସୁଦାମା ବାରିକ, ରମେଶ ଚନ୍ଦ୍ର ପ୍ରଧାନ, ତପନ କୁମାର ନନ୍ଦ, ଯତୀନ୍ଦ୍ର ସାହୁ ପ୍ରମୁଖ ମନ୍ତ୍ରୀଙ୍କୁ ଓଡ଼ିଶା ବିଧାନସଭା ସ୍ଥିତ ତାଙ୍କ ପ୍ରକୋଷ୍ଠରେ ଭେଟି ରାଜ୍ୟରେ ନୂତନ ଅନୁଦାନପ୍ରାପ୍ତ ହାଇସ୍କୁଲରେ ଅପ୍ରଶିକ୍ଷିତ ହିନ୍ଦୀ/ସଂସ୍କୃତ ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କ ସମସ୍ୟା ଉପରେ ଅବଗତ କରାଇଥିଲେ। […] The post ଆଇନ ମନ୍ତ୍ରୀଙ୍କୁ ୪୮ ହିନ୍ଦୀ,ସଂସ୍କୃତ ଶିକ୍ଷକ ସଂଘର ଫେରାଦ appeared first on Dharitri Odia News.
ବରଗଡ଼, ୭।୯( ପ୍ରେମାନନ୍ଦ ଖମାରୀ):୪୮ ହିନ୍ଦୀ/ସଂସ୍କୃତ ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ଆଇନ ମନ୍ତ୍ରୀଙ୍କୁ ଫେରାଦ ହୋଇଛନ୍ତି। ସଂଘର ନେତା ଅକ୍ଷୟ କୁମାର ନାୟକଙ୍କ ନେତୃତ୍ୱରେ ବରଗଡ଼ ଜିଲାର ପ୍ରତିନିଧି ସୁଦାମା ବାରିକ, ରମେଶ ଚନ୍ଦ୍ର ପ୍ରଧାନ, ତପନ କୁମାର ନନ୍ଦ, ଯତୀନ୍ଦ୍ର ସାହୁ ପ୍ରମୁଖ ମନ୍ତ୍ରୀଙ୍କୁ ଓଡ଼ିଶା ବିଧାନସଭା ସ୍ଥିତ ତାଙ୍କ ପ୍ରକୋଷ୍ଠରେ ଭେଟି ରାଜ୍ୟରେ ନୂତନ ଅନୁଦାନପ୍ରାପ୍ତ ହାଇସ୍କୁଲରେ ଅପ୍ରଶିକ୍ଷିତ ହିନ୍ଦୀ/ସଂସ୍କୃତ ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କ ସମସ୍ୟା ଉପରେ ଅବଗତ କରାଇଥିଲେ। ଏ ନେଇ ସଂଘ ପକ୍ଷରୁ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।
ପ୍ରକାଶଥାଉକି, ଶିକ୍ଷା ଆଇନ ୧୯୭୪ ଧାରା ୧୬(ଖ) ଅନୁସାରେ ହାଇସ୍କୁଲରେ କାର୍ଯ୍ୟରତ ଅପ୍ରଶିକ୍ଷିତ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ୪୮ବର୍ଷ ପ୍ରବେଶ ହେବା କ୍ଷଣି ଟ୍ରେଣ୍ଡ ଗ୍ରାଜୁଏଟ ସ୍କେଲ ହାରରେ ଦରମା ମିଳିବା କଥା। କିନ୍ତୁ ଉଚ୍ଚ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟର ଆଦେଶନାମା ମିଳିଲା ପରେ ସରକାର ପାଖାପାଖି ୨୦୦ ହିନ୍ଦୀ/ସଂସ୍କୃତ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ତାଙ୍କର ହକ୍ ପ୍ରଦାନ କରିଥିଲେ। ବାକି ସମସ୍ତ ମାମଲାଗୁଡ଼ିକୁ ସରକାର ଖାରଜ କରି ଦେଇଥିଲେ। ପରବର୍ତ୍ତୀ ସମୟରେ ଏହି ମାମଲାକୁ ଉଚ୍ଚ ନ୍ୟାୟାଳୟର ସିଙ୍ଗଲ ବେଞ୍ଚରେ ଚ୍ୟାଲେଞ୍ଜ କରାଯାଇଥିଲା। ସିଙ୍ଗଲ ବେଞ୍ଚ ଓ ଡବଲ ବେଞ୍ଚରେ ସରକାର ହାରିଲା ପରେ ଶିକ୍ଷକମାନଙ୍କ ନ୍ୟାଯ୍ୟ ଅଧିକାର ସେମାନଙ୍କୁ ପ୍ରଦାନ କରିବା ପରିବର୍ତ୍ତେ ଏବେ ପୁଣି ସେହି ସମାନ ମାମଲାଟିକୁ ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ଠିକ୍ ଭାବେ ଦାଏର ନ କରି (ଡିଫେକ୍ଟ ଲିଷ୍ଟରେ ପକାଇ) ଦିନ ପରେ ଦିନ ଗଡ଼ାଇ ଚାଲିଥିବା ଅଭିଯୋଗ ହୋଇଛି। ଏପଟେ ଶିକ୍ଷକମାନେ ବୟସର ଅପରାହ୍ନରେ ପଦାର୍ପଣ କରି ସେବା ନିବୃତ୍ତ ହେଉଛନ୍ତି ଓ ମୃତ୍ୟୁମୁଖରେ ପଡ଼ୁଛନ୍ତି ବୋଲି ସଂଘ ଅଭିଯୋଗ କରିଛି। ଫଳରେ ଏହାର ସମାଧାନ ପାଇଁ ସରକାର ବିହିତ ପଦକ୍ଷେପ ନେବାକୁ ମନ୍ତ୍ରୀଙ୍କୁ ନିବେଦନ କରାଯାଇଛି।
The post ଆଇନ ମନ୍ତ୍ରୀଙ୍କୁ ୪୮ ହିନ୍ଦୀ,ସଂସ୍କୃତ ଶିକ୍ଷକ ସଂଘର ଫେରାଦ appeared first on Dharitri Odia News.