ଆଜି କଳାହାଣ୍ଡି ଗଡ଼ଜାତରେ ନୂଆଁଖାଇ

କଳାହାଣ୍ଡି : ଆଜି ଗଡ଼ଜାତ ଅଞ୍ଚଳରେ ପାଳିତ ହେବ ନୂଆଁଖାଇ। ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ପରେ ନୂଆଁଖାଇବେ ଗଡ଼ଜାତ ଅଞ୍ଚଳବାସୀ । ସକାଳ ୮ଟା ୨୦ରୁ ୯ଟା ୪୦ ମଧ୍ୟରେ ନବାନ୍ନ ଲାଗି ହେବ। ପରେ ଦିନ ୯ ଟାରୁ ସର୍ବସାଧାରଣ ମାଁ ଙ୍କ ଦର୍ଶନ ପାଇଁ ମନ୍ଦିର ଦ୍ବାର ଖୋଲା ଯିବ । ସକାଳ ୧୦ ଘଣ୍ଟା ୩ ମିନିଟ ରୁ ୧୨ ଘଣ୍ଟା ୩୬ ମିନିଟ ମଧ୍ୟରେ ନୂଆଁଖାଇବେ […]

ଆଜି କଳାହାଣ୍ଡି ଗଡ଼ଜାତରେ ନୂଆଁଖାଇ
ଆଜି କଳାହାଣ୍ଡି ଗଡ଼ଜାତରେ ନୂଆଁଖାଇ

କଳାହାଣ୍ଡି : ଆଜି ଗଡ଼ଜାତ ଅଞ୍ଚଳରେ ପାଳିତ ହେବ ନୂଆଁଖାଇ। ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ପରେ ନୂଆଁଖାଇବେ ଗଡ଼ଜାତ ଅଞ୍ଚଳବାସୀ । ସକାଳ ୮ଟା ୨୦ରୁ ୯ଟା ୪୦ ମଧ୍ୟରେ ନବାନ୍ନ ଲାଗି ହେବ। ପରେ ଦିନ ୯ ଟାରୁ ସର୍ବସାଧାରଣ ମାଁ ଙ୍କ ଦର୍ଶନ ପାଇଁ ମନ୍ଦିର ଦ୍ବାର ଖୋଲା ଯିବ । ସକାଳ ୧୦ ଘଣ୍ଟା ୩ ମିନିଟ ରୁ ୧୨ ଘଣ୍ଟା ୩୬ ମିନିଟ ମଧ୍ୟରେ ନୂଆଁଖାଇବେ ଗଡ଼ଜାତ ଅଞ୍ଚଳବାସୀ । ଏନେଇ ମାଣିକେଶ୍ୱରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ନୂଆଖାଇ ପାଇଁ ମା’ମାଣିକେଶ୍ୱରୀଙ୍କ ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି। ସକାଳୁ ସକାଳୁ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। କଳାହାଣ୍ଡି ଜିଲ୍ଲାର ଚାରୋଟି ତିଥିରେ ନୂଆଖାଇ ପର୍ବ ପାଳନ ହୋଇଥାଏ। ପଶ୍ଚିମ ଓଡ଼ିଶାରେ ତଥା ପୁରପଲ୍ଲୀରେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ନୂଆ ଖାଇ ପର୍ବ ପାଳନ କରାଯାଉ ଥିବା ବେଳେ କଳାହାଣ୍ଡିର ଭବାନୀପାଟଣା ସହର ସମେତ ଜମିଦାରୀ ତଥା ଗଡଜାତ ଅଞ୍ଚଳରେ ନୂଆଖାଇ ପର୍ବ ଭାଦ୍ରବ ଦଶମୀ ତିଥିରେ ପାଳନ କରାଯାଇଥାଏ। ଏପରି ଭାବରେ କଳାହାଣ୍ଡିରେ ପଞ୍ଚମୀ ଓ ଦଶମୀ ତିଥିରେ ପୃଥକ ପୃଥକ ଭାବେ ନୂଆଖାଇ ହୋଇଥାଏ। ଭବାନୀପାଟଣା, ଏମ୍ ରାମପୁର, ଜୟପାଟଣା, କର୍ଲାପାଟ ଲାଞ୍ଜିଗଡ଼, ଥୁଆମୁଳ ରାମପୁର ପ୍ରଭୃତି ଗଡ଼ ଜାତ ଅଞ୍ଚଳରେ ଆଜି ନୂଆଖାଇ ପର୍ବ ପାଳନ କରାଯିବ।

କଳାହାଣ୍ଡି ଜିଲ୍ଲାର ଗ୍ରାମ ଗୁଡିର ପ୍ରତି ଘରେ ଘେରେ ପରିବାର ସଦସ୍ୟ ଏକାଠି ବସି ନୂଆଁଖାଇଥାନ୍ତି । ଏହାପରେ ଆରମ୍ଭ ହୋଇଥଏ ଜୁହାର ଭେଟ ପର୍ବ । ସାନମାନେ ମୁଣ୍ଡିଆମାରି ବଡ଼ମାନଙ୍କ ଠାରୁ ଆଶୀର୍ବାଦ ନେବେ । ଏହାପରେ ଜମେ ନାଚଗୀତର ଆସର ।