ଶରଧାବାଲି ଅଭିମୁଖେ ଗଡିଲା ରଥ
ସରିଛି ଭକ୍ତଗଣଙ୍କ ଅପେକ୍ଷା, ରଥଯାତ୍ରାର ମୁଖ୍ୟପର୍ବ ଆରମ୍ଭ ହୋଇଛି । ପୂର୍ବନିର୍ଦ୍ଧାରିତ ସମୟରେ ଠାକୁରଙ୍କ ରଥଟଣା ଆରମ୍ଭ ହୋଇଛି । ପ୍ରଥମେ ବଡଠାକୁର ଶ୍ରୀବଳଭଦ୍ରଙ୍କର ତାଳଧ୍ୱଜ ରଥ ଶରଧା ବାଲି ଅଭିମୁଖେ ଗଡିବା ଆରମ୍ଭ କରିଛି । ପବିତ୍ର ରଥଯାତ୍ରାର ନୀତିକାନ୍ତି ବର୍ତ୍ତମାନ ସୁଦ୍ଧା ସଠିକ୍ ସମୟରେ ସମାପନ ହେଉଥିବାର ଦେଖିବାକୁ ମିଳିଛି । ପୂର୍ବନିର୍ଦ୍ଧାରିତ ସମୟ ଅନୁସାରେ ପହଣ୍ଡି, ଛେରାପହଁରା ଓ ରଥଟଣା ଆରମ୍ଭ ହୋଇଛି । ହରିବୋଲ ବୋଲରେ ସାରା ବଡଦାଣ୍ଡ ପ୍ରକମ୍ପିତ ହେଉଥିବା […]

ସରିଛି ଭକ୍ତଗଣଙ୍କ ଅପେକ୍ଷା, ରଥଯାତ୍ରାର ମୁଖ୍ୟପର୍ବ ଆରମ୍ଭ ହୋଇଛି । ପୂର୍ବନିର୍ଦ୍ଧାରିତ ସମୟରେ ଠାକୁରଙ୍କ ରଥଟଣା ଆରମ୍ଭ ହୋଇଛି । ପ୍ରଥମେ ବଡଠାକୁର ଶ୍ରୀବଳଭଦ୍ରଙ୍କର ତାଳଧ୍ୱଜ ରଥ ଶରଧା ବାଲି ଅଭିମୁଖେ ଗଡିବା ଆରମ୍ଭ କରିଛି । ପବିତ୍ର ରଥଯାତ୍ରାର ନୀତିକାନ୍ତି ବର୍ତ୍ତମାନ ସୁଦ୍ଧା ସଠିକ୍ ସମୟରେ ସମାପନ ହେଉଥିବାର ଦେଖିବାକୁ ମିଳିଛି । ପୂର୍ବନିର୍ଦ୍ଧାରିତ ସମୟ ଅନୁସାରେ ପହଣ୍ଡି, ଛେରାପହଁରା ଓ ରଥଟଣା ଆରମ୍ଭ ହୋଇଛି । ହରିବୋଲ ବୋଲରେ ସାରା ବଡଦାଣ୍ଡ ପ୍ରକମ୍ପିତ ହେଉଥିବା ଦେଖିବାକୁ ମିଳିଛି ।