ଆଇରନ୍‌ ବଟିକା ଖାଇ ୩୦ ଛାତ୍ରୀଛାତ୍ର ଅସୁସ୍ଥ

ପାରାଦୀପ,୨୨।୭: ଜଗତ୍‌ସିଂହପୁର ଜିଲା ଅଠରବାଙ୍କି ତଳଗଡ଼ ଯୁପି ସ୍କୁଲରେ ସୋମବାର ଏକ ଅଘଟଣ ଘଟିଛି। ସ୍କୁଲରେ ଦିଆଯାଇଥିବା ଆଇରନ୍‌ ବଟିକା ଖାଇ ୩୦ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ସୋମବାର ସ୍କୁଲରେ ଉପସ୍ଥିତ ଥିବା ୧୧୫ଜଣ ଛାତ୍ରୀଛାତ୍ରଙ୍କୁ ଆଇରନ୍‌ ବଟିକା ଖାଇବାକୁ ଦିଆଯାଇଥିଲା। ବଟିକା ଖାଇବାର କିଛି ସମୟ ପରେ କେତେଜଣ ଛାତ୍ରୀଛାତ୍ର ବାନ୍ତି କରିବା ସହ ମୁଣ୍ଡ ବୁଲାଇ ପେଟ ବ୍ୟଥା […] The post ଆଇରନ୍‌ ବଟିକା ଖାଇ ୩୦ ଛାତ୍ରୀଛାତ୍ର ଅସୁସ୍ଥ appeared first on Dharitri Odia News.

ଆଇରନ୍‌ ବଟିକା ଖାଇ ୩୦ ଛାତ୍ରୀଛାତ୍ର ଅସୁସ୍ଥ

ପାରାଦୀପ,୨୨।୭: ଜଗତ୍‌ସିଂହପୁର ଜିଲା ଅଠରବାଙ୍କି ତଳଗଡ଼ ଯୁପି ସ୍କୁଲରେ ସୋମବାର ଏକ ଅଘଟଣ ଘଟିଛି। ସ୍କୁଲରେ ଦିଆଯାଇଥିବା ଆଇରନ୍‌ ବଟିକା ଖାଇ ୩୦ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ସୋମବାର ସ୍କୁଲରେ ଉପସ୍ଥିତ ଥିବା ୧୧୫ଜଣ ଛାତ୍ରୀଛାତ୍ରଙ୍କୁ ଆଇରନ୍‌ ବଟିକା ଖାଇବାକୁ ଦିଆଯାଇଥିଲା। ବଟିକା ଖାଇବାର କିଛି ସମୟ ପରେ କେତେଜଣ ଛାତ୍ରୀଛାତ୍ର ବାନ୍ତି କରିବା ସହ ମୁଣ୍ଡ ବୁଲାଇ ପେଟ ବ୍ୟଥା ହେଉଥିବା କହିଥିଲେ। ଏହାର କିଛି ସମୟ ପରେ ୩୦ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା। ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଏକ୍ସପାଏରୀ ଆଇରନ୍‌ ବଟିକା ଖାଇଥିବାରୁ ଏଭଳି ଘଟଣା ଘଟିଥିବା ଜଣାପଡିଛି।

The post ଆଇରନ୍‌ ବଟିକା ଖାଇ ୩୦ ଛାତ୍ରୀଛାତ୍ର ଅସୁସ୍ଥ appeared first on Dharitri Odia News.