ହାତରୁ ପଡିବା ଅଶୁଭ

ଜିନିଷ ପଡିଯିବାକୁ ସମସ୍ତେ ନା ପସନ୍ଦ କରନ୍ତି । ହେଲେ କିଛି ଏଭଳି ଜିନିଷ ଅଛି ବାସ୍ତୁ ଅନୁସାରେ ଯାହା ପଡିଲେ ଅଶୁଭ । ଏହା ହାତରୁ ପଡିବା ଦ୍ୱାରା ଅଶୁଭ ଫଳ ମିଳିଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ସାମଗ୍ରୀ ବିଷୟରେ ଯାହା ହାତରୁ ପଡିଲେ ଅଶୁଭ । ଲୁଣ ଲୁଣ ଏପରି ଏକ ଜିନିଷ ଯାହାକୁ ଆମେ ଦିନରେ ଅନେକ ଥର ବ୍ୟବହାର କରୁ । ତେବେ ଏହି ସମୟରେ କେତେବେଳେ ଅସବାଧାନତା […]

ହାତରୁ ପଡିବା ଅଶୁଭ
ହାତରୁ ପଡିବା ଅଶୁଭ

ଜିନିଷ ପଡିଯିବାକୁ ସମସ୍ତେ ନା ପସନ୍ଦ କରନ୍ତି । ହେଲେ କିଛି ଏଭଳି ଜିନିଷ ଅଛି ବାସ୍ତୁ ଅନୁସାରେ ଯାହା ପଡିଲେ ଅଶୁଭ । ଏହା ହାତରୁ ପଡିବା ଦ୍ୱାରା ଅଶୁଭ ଫଳ ମିଳିଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ସାମଗ୍ରୀ ବିଷୟରେ ଯାହା ହାତରୁ ପଡିଲେ ଅଶୁଭ ।
ଲୁଣ
ଲୁଣ ଏପରି ଏକ ଜିନିଷ ଯାହାକୁ ଆମେ ଦିନରେ ଅନେକ ଥର ବ୍ୟବହାର କରୁ । ତେବେ ଏହି ସମୟରେ କେତେବେଳେ ଅସବାଧାନତା କାରଣରୁ ଏହା ତଳେ ପଡିଯାଇଥାଏ । ହେଲେ ଏହା ତଳେ ପଡିବାକୁ ବାସ୍ତୁରେ ଅଶୁଭ ବୋଲି ଧରାଯାଏ । ଲୁଣ ହାତରୁ ପଡିବା ଫଳରେ ବ୍ୟକ୍ତିଙ୍କ ଗ୍ରହ ଉପରେ ଶୁକ୍ର ଓ ଚନ୍ଦ୍ର ସମ୍ବନ୍ଧିତ ନକରାତ୍ମକ ପ୍ରଭାବ ପଡିଥାଏ । ଯଦି ଦୁଇ ରୁ ତିନିମାସ ଧରି ସବୁବେଳେ ହାତରୁ ଲୁଣ ଖସେ ତେବେ ଘରେ କିଛି ବାସ୍ତୁ ଦୋଷ ରହିଛି ବୋଲି ବାସ୍ତୁଶାସ୍ତ୍ରରେ ଲେଖାଅଛି । ତେଣୁ ଏହାର ପ୍ରତିକାର ପାଇଁ ବାସ୍ତୁ ନିୟମକୁ ଅନୁସରଣ କରନ୍ତୁ ।
ତେଲ
ତେଲକୁ ଶନିଙ୍କର ପ୍ରତିକ ଭାବେ ନିଆଯାଏ । ଏହା ସବୁ ଘରେ ବ୍ୟବହାର ହୁଏ । ତେବେ ହାତରୁ ତେଲ ପଡିବାକୁ ଅଶୁଭ ବୋଲି ଧରାଯାଏ । ତେଲ ଯଦି ଭୁଲରେ ପଡିଗଲା ତେବେ ଏହାକୁ ବାସ୍ତୁଦୋଷ ସହ ଯୋଡାଯାଏ । ତେଣୁ ସର୍ବଦା ତେଲ ବ୍ୟବହାର ବେଲେ ସାବଧାନତା ଅବଲମ୍ବନ କରନ୍ତୁ । ତେଲ ପଡିବା ଦ୍ୱାରା ଧନ ହାନୀ ହୋଇଥାଏ ।
କ୍ଷୀର
ହାତରୁ କ୍ଷୀର ପଡିବାକୁ ଅଶୁଭ କୁହାଯାଏ । ତେବେ ଥରେ ଦୁଇଥର ଚଳିବ । ହେଲେ ଯଦି ଏଭଳି ବାରମ୍ବାର ହୁଏ ତେବେ ଆପଣଙ୍କ ଘରେ କୌଣସି ନକରାତ୍ମକ ଉର୍ଜା ରହିଛି । ତେଣୁ ଏହି ଉର୍ଜା ଖୋଜି ଏହାର ନିରାକରଣ ପାଇଁ ଚେଷ୍ଟିତ ହୁଅନ୍ତୁ ।
ଗୋଲ ମରିଚ
ଯଦି କେବେ ଆପଣଙ୍କ ହାତରୁ ମରିଚ ତଳେ ପଡାଯାଉଛି, ତେବେ ଏହା ଆପଣଙ୍କର ଅନ୍ୟ ମାନଙ୍କ ଥିବା ସମ୍ପର୍କ ବିଷୟରେ ସୂଚନା ଦେଉଛି । ଏହାର ଅର୍ଥହେଉଛି ଆପଣଙ୍କର ପରିବାରର ଅନ୍ୟଙ୍କ ସହିତ ସମ୍ପର୍କ ଖରାପ ଆଡକୁ ଯାଉଛି । ତେଣୁ ଯଥାଶୀଘ୍ର ଏଥିପ୍ରତି ଧ୍ୟାନ ଦିଅନ୍ତୁ ।
ଖାଦ୍ୟ ଥାଳି
ହାତରୁ ଖାଦ୍ୟ ପଡିବା ଲକ୍ଷ୍ମୀଙ୍କର ଅପମାନ ବୋଲି ଧରାଯାଏ । ବାରମ୍ବାର ଖାଦ୍ୟ ପଡିବାର ଅର୍ଥ ଆପଣଙ୍କ ରୋଷେଇ ଘରେ କୌଣସି ବାସ୍ତୁ ଦୋଷ ରହିଛି । ଏହାକୁ ଦୂର କରିବା ପାଇଁ ରୋଷେଇଘରେ ଦକ୍ଷୀଣ ଦିଗରେ ଏକ ଛୋଟ ଲାଇଟ୍‌ ଲଗାନ୍ତୁ । ଏହାସହ ରୋଷେଇ ଘରେ ଅନ୍ନପୂର୍ଣ୍ଣାଙ୍କର ଫଟୋ ଲଗାନ୍ତୁ ଆପଣଙ୍କୁ ଆଶୀର୍ବାଦ ପ୍ରାପ୍ତ ହେବ ।