ଆଇପିଏଲ ୨୦୨୫ ଯାଏଁ ଖେଳିବେ ଧୋନି!

ନୂଆଦିଲ୍ଲୀ,୨୩।୫: ଯେତେବେଳେ ମେ ୧୮ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇବା ପରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳକୁ ଆଇପିଏଲ ୨୦୨୪ ରୁ ହଟାଗଲା, ଅନେକ ଲୋକ ଭାବିଲେ ଏହା ଏମଏସ ଧୋନିଙ୍କ ଶେଷ ମ୍ୟାଚ । ଅନେକ ସମୀକ୍ଷକ ଏହାକ ନେଇ ରାଗିଗଳେ ଯେ, ଆରସିବି ଖେଳାଳିମାନେ ତାଙ୍କୁ ବିଦାୟ ଦେଇନାହାଁନ୍ତି। କିନ୍ତୁ ଧୋନି ତ ଅବସର ନେବାନେଇ କୌଣସି ଘୋଷଣା କରିନାହାଁନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ସିଇଓ କାଶୀ ବିଶ୍ୱନାଥନ ଆଶାବାଦୀ ଅଛନ୍ତି ଯେ, […] The post ଆଇପିଏଲ ୨୦୨୫ ଯାଏଁ ଖେଳିବେ ଧୋନି! appeared first on Dharitri Odia News.

ଆଇପିଏଲ ୨୦୨୫ ଯାଏଁ ଖେଳିବେ ଧୋନି!

ନୂଆଦିଲ୍ଲୀ,୨୩।୫: ଯେତେବେଳେ ମେ ୧୮ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇବା ପରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳକୁ ଆଇପିଏଲ ୨୦୨୪ ରୁ ହଟାଗଲା, ଅନେକ ଲୋକ ଭାବିଲେ ଏହା ଏମଏସ ଧୋନିଙ୍କ ଶେଷ ମ୍ୟାଚ । ଅନେକ ସମୀକ୍ଷକ ଏହାକ ନେଇ ରାଗିଗଳେ ଯେ, ଆରସିବି ଖେଳାଳିମାନେ ତାଙ୍କୁ ବିଦାୟ ଦେଇନାହାଁନ୍ତି। କିନ୍ତୁ ଧୋନି ତ ଅବସର ନେବାନେଇ କୌଣସି ଘୋଷଣା କରିନାହାଁନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ସିଇଓ କାଶୀ ବିଶ୍ୱନାଥନ ଆଶାବାଦୀ ଅଛନ୍ତି ଯେ, ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୫ ଯାଏଁ ଖେଳିବେ।

ଚେନ୍ନାଇ ସୁପର କିଙ୍ଗ୍ସକୁ ପାଞ୍ଚ ପାଞ୍ଚଟି ଆଇପିଏଲ ଟାଇଟଲ ଦେଇଥିବା ଧୋନି ଏହି ସିଜିନ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ଏହି ଦାୟିତ୍ୱ ରିତୁରାଜ ଗାଇକୱାଡଙ୍କୁ ହସ୍ତାନ୍ତର କରାଯାଇଥିଲା । ସେବେଠାରୁ ଏହି ଟୁର୍ନାମେଣ୍ଟ ଧୋନିଙ୍କ ଶେଷ ସିଜନ ହୋଇପାରେ ବୋଲି କଳ୍ପନାଜଳ୍ପନା ଚାଲିଛି। କିନ୍ତୁ କାଶୀ ବିଶ୍ୱନାଥନ ଏହାକୁ ବିଶ୍ୱାସ କରନ୍ତି ନାହିଁ ।

CSKର ୟୁଟ୍ୟୁବ ଚ୍ୟାନେଲରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ବିଶ୍ୱନାଥନ କହିଛନ୍ତି, ମୁଁ ଜାଣେ ନାହିଁ । ଏହି ପ୍ରଶ୍ନର ଉତ୍ତର କେବଳ MS ଦେଇପାରିବେ। ଆମେ ସବୁବେଳେ ଧୋନିଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇଥାଉ । ଆମେ ଏହାକୁ ତାଙ୍କ ନିକଟରେ ଛାଡିଛୁ। ସେ ଆହୁରି କହିଛନ୍ତି, ଆପଣ ସମସ୍ତେ ଜାଣନ୍ତି ଯେ ସେ ସର୍ବଦା ତାଙ୍କ ନିଷ୍ପତ୍ତି ଉପଯୁକ୍ତ ସମୟରେ ଘୋଷଣା କରନ୍ତି।

The post ଆଇପିଏଲ ୨୦୨୫ ଯାଏଁ ଖେଳିବେ ଧୋନି! appeared first on Dharitri Odia News.