ଆଇସକ୍ରିମ ପାର୍ଲରରେ ଚାଲିଥିଲା ଅପମିଶ୍ରଣ, ଚଢାଉ ପରେ ସିଜ୍ କଲା ଅବକାରୀ ବିଭାଗ
ହାଇଦ୍ରାବାଦ ୬/୯: ଆଇସକ୍ରିମରେ ମିଶୁଥିଲା ହ୍ବିସ୍କି । ଆଇସକ୍ରିମ ପାର୍ଲରରେ ଚାଲିଥିଲା ଅପମିଶ୍ରଣ । ଚଢାଉ କରି ପାର୍ଲରକୁ ସିଜ୍ କରିଛି ଅବକାରୀ ବିଭାଗ । ମାମଲାରେ ୨ ଗିରଫ । ହାଇଦ୍ରାବାଦ ଜୁବଲି ହିଲ୍ସ ଅଞ୍ଚଳରେ ଥିବା ଏକ ଆଇସକ୍ରିମ ପାର୍ଲରରେ ହ୍ବିସ୍କି ମିଶ୍ରଣ କରାଯାଇଥିଲା । ୬୦ ଗ୍ରାମ ଆଇସକ୍ରିମରେ ୧୦୦ ମିଲିଲିଟର ହ୍ବିସ୍କି ମିଶାଯାଇ ଅଧିକ ଦାମ୍ରେ ବିକ୍ରି କରାଯାଉଥିଲା । ଖବର ପାଇ ଚଢାଉ କରିଥିଲା ଅବକାରୀ ବିଭାଗ । ପାର୍ଲରରୁ ପ୍ରାୟ ୧୧.୫୦ କିଲୋଗ୍ରାମ ହ୍ବିସ୍କି ଆଇସକ୍ରିମ ଜବତ କରାଯିବା ସହ ଦୋକାନକୁ ସିଜ୍ କରାଯାଇଛି । ମାମଲାରେ ଆଇସକ୍ରିମ ପାର୍ଲର ମାଲିକ ଦୟାକର ରେଡ୍ଡୀ ଓ ଶୋଭନକୁ ଗିରଫ କରାଯାଇଛି ।