ଆଜି ଖୋଲିବ ମେଡି ଆସିଷ୍ଟର ଆଇପିଓ
ନୂଆଦିଲ୍ଲୀ,୧୫।୧: ମେଡି ଆସିଷ୍ଟ୍ ହେଲ୍ଥକେୟାର ସର୍ଭିସେସ୍ ଲିମିଟେଡ୍ର ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ୨୦୨୪ ଜାନୁଆରୀ ୧୫ରେ ଖୋଲିବ। ଏପରିକି ଉକ୍ତ ଆଇପିଓର ଅଫର ୨୦୨୪ ଜାନୁଆରୀ ୧୭ରେ ବନ୍ଦ ହେବ। ବିଶେଷକରି ଏହାର ଆଙ୍କର ନିବେଶକମାନେ ୨୦୨୪ ଜାନୁଆରୀ ୧୨ରେ ବିଡ୍ ଦାଖଲ କରିସାରିଛନ୍ତି। ଉକ୍ତ ଅଫରରେ ଇକ୍ୱିଟି ଶେୟାରର ମୂଲ୍ୟ ୩୯୭ରୁ ୪୧୮ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି। ସେହିଭଳି ସର୍ବନିମ୍ନ ୩୫ଟି ଇକ୍ୱିଟି ଶେୟାର ପାଇଁ ବିଡ୍ ଦାଖଲ କରାଯାଇପାରିବ ଏବଂ ଏହାପରେ ୩୫ଟି […] The post ଆଜି ଖୋଲିବ ମେଡି ଆସିଷ୍ଟର ଆଇପିଓ appeared first on Dharitri Odia News.
ନୂଆଦିଲ୍ଲୀ,୧୫।୧: ମେଡି ଆସିଷ୍ଟ୍ ହେଲ୍ଥକେୟାର ସର୍ଭିସେସ୍ ଲିମିଟେଡ୍ର ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ୨୦୨୪ ଜାନୁଆରୀ ୧୫ରେ ଖୋଲିବ। ଏପରିକି ଉକ୍ତ ଆଇପିଓର ଅଫର ୨୦୨୪ ଜାନୁଆରୀ ୧୭ରେ ବନ୍ଦ ହେବ। ବିଶେଷକରି ଏହାର ଆଙ୍କର ନିବେଶକମାନେ ୨୦୨୪ ଜାନୁଆରୀ ୧୨ରେ ବିଡ୍ ଦାଖଲ କରିସାରିଛନ୍ତି। ଉକ୍ତ ଅଫରରେ ଇକ୍ୱିଟି ଶେୟାରର ମୂଲ୍ୟ ୩୯୭ରୁ ୪୧୮ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି। ସେହିଭଳି ସର୍ବନିମ୍ନ ୩୫ଟି ଇକ୍ୱିଟି ଶେୟାର ପାଇଁ ବିଡ୍ ଦାଖଲ କରାଯାଇପାରିବ ଏବଂ ଏହାପରେ ୩୫ଟି ଲେଖାଏଁ ଇକ୍ୱିଟି ଶେୟାର ଗୁଣିତକ ଭାବେ ଯୋଡ଼ାଯାଇପାରିବ। ସେହିପରି କମ୍ପାନୀର ଇକ୍ୱିଟି ଶେୟାରଗୁଡ଼ିକୁ ବିଏସଇ ଲିମିଟେଡ୍ ଓ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ୍ ଇଣ୍ଡିଆ ଲିମିଟେଡ୍ରେ ତାଲିକାଭୁକ୍ତ କରିବା ଲାଗି ରେଡ୍ ହିଅରିଂ ପ୍ରୋସପେକ୍ଟସ୍ରେ ପ୍ରସ୍ତାବ ରହିଛି। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ନିୟମ ଅନୁସାରେ ଏହି ଅଫରର ୫୦% ପର୍ଯ୍ୟନ୍ତ ଇକ୍ୱିଟି ଶେୟାର ସମାନୁପାତିକ ଭିତ୍ତିରେ ଯୋଗ୍ୟ ସଂସ୍ଥାଗତ ନିବେଶକ (କ୍ୟୁଆଇବି) ମାନଙ୍କ ଲାଗି ରହିବ।
The post ଆଜି ଖୋଲିବ ମେଡି ଆସିଷ୍ଟର ଆଇପିଓ appeared first on Dharitri Odia News.