ଆଖିରେ କପଡ଼ା ବାନ୍ଧି ସ୍ପିଡ୍ ଟାଇପିଂ
ଭୋପାଳ: ଭାରତରେ ପିଲା ହୁଅନ୍ତୁ ଅବା ଯୁବକ, ସମସ୍ତଙ୍କଠାରେ କିଛି ନା କିଛି ପ୍ରତିଭା ରହିଥାଏ। ମଧ୍ୟପ୍ରଦେଶର ରେୱା ଜିଲା ନିବାସୀ ବିକାଶ ତ୍ରିପାଠୀ(୩୦)ଙ୍କର ଏପରି ଏକ ପ୍ରତିଭା ରହିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦ୍ରୁତ ଟାଇପିଷ୍ଟ ଭାବେ ସେ ଆଖିପିଛୁଳାକେ ପ୍ରତି ସ୍ପେସ୍ ସହ A ରୁ Z ପର୍ଯ୍ୟନ୍ତ ବର୍ଣ୍ଣମାଳା ଟାଇପ୍ କରି ରେକର୍ଡ ସୃଷ୍ଟି କରିଛନ୍ତି। ତେବେ ବିକାଶଙ୍କ ଟାଇପିଂ ଶୈଳୀ ସାମାନ୍ୟ ଅଲଗା। ସେ ଆଖିରେ କପଡ଼ା ବାନ୍ଧି ଟାଇପିଂ କରିଥାନ୍ତି। […] The post ଆଖିରେ କପଡ଼ା ବାନ୍ଧି ସ୍ପିଡ୍ ଟାଇପିଂ appeared first on Dharitri Odia News.
ଭୋପାଳ: ଭାରତରେ ପିଲା ହୁଅନ୍ତୁ ଅବା ଯୁବକ, ସମସ୍ତଙ୍କଠାରେ କିଛି ନା କିଛି ପ୍ରତିଭା ରହିଥାଏ। ମଧ୍ୟପ୍ରଦେଶର ରେୱା ଜିଲା ନିବାସୀ ବିକାଶ ତ୍ରିପାଠୀ(୩୦)ଙ୍କର ଏପରି ଏକ ପ୍ରତିଭା ରହିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦ୍ରୁତ ଟାଇପିଷ୍ଟ ଭାବେ ସେ ଆଖିପିଛୁଳାକେ ପ୍ରତି ସ୍ପେସ୍ ସହ A ରୁ Z ପର୍ଯ୍ୟନ୍ତ ବର୍ଣ୍ଣମାଳା ଟାଇପ୍ କରି ରେକର୍ଡ ସୃଷ୍ଟି କରିଛନ୍ତି। ତେବେ ବିକାଶଙ୍କ ଟାଇପିଂ ଶୈଳୀ ସାମାନ୍ୟ ଅଲଗା। ସେ ଆଖିରେ କପଡ଼ା ବାନ୍ଧି ଟାଇପିଂ କରିଥାନ୍ତି। ଏହି କୀର୍ତ୍ତିମାନ ଦ୍ୱାରା ବିକାଶଙ୍କ ନାମ ଆସିଷ୍ଟ ବୁକ୍ ଅଫ୍ ୱାଲର୍ଡ ରେକଡର୍ସ ଏବଂ ଇଣ୍ଡିଆ ବୁକ୍ ଅଫ୍ ରେକଡର୍ସରେ ପଞ୍ଜିକୃତ ହୋଇଛି। ବିକାଶ ହେଉଛନ୍ତି ରେୱାସ୍ଥିତ ରାତହରାର ୱାର୍ଡ ନମ୍ବର ୧୫ର ବାସିନ୍ଦା। ସେ ରେୱାରେ ଦ୍ୱାଦଶ ପର୍ଯ୍ୟନ୍ତ ଅଧ୍ୟୟନ ସମାପ୍ତ କରିଥିଲେ ଏବଂ ପରେ ସେ ଭୋପାଳର ବରକତୁଲ୍ଲାହ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପଢ଼ିଥିଲେ। ବିକାଶଙ୍କ ବାପା ରେୱା କୋର୍ଟରେ ପୋଷ୍ଟିଂ ପାଇଥିଲେ। ପିଲାଦିନରୁ ହିଁ ବାପାଙ୍କୁ ଟାଇପିଂ କରୁଥିବାର ଦେଖି ବିକାଶ ଦ୍ରୁତଗତିରେ ଟାଇପିଂ କରିବାର ପ୍ରେରଣା ପାଇଥିଲେ।
The post ଆଖିରେ କପଡ଼ା ବାନ୍ଧି ସ୍ପିଡ୍ ଟାଇପିଂ appeared first on Dharitri Odia News.