ଆକାଶରେ ବି ଶୁଭୁଛି ‘ରାମ ନାମ’: ଦେଖନ୍ତୁ ଭାଇରାଲ ଭିଡିଓ
ନୂଆଦିଲ୍ଲୀ,୨୧।୧: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସମଗ୍ର ଦେଶ ରାମମୟ ହୋଇଛି। ଭଗବାନ ଶ୍ରୀ ରାମଙ୍କ ପତାକା ସବୁଆଡେ ଉଡ଼ୁଥିବାବେଳେ କେତେକ ସ୍ଥାନରେ ରାମଙ୍କ ନାମର ଜପ ଶୁଣିବାକୁ ମିଳୁଛି। ସାଧାରଣତଃ ବସ କିମ୍ବା ଟ୍ରେନ ଯୋଗେ କୌଣସି ଧାର୍ମିକ ସ୍ଥାନକୁ ଯାଉଥିବା ଭକ୍ତମାନେ ଭଜନ ଏବଂ ଭଗବାନଙ୍କ ନାମ ଜପ କରି ରାସ୍ତାରେ ଯାତ୍ରା କରନ୍ତି। ବିମାନରେ ଏପରି ଦୃଶ୍ୟ କ୍ୱଚିତ୍ ଦେଖାଯାଏ। କିନ୍ତୁ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ବିଶାଳ ସମାରୋହ ପୂର୍ବରୁ ଭକ୍ତଙ୍କ […] The post ଆକାଶରେ ବି ଶୁଭୁଛି ‘ରାମ ନାମ’: ଦେଖନ୍ତୁ ଭାଇରାଲ ଭିଡିଓ appeared first on Dharitri Odia News.
ନୂଆଦିଲ୍ଲୀ,୨୧।୧: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସମଗ୍ର ଦେଶ ରାମମୟ ହୋଇଛି। ଭଗବାନ ଶ୍ରୀ ରାମଙ୍କ ପତାକା ସବୁଆଡେ ଉଡ଼ୁଥିବାବେଳେ କେତେକ ସ୍ଥାନରେ ରାମଙ୍କ ନାମର ଜପ ଶୁଣିବାକୁ ମିଳୁଛି। ସାଧାରଣତଃ ବସ କିମ୍ବା ଟ୍ରେନ ଯୋଗେ କୌଣସି ଧାର୍ମିକ ସ୍ଥାନକୁ ଯାଉଥିବା ଭକ୍ତମାନେ ଭଜନ ଏବଂ ଭଗବାନଙ୍କ ନାମ ଜପ କରି ରାସ୍ତାରେ ଯାତ୍ରା କରନ୍ତି। ବିମାନରେ ଏପରି ଦୃଶ୍ୟ କ୍ୱଚିତ୍ ଦେଖାଯାଏ। କିନ୍ତୁ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ବିଶାଳ ସମାରୋହ ପୂର୍ବରୁ ଭକ୍ତଙ୍କ ଭକ୍ତି ବିମାନ ଭିତରେ ଦେଖିବାକୁ ମିଳିଥିଲା।
ଏକ ବିମାନରେ ଯାତ୍ରୀମାନେ ପ୍ରଭୁଙ୍କ ନାମ ଜପୁଥିବା ଦେଖାଯାଇଛି। ଜଣେ ରାମ ନାମ ଜପିବା ପରେ ଅନ୍ୟ ଯାତ୍ରୀମାନେ ମିଶିକି ଗାଇଥିଲେ। ଭକ୍ତଙ୍କ ଏହି ଭିଡିଓ ମାଇଗୋ ଇଣ୍ଡିଆ ନାମକ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ଭିଡିଓରେ କ୍ୟାପସନରେ କୁହାଯାଇଛି ଯେ, ଅଯୋଧ୍ୟା ଯାଉଥିବା ବିମାନରେ ରାମ ଭଜନ ଏକାଠି ଗାଇବାକୁ ସମସ୍ତେ ଉତ୍ସାହ ପ୍ରକାଶ କରିଛନ୍ତି। ଏହି ଭକ୍ତମାନେ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ନେବାକୁ ଆସୁଛନ୍ତି।
The post ଆକାଶରେ ବି ଶୁଭୁଛି ‘ରାମ ନାମ’: ଦେଖନ୍ତୁ ଭାଇରାଲ ଭିଡିଓ appeared first on Dharitri Odia News.