ଆଇଫୋନ୍‌କୁ ପେଗାସସ୍‌ ସ୍ପାଏୱେର୍‌ ଡର; ୟୁଜର୍ସଙ୍କୁ ଆପଲ୍ ପଠାଇଲା ଚେତାବନୀ ମେସେଜ୍

ନୂଆଦିଲ୍ଲୀ,୧୨/୦୪: ଆଇଫୋନ୍‌କୁ ପେଗାସସ୍‌ ଡର । ଆପଲ୍ ଆଇଫୋନକୁ ସ୍ପାଏୱେର୍‌ ଆଟାକ୍‌ ସମ୍ଭାବନା ରହିଛି । ଏନେଇ କମ୍ପାନୀ ପକ୍ଷରୁ ୟୁଜର୍ସଙ୍କୁ ଚେତାବନୀ ଦିଆଯାଇଛି । ଗଣମାଧ୍ୟମ ରିପୋର୍ଟ  ଅନୁସାରେ, ଆଇଫୋନ୍ ୟୁଜର୍ସଙ୍କୁ ‘ମର୍ସିନାରୀ ସ୍ପାଏୱେର୍‌’ ମାଧ୍ୟମରେ ଟାର୍ଗେଟ୍‌ କରାଯାଉଛି ।  ଏହି ଭାଇରସ୍ ଜରିଆରେ ଆଇଫୋନ୍‌କୁ ଆକ୍ସେସ୍‌ କରିବାର ଉଦ୍ୟମ କରୁଛନ୍ତି ହ୍ୟାକର । ରିପୋର୍ଟ ଅନୁସାରେ, ଭାରତ ସମେତ ୯୧ ଦେଶର ଥିବା ୟୁଜର୍ସଙ୍କୁ ଆପଲ ପକ୍ଷରୁ ଏ ନେଇ ୱାର୍ଣ୍ଣିଂ ମେଲ୍‌ ପଠାଯାଇଛି । ଏହି   ସ୍ପାଏୱେର୍‌ ଇସ୍ରାଏଲ୍‌ର ଏନ୍‌ଏସ୍‌ଓ ଗ୍ରୁପ୍‌ର ‘ପେଗାସସ୍‌’ ଭଳି । ଏଭଳି ଆଟାକ୍‌ ସାଧାରଣ ସାଇବର ଆଟାକ୍‌ଠାରୁ ଭିନ୍ନ, ଯାହାର ଲକ୍ଷ୍ୟ ହେଉଛି ଡିଭାଇସ୍‌ର ଅନଧିକୃତ ଆକ୍ସେସ୍‌  ହାସଲ କରିବା । ଗଣମାଧ୍ୟମ ରିପୋର୍ଟ ଅନୁସାରେ,   ଆପଲ୍ କମ୍ପାନୀ ଏପ୍ରିଲ ୧୧ରେ ଭାରତୀୟ ସମୟ ଅନୁସାରେ ରାତି ପ୍ରାୟ ୧୨.୩୦ରେ କିଛି  ଭାରତୀୟ ୟୁଜର୍ସଙ୍କୁ ୱାର୍ଣ୍ଣିଂ ମେଲ୍‌ ପଠାଇଛି ।  ଇ-ମେଲରେ ଲେଖାହୋଇଛି ଯେ, ସଂପୃକ୍ତ  ୟୁଜର ଏକ ‘ମର୍ସିନାରୀ ସ୍ପାଏୱେର୍‌’ ଆଟାକର  ଶିକାର ହେବାକୁ ଯାଉଛନ୍ତି, ଯାହାକି ୟୁଜର୍ସଙ୍କ ଆପଲ୍‌ ଆଇଡି ସହ ଜଡ଼ିତ ଆଇଫୋନ୍‌କୁ  ଦୂରରୁ ହିଁ ହ୍ୟାକ୍‌ କରିବାର ଉଦ୍ୟମ କରୁଛି ।  ଏହାକୁ ଗମ୍ଭୀରତାର ସହ ନେବା ପାଇଁ ଆପଲ ପକ୍ଷରୁ ୟୁଜରମାନଙ୍କୁ ସତର୍କ କରାଯାଇଛି ।  ଇ-ମେଲ୍‌ରେ କୁହାଯାଇଛି, ଏହି ସ୍ପାଏୱେର୍‌ ଆଟାକ୍‌

