ବିଧାନସଭା ବଜେଟ ଅଧିବେଶନର ୨ୟ ଦିନ, ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା
ଭୁବନେଶ୍ୱର ୨୩।୦୭ : ମଙ୍ଗଳବାର ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ଦିନ। ଗୃହରେ ପଞ୍ଚାୟତରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ, ରାଜ୍ୟ ବୀମା ଓ ସରକାରୀ ଉଦ୍ୟୋଗର ପ୍ରଶ୍ନ କାଳ ରହିଛି।ତେବେ ବିରୋଧୀ ଦଳ ପକ୍ଷରୁ ଦରଦାମ ବୃଦ୍ଧି ଆଉ ସରକାର ଚୁପ୍ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଦିଆଯାଇଛି। ପ୍ରଥମ ଦିନରେ ଦୁଇ ବିରୋଧୀ ବିଜେଡ଼ି ଓ କଂଗ୍ରେସ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠାଇ ସରକାରକୁ ଘେରିଥିଲେ। ୨ୟ ଦିନରେ ବି ଗୃହରେ ସରଗରମ ଦେଖା ଦେଇପାରେ। ଏହାସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ଅନ୍ୟପଟେ ଉପ ବାଚସ୍ପତି ନିର୍ବାଚନ ପାଇଁ ଘୋଷଣା କରାଯିବ। ୨୪ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।
ଭୁବନେଶ୍ୱର ୨୩।୦୭ : ମଙ୍ଗଳବାର ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ଦିନ। ଗୃହରେ ପଞ୍ଚାୟତରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ, ରାଜ୍ୟ ବୀମା ଓ ସରକାରୀ ଉଦ୍ୟୋଗର ପ୍ରଶ୍ନ କାଳ ରହିଛି।
ତେବେ ବିରୋଧୀ ଦଳ ପକ୍ଷରୁ ଦରଦାମ ବୃଦ୍ଧି ଆଉ ସରକାର ଚୁପ୍ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଦିଆଯାଇଛି। ପ୍ରଥମ ଦିନରେ ଦୁଇ ବିରୋଧୀ ବିଜେଡ଼ି ଓ କଂଗ୍ରେସ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠାଇ ସରକାରକୁ ଘେରିଥିଲେ। ୨ୟ ଦିନରେ ବି ଗୃହରେ ସରଗରମ ଦେଖା ଦେଇପାରେ। ଏହାସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ଅନ୍ୟପଟେ ଉପ ବାଚସ୍ପତି ନିର୍ବାଚନ ପାଇଁ ଘୋଷଣା କରାଯିବ। ୨୪ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।