ପ୍ରତି ଜିଲ୍ଲାରେ ହେବ ମେଡିକାଲ କଲେଜ
ଭୁବନେଶ୍ୱର : ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ । ଆଜି ଏନେଇ ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଭୁବନେଶ୍ବରରେ ଏକ କାର୍ଯ୍ୟକ୍ରମରେ ମୁକେଶ କହିଛନ୍ତି ଏବେ ରାଜ୍ୟରେ ୧୧ଟି ମେଡିକାଲ କଲେଜ ଥିବାବେଳେ ଖୁବଶୀଘ୍ର ତାଳଚେର ଓ କନ୍ଧମାଳରେ ଆଉ ଦୁଇଟି ମେଡିକାଲ କଲେଜ ନିର୍ମାଣ ହେବ । ଆସନ୍ତା ୫ ବର୍ଷ ଭିତରେ ସାରା ରାଜ୍ୟରେ ମେଡିକାଲ କଲେଜ ଓ ଅଧ୍ୟାପକ ନିଯୁକ୍ତି ନେଇ ବ୍ୟବସ୍ଥା କରାଯାଉଛି । […]

ଭୁବନେଶ୍ୱର : ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ । ଆଜି ଏନେଇ ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଭୁବନେଶ୍ବରରେ ଏକ କାର୍ଯ୍ୟକ୍ରମରେ ମୁକେଶ କହିଛନ୍ତି ଏବେ ରାଜ୍ୟରେ ୧୧ଟି ମେଡିକାଲ କଲେଜ ଥିବାବେଳେ ଖୁବଶୀଘ୍ର ତାଳଚେର ଓ କନ୍ଧମାଳରେ ଆଉ ଦୁଇଟି ମେଡିକାଲ କଲେଜ ନିର୍ମାଣ ହେବ । ଆସନ୍ତା ୫ ବର୍ଷ ଭିତରେ ସାରା ରାଜ୍ୟରେ ମେଡିକାଲ କଲେଜ ଓ ଅଧ୍ୟାପକ ନିଯୁକ୍ତି ନେଇ ବ୍ୟବସ୍ଥା କରାଯାଉଛି ।
ସେପଟେ ମେଡିକାଲ କଲେଜରେ ଅଧ୍ୟାପକ ନିଯୁକ୍ତି ନେଇ ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରତିକ୍ରିୟା ରଖି କହିଛନ୍ତି ଅବସରପ୍ରାପ୍ତ ଅଭିଜ୍ଞ ଡାକ୍ତରମାନଙ୍କୁ ବିଭିନ୍ନ ମେଡିକାଲ କଲେଜରେ ପାଠ ପଢ଼ାଇବା ନିମନ୍ତେ ଯୋଜନା କରାଯାଉଛି। ଅବସର ପରେ ବି ଅଧ୍ୟାପକ ମାନେ କଲେଜରେ ପାଠ ପଢାଇ ପାରିବେ ଏପରିକି ଦେଶ ବାହାରେ ମଧ୍ୟ ଅଧ୍ୟାପକ ମାନେ ପାଠ ପଢାଇ ପାରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।