ଆଇଫୋନ୍‌କୁ ପେଗାସସ୍‌ ସ୍ପାଏୱେର୍‌ ଡର; ୟୁଜର୍ସଙ୍କୁ ଆପଲ୍ ପଠାଇଲା ଚେତାବନୀ ମେସେଜ୍

ନୂଆଦିଲ୍ଲୀ,୧୨/୦୪: ଆଇଫୋନ୍‌କୁ ପେଗାସସ୍‌ ଡର । ଆପଲ୍ ଆଇଫୋନକୁ ସ୍ପାଏୱେର୍‌ ଆଟାକ୍‌ ସମ୍ଭାବନା ରହିଛି । ଏନେଇ କମ୍ପାନୀ ପକ୍ଷରୁ ୟୁଜର୍ସଙ୍କୁ ଚେତାବନୀ ଦିଆଯାଇଛି । ଗଣମାଧ୍ୟମ ରିପୋର୍ଟ  ଅନୁସାରେ, ଆଇଫୋନ୍ ୟୁଜର୍ସଙ୍କୁ ‘ମର୍ସିନାରୀ ସ୍ପାଏୱେର୍‌’ ମାଧ୍ୟମରେ ଟାର୍ଗେଟ୍‌ କରାଯାଉଛି ।  ଏହି ଭାଇରସ୍ ଜରିଆରେ ଆଇଫୋନ୍‌କୁ ଆକ୍ସେସ୍‌ କରିବାର ଉଦ୍ୟମ କରୁଛନ୍ତି ହ୍ୟାକର । 

ରିପୋର୍ଟ ଅନୁସାରେ, ଭାରତ ସମେତ ୯୧ ଦେଶର ଥିବା ୟୁଜର୍ସଙ୍କୁ ଆପଲ ପକ୍ଷରୁ ଏ ନେଇ ୱାର୍ଣ୍ଣିଂ ମେଲ୍‌ ପଠାଯାଇଛି । ଏହି   ସ୍ପାଏୱେର୍‌ ଇସ୍ରାଏଲ୍‌ର ଏନ୍‌ଏସ୍‌ଓ ଗ୍ରୁପ୍‌ର ‘ପେଗାସସ୍‌’ ଭଳି । ଏଭଳି ଆଟାକ୍‌ ସାଧାରଣ ସାଇବର ଆଟାକ୍‌ଠାରୁ ଭିନ୍ନ, ଯାହାର ଲକ୍ଷ୍ୟ ହେଉଛି ଡିଭାଇସ୍‌ର ଅନଧିକୃତ ଆକ୍ସେସ୍‌  ହାସଲ କରିବା । 

ଗଣମାଧ୍ୟମ ରିପୋର୍ଟ ଅନୁସାରେ,   ଆପଲ୍ କମ୍ପାନୀ ଏପ୍ରିଲ ୧୧ରେ ଭାରତୀୟ ସମୟ ଅନୁସାରେ ରାତି ପ୍ରାୟ ୧୨.୩୦ରେ କିଛି  ଭାରତୀୟ ୟୁଜର୍ସଙ୍କୁ ୱାର୍ଣ୍ଣିଂ ମେଲ୍‌ ପଠାଇଛି ।  

ଇ-ମେଲରେ ଲେଖାହୋଇଛି ଯେ, ସଂପୃକ୍ତ  ୟୁଜର ଏକ ‘ମର୍ସିନାରୀ ସ୍ପାଏୱେର୍‌’ ଆଟାକର  ଶିକାର ହେବାକୁ ଯାଉଛନ୍ତି, ଯାହାକି ୟୁଜର୍ସଙ୍କ ଆପଲ୍‌ ଆଇଡି ସହ ଜଡ଼ିତ ଆଇଫୋନ୍‌କୁ  ଦୂରରୁ ହିଁ ହ୍ୟାକ୍‌ କରିବାର ଉଦ୍ୟମ କରୁଛି ।  ଏହାକୁ ଗମ୍ଭୀରତାର ସହ ନେବା ପାଇଁ ଆପଲ ପକ୍ଷରୁ ୟୁଜରମାନଙ୍କୁ ସତର୍କ କରାଯାଇଛି ।  

