ଆକ୍ୱାରିୟମ୍ ରଖୁଥିଲେ ଜାଣିରଖନ୍ତୁ ଏସବୁ ବାସ୍ତୁ ନିୟମ, ବଢ଼ିବ ଐଶ୍ୱର୍ଯ୍ୟ…
ଘରେ ଆକ୍ୱାରିୟମ୍ ରଖିଲେ ବହୁତ ଉନ୍ନତି ହୋଇଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଏଥିପାଇଁ କିଛିଟା ବାସ୍ତୁ ନିୟମ ଜାଣିବା ବି ଜରୁରୀ… *ଆକ୍ୱାରିୟମ୍ରେ ସର୍ବଦା ୯ଟି ମାଛ ରଖିବା ଶୁଭ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ତନ୍ମଧ୍ୟରୁ ୮ଟି ଗୋଲ୍ଡ ଫିଶ୍ ଓ ଗୋଟିଏ କଳା ମାଛ ରହିବା ଆବଶ୍ୟକ। * ଗୋଲ୍ଡ ଫିଶ୍କୁ ଧନର ପ୍ରତୀକ କୁହାଯାଉଥିବା ବେଳେ କଳାମାଛଟି ସୁରକ୍ଷାର ପ୍ରତୀକ ହୋଇଥାଏ; ଯାହା ଘରକୁ ପ୍ରବେଶ କରୁଥିବା ନକରାତ୍ମକ ଉର୍ଜ୍ଜାକୁ ନଷ୍ଟ […] The post ଆକ୍ୱାରିୟମ୍ ରଖୁଥିଲେ ଜାଣିରଖନ୍ତୁ ଏସବୁ ବାସ୍ତୁ ନିୟମ, ବଢ଼ିବ ଐଶ୍ୱର୍ଯ୍ୟ… appeared first on Dharitri Odia News.
ଘରେ ଆକ୍ୱାରିୟମ୍ ରଖିଲେ ବହୁତ ଉନ୍ନତି ହୋଇଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଏଥିପାଇଁ କିଛିଟା ବାସ୍ତୁ ନିୟମ ଜାଣିବା ବି ଜରୁରୀ…
*ଆକ୍ୱାରିୟମ୍ରେ ସର୍ବଦା ୯ଟି ମାଛ ରଖିବା ଶୁଭ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ତନ୍ମଧ୍ୟରୁ ୮ଟି ଗୋଲ୍ଡ ଫିଶ୍ ଓ ଗୋଟିଏ କଳା ମାଛ ରହିବା ଆବଶ୍ୟକ।
* ଗୋଲ୍ଡ ଫିଶ୍କୁ ଧନର ପ୍ରତୀକ କୁହାଯାଉଥିବା ବେଳେ କଳାମାଛଟି ସୁରକ୍ଷାର ପ୍ରତୀକ ହୋଇଥାଏ; ଯାହା ଘରକୁ ପ୍ରବେଶ କରୁଥିବା ନକରାତ୍ମକ ଉର୍ଜ୍ଜାକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ।
* ତେଣୁ ଆକ୍ୱାରିୟମ୍ରେ ଥିବା କଳାମାଛଟି ଯଦି କେବେ ମରିଯାଏ; ତୁରନ୍ତ ଆଉ ଗୋଟିଏ କଳାମାଛ ଆଣି ସେଥିରେ ରଖିଦେବା ବିଧେୟ।
* ତା’ସହିତ ମରି ଯାଇଥିବା କଳା ମାଛଟିକୁ ଏଣେତେଣେ ନ ଫୋପାଡି ଚଳନ୍ତା ପାଣିରେ ଭସାଇଦେବେ ନଚେତ୍ ମାଟିଖୋଳି ପୋତିଦେବା ଆବଶ୍ୟକ।
* ଗୋଲ୍ଡ ଫିଶ୍ କ୍ଷେତ୍ରରେ ବି ସେମିତି କରିପାରିବେ। ଅର୍ଥାତ୍ ସବୁବେଳେ ଦେଖିବେ, ଆକ୍ୱାରିୟମ୍ରେ ଯେମିତି ୯ଟି ମାଛ ରହୁଥିବେ, ଗୋଟେ କମ୍ କି ଗୋଟେ ବେଶୀ ନୁହେଁ। ଏପରି କଲେ ଘରର ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି।
The post ଆକ୍ୱାରିୟମ୍ ରଖୁଥିଲେ ଜାଣିରଖନ୍ତୁ ଏସବୁ ବାସ୍ତୁ ନିୟମ, ବଢ଼ିବ ଐଶ୍ୱର୍ଯ୍ୟ… appeared first on Dharitri Odia News.