ଆଇପିଏଲ୍‌କୁ ଫେରିବା ଲକ୍ଷ୍ୟରେ କୁମିନ୍ସ

ସିଡ୍‌ନୀ,୨୧ା୨: ଅଷ୍ଟ୍ରେଲିଆ ଟେଷ୍ଟ ଅଧିନାୟକ ପ୍ୟାଟ୍‌ କୁମିନ୍ସ ଲଡର୍‌ସରେ ଜୁନ୍‌ ୧୧ରୁ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ପୂର୍ବରୁ ସମ୍ପୂର୍ଣ୍ଣ ଫିଟ୍‌ ହୋଇଯାଇଥିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏଥିପାଇଁ ସେ ଆସନ୍ତା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ଏକ ପ୍ଲାଟଫର୍ମ ଭାବେ ବ୍ୟବହାର କରିବାକୁ ଚାହୁଛନ୍ତି। ଗୋଇଠିରେ ଆଘାତପ୍ରାପ୍ତ ଯୋଗୁ ଅଷ୍ଟ୍ରେଲୀୟ ଟେଷ୍ଟ ଅଧିନାୟକ କିଛି ଦିନ ହେଲା ଖେଳରୁ ନିଜକୁ ଦୂରେଇ ରଖିଛନ୍ତି। ୩୧ବର୍ଷୀୟ କୁମିନ୍ସଙ୍କ ନେତୃତ୍ୱରେ […] The post ଆଇପିଏଲ୍‌କୁ ଫେରିବା ଲକ୍ଷ୍ୟରେ କୁମିନ୍ସ appeared first on Dharitri Odia News.

ଆଇପିଏଲ୍‌କୁ ଫେରିବା ଲକ୍ଷ୍ୟରେ କୁମିନ୍ସ

ସିଡ୍‌ନୀ,୨୧ା୨: ଅଷ୍ଟ୍ରେଲିଆ ଟେଷ୍ଟ ଅଧିନାୟକ ପ୍ୟାଟ୍‌ କୁମିନ୍ସ ଲଡର୍‌ସରେ ଜୁନ୍‌ ୧୧ରୁ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ପୂର୍ବରୁ ସମ୍ପୂର୍ଣ୍ଣ ଫିଟ୍‌ ହୋଇଯାଇଥିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏଥିପାଇଁ ସେ ଆସନ୍ତା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ଏକ ପ୍ଲାଟଫର୍ମ ଭାବେ ବ୍ୟବହାର କରିବାକୁ ଚାହୁଛନ୍ତି।

ଗୋଇଠିରେ ଆଘାତପ୍ରାପ୍ତ ଯୋଗୁ ଅଷ୍ଟ୍ରେଲୀୟ ଟେଷ୍ଟ ଅଧିନାୟକ କିଛି ଦିନ ହେଲା ଖେଳରୁ ନିଜକୁ ଦୂରେଇ ରଖିଛନ୍ତି। ୩୧ବର୍ଷୀୟ କୁମିନ୍ସଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ପରେ ବର୍ଡର-ଗାଭାସ୍କର ଟ୍ରଫି ଜିତିଥିଲା।

ସିଡ୍‌ନୀରେ ଭାରତ ବିପକ୍ଷ ଫାଇନାଲ ଟେଷ୍ଟରେ ଗୋଇଠିରେ ଯନ୍ତ୍ରଣା ଯୋଗୁ ସେ କଷ୍ଟ ଅନୁଭବ କରିଥିଲେ। ଫଳତଃ ସେ ପରେ ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବଂ ଚଳିତ ଚାମ୍ପୟନ୍ସ ଟ୍ରଫିରେ ଅଂଶଗ୍ରହଣରୁ ବଞ୍ଚିତ ହୋଇଛନ୍ତି।

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଥିବାବେଳେ ଗତବର୍ଷର ଆଇପିଏଲ୍‌ ରନର ଅପ୍‌ ତାଙ୍କ ଫ୍ରାଞ୍ଚାଇଜ୍‌ ସନରାଇଜର୍ସ ହାଇଦ୍ରାବାଦ ସହିତ ସେ ଖେଳକୁ ପ୍ରତ୍ୟାବର୍ତ୍ତନ କରିବା ଲାଗି ଆଶା ରଖିଛନ୍ତି।

The post ଆଇପିଏଲ୍‌କୁ ଫେରିବା ଲକ୍ଷ୍ୟରେ କୁମିନ୍ସ appeared first on Dharitri Odia News.