ଇ-ମେଲ୍‌ରେ କୁହାଯାଇଛି, ଏହି ସ୍ପାଏୱେର୍‌ ଆଟାକ୍‌କୁ ସାଧାରଣ କଞ୍ଜ୍ୟୁମର ମାଲ୍‌ୱେର୍‌ ତୁଳନାରେ ଅଧିକ ବିରଳ ଏବଂ ବ୍ୟବସ୍ଥିତ ବୋଲି କୁହାଯାଇଛି । ମର୍ସିନାରୀ  ସ୍ପାଏୱେର୍‌ ଆଟାକ୍ ସାଧାରଣତଃ ୟୁଜରଙ୍କ ନିର୍ଦ୍ଧିଷ୍ଟ ଆପଲ୍‌ ଆଇଡିକୁ ବ୍ୟବହାର କରି କରାଯାଇଥାଏ, ଯାହା ଦେଖାଇଥାଏ ଯେ, ଏହି   ଆଟାକ୍‌ ବ୍ୟକ୍ତିଙ୍କ ପରିଚୟ ଏବଂ କାର୍ଯ୍ୟକଳାପ   ଆଧାରରେ କରାଯାଇଛି । 

ଗତବର୍ଷ ଅକ୍ଟୋବରରେ ଭାରତ ସହିତ କେତେକ ଦେଶରେ ‘ଷ୍ଟେଟ୍‌ ସ୍ପନ୍‌ସର୍ଡ’ ଆଟାକର   ନୋଟିସ୍‌ ଜାରି କରିଥିଲା ଆପଲ । ଭାରତରେ   ଏହି ଥ୍ରେଟ୍‌ ନୋଟିଫିକେଶନ୍‌କୁ ଟିଏମ୍‌ସି   ନେତା ମହୁଆ ମୈତ୍ର, କଂଗ୍ରେସ ନେତା  ଶଶି ଥରୁରଙ୍କ ସମେତ ବିରୋଧୀ ଦଳର  ଅନେକ ନେତା ଏବଂ କିଛି ସାମ୍ବାଦିକଙ୍କ  ପାଖକୁ ପଠାଯାଇଥିଲା ।  

ଏହି ଇ-ମେଲରେ କମ୍ପାନି ପକ୍ଷରୁ  କୁହାଯାଇଥିଲା ଯେ, ଆପଲ ହୃଦୟଙ୍ଗମ  କରୁଛି ଯେ, ସଂପୃକ୍ତ ନେତାଙ୍କୁ ଷ୍ଟେଟ୍‌ ସ୍ପନ୍‌ସର୍ଡ  ଆଟାକର୍‌ ଟାର୍ଗେଟ୍‌ କରୁଛନ୍ତି । ୟୁଜରଙ୍କ ଆପଲ ଆଇଡି ସହ ଜଡ଼ିତ ଆଇଫୋନକୁ ଦୂରରୁ ହ୍ୟାକ୍‌  କରିବାର ଉଦ୍ୟମ କରାଯାଉଛି ।  

ତେବେ ଏଭଳି ସାଇବର ଆଟାକ୍‌ରୁ  ବଞ୍ଚିବା ପାଇଁ ୩ଟି ପ୍ରମୁଖ ଉପାୟ ରହିଛି । ନୂଆ  ସଫ୍ଟୱେର୍‌ ସହ ନିଜ ଡିଭାଇସ୍‌କୁ ଅପଡେଟ୍‌  କରିବା ଜରୁରୀ କାରଣ ଏଥିରେ ଅତ୍ୟାଧୁନିକ  ସିକ୍ୟୁରିଟି ଫିକ୍ସ ଅନ୍ତର୍ଭୁକ୍ତ ଥାଏ । ଡିଭାଇସ୍‌କୁ  ପାସ୍‌କୋଡ୍‌ରେ ସୁରକ୍ଷିତ ରଖିବା ଉଚିତ ।  ଆପଲ ଆଇଡି ପାଇଁ ଦ୍ୱୀସ୍ତରୀୟ ପ୍ରମାଣନ କିମ୍ବା ମଜଭୁତ ପାସ୍‌ୱାର୍ଡ ରଖିବା ଜରୁରୀ । ଆପ୍‌  ଷ୍ଟୋରରୁ ହିଁ ଆପ୍‌ ଇନ୍‌ଷ୍ଟଲ୍‌ କରିବା ଉଚିତ ।