ଆଗାମୀ ୩ଦିନ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା, ୪୦ରୁ ୫୦ କି.ମି. ବେଗରେ ବହିବ ପବନ

ଭୁବନେଶ୍ବର ୭।୫: ରାଜ୍ୟରେ ବଦଳିଛି ପାଗର ମିଜାଜ। ରାଜ୍ୟର ଗଜପତି ଜିଲ୍ଲାର ୨ଟି ସ୍ଥାନରେ ଗୋଶାଳୀ ଏବଂ ହୁମାରେ ପ୍ରବଳ ବର୍ଷା ହୋଇଛି । ପାଖାପାଖି ୭ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି । ଅନ୍ୟପଟେ ୩୦ଟି ସହରରେ ୧ ସେଣ୍ଟିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଆଗାମୀ ୩ ଦିନ ପାଇଁ ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଏମିତିକି କିଛି କିଛି ସ୍ଥାନରେ ଝଡ଼ତୋଫାନ ସହିତ ୪୦ରୁ ୫୦ କିଲୋମିଟର ବେଗରେ ପବନ ହେବାର ସମ୍ଭାବନା ରହିଛି । ଗଜପତି, ଗଞ୍ଜାମ, କନ୍ଧମାଳ, ନୂଆପଡା ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ମୟୁରଭଞ୍ଜ, କେଉଁଝର ବାଲେଶ୍ୱରରେ ମଧ୍ୟ ପ୍ରବଳ ବର୍ଷା ହେବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡଘଡି ମାରିବା ସମ୍ଭାବନା ରହିଛି । ସେପଟେ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିବା ସହିତ ପାଣିପାଗ କେନ୍ଦ୍ର । ଆଜି ଟ୍ୱିନସିଟିରେ ବି ବିଜୁଳି ଘଡଘଡି ସହିତ ପ୍ରବଳ ବର୍ଷା ହେବ ବୋଲି କହିଛନ୍ତି ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି । You Can Read :ବିଜେପିକୁ ପାଣ୍ଡିଆନ୍‌ଙ୍କ ଆହ୍ବାନ, ‘ଦମ୍‌ ଥିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ’

ଆଗାମୀ ୩ଦିନ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା, ୪୦ରୁ ୫୦ କି.ମି. ବେଗରେ ବହିବ ପବନ

ଭୁବନେଶ୍ବର ୭।୫: ରାଜ୍ୟରେ ବଦଳିଛି ପାଗର ମିଜାଜ। ରାଜ୍ୟର ଗଜପତି ଜିଲ୍ଲାର ୨ଟି ସ୍ଥାନରେ ଗୋଶାଳୀ ଏବଂ ହୁମାରେ ପ୍ରବଳ ବର୍ଷା ହୋଇଛି । ପାଖାପାଖି ୭ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି । ଅନ୍ୟପଟେ ୩୦ଟି ସହରରେ ୧ ସେଣ୍ଟିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଆଗାମୀ ୩ ଦିନ ପାଇଁ ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଏମିତିକି କିଛି କିଛି ସ୍ଥାନରେ ଝଡ଼ତୋଫାନ ସହିତ ୪୦ରୁ ୫୦ କିଲୋମିଟର ବେଗରେ ପବନ ହେବାର ସମ୍ଭାବନା ରହିଛି । ଗଜପତି, ଗଞ୍ଜାମ, କନ୍ଧମାଳ, ନୂଆପଡା ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ହୋଇପାରେ । 

ସେହିପରି ମୟୁରଭଞ୍ଜ, କେଉଁଝର ବାଲେଶ୍ୱରରେ ମଧ୍ୟ ପ୍ରବଳ ବର୍ଷା ହେବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡଘଡି ମାରିବା ସମ୍ଭାବନା ରହିଛି । ସେପଟେ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିବା ସହିତ ପାଣିପାଗ କେନ୍ଦ୍ର । ଆଜି ଟ୍ୱିନସିଟିରେ ବି ବିଜୁଳି ଘଡଘଡି ସହିତ ପ୍ରବଳ ବର୍ଷା ହେବ ବୋଲି କହିଛନ୍ତି ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି । 

You Can Read :

ବିଜେପିକୁ ପାଣ୍ଡିଆନ୍‌ଙ୍କ ଆହ୍ବାନ, ‘ଦମ୍‌ ଥିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ’