ଆଇପ୍ରୋଟେକ୍ଟ ସ୍ମାର୍ଟ ପ୍ଲାନ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୨୬।୬: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ତଥା ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ନୂତନ ଯୋଜନା ‘ଆଇପ୍ରୋଟେକ୍ଟ ସ୍ମାର୍ଟ ପ୍ଲାନ୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି ମହିଳାମାନଙ୍କ ପାଇଁ କମ୍ପାନୀର ସର୍ବାଧିକ ବିକ୍ରି ହେଉଥିବା ଟର୍ମ ଇନ୍‌ସ୍ୟୁରାନ୍ସ ପ୍ରଡକ୍ଟ ‘ଆଇପ୍ରୋଟେକ୍ଟ ସ୍ମାର୍ଟ’ ପାଇଁ ପୈଠ କରାଯାଉଥିବା ସମସ୍ତ ପ୍ରିମିୟମ ଉପରେ ୧୫%ର ଲାଇଫ୍‌ଟାଇମ ରିହାତି ଘୋଷଣା କରାଯାଇଛି। ଏଥିସହ ବେତନଭୋଗୀ ମହିଳାମାନେ ପ୍ରଥମ ବର୍ଷର ପ୍ରିମିୟମ ଉପରେ ଅତିରିକ୍ତ ୧୫%ର ରିହାତି ପାଇଁ ମଧ୍ୟ ଯୋଗ୍ୟ […] The post ଆଇପ୍ରୋଟେକ୍ଟ ସ୍ମାର୍ଟ ପ୍ଲାନ୍‌ର ଶୁଭାରମ୍ଭ appeared first on Dharitri Odia News.

ଆଇପ୍ରୋଟେକ୍ଟ ସ୍ମାର୍ଟ ପ୍ଲାନ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୨୬।୬: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ତଥା ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ନୂତନ ଯୋଜନା ‘ଆଇପ୍ରୋଟେକ୍ଟ ସ୍ମାର୍ଟ ପ୍ଲାନ୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି ମହିଳାମାନଙ୍କ ପାଇଁ କମ୍ପାନୀର ସର୍ବାଧିକ ବିକ୍ରି ହେଉଥିବା ଟର୍ମ ଇନ୍‌ସ୍ୟୁରାନ୍ସ ପ୍ରଡକ୍ଟ ‘ଆଇପ୍ରୋଟେକ୍ଟ ସ୍ମାର୍ଟ’ ପାଇଁ ପୈଠ କରାଯାଉଥିବା ସମସ୍ତ ପ୍ରିମିୟମ ଉପରେ ୧୫%ର ଲାଇଫ୍‌ଟାଇମ ରିହାତି ଘୋଷଣା କରାଯାଇଛି। ଏଥିସହ ବେତନଭୋଗୀ ମହିଳାମାନେ ପ୍ରଥମ ବର୍ଷର ପ୍ରିମିୟମ ଉପରେ ଅତିରିକ୍ତ ୧୫%ର ରିହାତି ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହେବେ, ଯାହା ସେମାନଙ୍କୁ ଓ ନିଜ ପ୍ରିୟଜନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ସକ୍ଷମ କରିବ।

ସେହିଭଳି ଗମ୍ଭୀର ଅସୁସ୍ଥତା ଉପରେ ଲାଭ ସହ ମିଳିତ ଥିବା ଆଇପ୍ରୋଟେକ୍ଟ ସ୍ମାର୍ଟ ବ୍ରେଷ୍ଟ, ଓଭାରିଆନ, ୟୁଟେରାଇନ ଓ ସର୍ଭିକାଲ କ୍ୟାନ୍‌ସର ଭଳି ରୋଗ ସମେତ ୩୪ଟି ଜଟିଳ ଅସୁସ୍ଥତା ବିରୋଧରେ ଏହା କଭର ପ୍ରଦାନ କରୁଛି। ଏହି ମିଶ୍ରଣ ଉଭୟ ସ୍ବାସ୍ଥ୍ୟ ଓ ଜୀବନ ବୀମାର ଲାଭ ପ୍ରଦାନ କରୁଛି। ବିଶେଷକରି ଏହା ୯୯ ବର୍ଷ ପର୍ଯ୍ୟନ୍ତ ଲାଇଫ୍‌ କଭର ଦେଇଥାଏ। ଗୁରୁତ୍ୱପୂର୍ଣ୍ଣ ଭାବେ ନିଦାନ ଉପରେ ପୈଠ କରାଯାଉଥିବା ଗୁରୁତର ଅସୁସ୍ଥତା କଭର ରାଶି, ପରିବାରର ସଞ୍ଚୟକୁ ପ୍ରଭାବିତ ନ କରି ଜରୁରୀ ଚିକିତ୍ସା ପାଇଁ ତୁରନ୍ତ ଆର୍ଥିକ ସହଯୋଗ ପ୍ରଦାନ କରିଥାଏ।

ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ମୁଖ୍ୟ ବିତରଣ ଅଧିକାରୀ ଅମିତ୍‌ ପାଲ୍‌ଟା କହିଛନ୍ତି, ମହିଳାମାନଙ୍କ ଅଦମ୍ୟ ଉତ୍ସାହକୁ ପାଳନ କରିବା ପାଇଁ ଆମେ ଆମର ସର୍ବାଧିକ ଲୋକପ୍ରିୟ ଟର୍ମ ଇନ୍‌ସ୍ୟୁରାନ୍ସ ଉପତ୍ାଦ ଆଇପ୍ରୋଟେକ୍ଟ ସ୍ମାର୍ଟ ପାଇଁ ପୈଠ କରାଯିବାକୁ ଥିବା ସମସ୍ତ ପ୍ରିମିୟମ ଉପରେ ୧୫%ର ଲାଇଫ୍‌ଟାଇମ ରିହାତି ପ୍ରଦାନ କରି ଗର୍ବ ଅନୁଭବ କରୁଛୁ। ଏପରିକି କାର୍ଯ୍ୟରତ ମହିଳାମାନଙ୍କୁ ମଧ୍ୟ ଆମେ ପ୍ରଥମ ବର୍ଷର ପ୍ରିମିୟମ ଉପରେ ୧୫%ର ଅତିରିକ୍ତ ରିହାତି ପ୍ରଦାନ କରୁଛୁ,ଯାହା ସେମାନଙ୍କୁ ଆର୍ଥିକ ରୂପେ ସଶକ୍ତ କରିବ।

The post ଆଇପ୍ରୋଟେକ୍ଟ ସ୍ମାର୍ଟ ପ୍ଲାନ୍‌ର ଶୁଭାରମ୍ଭ appeared first on Dharitri Odia News.