ଆଜି ଦେବଦମ୍ପତିଙ୍କ ଶୁଭ ବିବାହ

ସମ୍ବଲପୁର : ଶିତଳଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର । ଆଜି ଦେବ ଦେବ ମହାଦେବଙ୍କ ବିବାହ ଉତ୍ସବ । ଆସନ୍ତାକାଲି ଶିତଳଷଷ୍ଠୀ ପର୍ବ । ଦେବ ଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ସରିଛି ସମସ୍ତ ପ୍ରସ୍ତୁତି । ଆଜି ରାତିରେ ବିଭିନ୍ନ ଶିବାଳୟରୁ ଦେବଦେବ ମହାଦେବ ବରବେଶରେ ସଜ୍ଜିତ ହୋଇ ସୁସଜ୍ଜିତ ବିମାନରେ ଉପବେସନ ପୂର୍ବକ ବାହାରିବେ ବିବାହ ଶୋଭାଯାତ୍ରାରେ। ବିବାହ ଶୋଭାଯାତ୍ରା ପାଇଁ ପ୍ରସ୍ତୁତ ରହିଛି ମୂର୍ତ୍ତିି ଓ ଚାନ୍ଦି ମେଢ଼ । […]

ଆଜି ଦେବଦମ୍ପତିଙ୍କ ଶୁଭ ବିବାହ
ଆଜି ଦେବଦମ୍ପତିଙ୍କ ଶୁଭ ବିବାହ

ସମ୍ବଲପୁର : ଶିତଳଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର । ଆଜି ଦେବ ଦେବ ମହାଦେବଙ୍କ ବିବାହ ଉତ୍ସବ । ଆସନ୍ତାକାଲି ଶିତଳଷଷ୍ଠୀ ପର୍ବ । ଦେବ ଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ସରିଛି ସମସ୍ତ ପ୍ରସ୍ତୁତି । ଆଜି ରାତିରେ ବିଭିନ୍ନ ଶିବାଳୟରୁ ଦେବଦେବ ମହାଦେବ ବରବେଶରେ ସଜ୍ଜିତ ହୋଇ ସୁସଜ୍ଜିତ ବିମାନରେ ଉପବେସନ ପୂର୍ବକ ବାହାରିବେ ବିବାହ ଶୋଭାଯାତ୍ରାରେ। ବିବାହ ଶୋଭାଯାତ୍ରା ପାଇଁ ପ୍ରସ୍ତୁତ ରହିଛି ମୂର୍ତ୍ତିି ଓ ଚାନ୍ଦି ମେଢ଼ । ଘଣ୍ଟ, ଘଣ୍ଟା , ଦୁଲଦୁଲି, ଆଦିବାସୀ ନୃତ୍ୟରେ ଦୁଲୁକିବ ସମ୍ବଲପୁର ସହର । ରାଜ୍ୟ ବାହାରୁ ମଧ୍ୟ ଆସିବେ ସାଂସ୍କୃତିକ ଦଳ ।ବାଜାବାଣ ରୋଷଣୀ ସହ ଲୋକ ଗୀତ ଓ ନୃତ୍ୟର ତାଳେତାଳେ ଶୋଭାଯାତ୍ରା କନ୍ୟା ଘର ଅଭିମୁଖେ ଅଗ୍ରସର ହେବେ। ସେଠାରେ ପହଞ୍ଚିବା ପରେ ପାରମ୍ପରିକ ବୈଦିକ ରିତୀନିତୀରେ ଦେବ ବିବାହ ସମ୍ପନ୍ନ ହେବ।

ଏହାପୂର୍ବରୁ ଦେବ ଦମ୍ପତିଙ୍କ ବିବାହରେ ଯୋଗ ଦେବା ନିମନ୍ତେ ପ୍ରଭୁ ହନୁମାନ ନିମନ୍ତ୍ରଣ ପତ୍ର ସହିତ ଗୁଆ ଏବଂ ମିଷ୍ଟାନ୍ନ ଆଦି ନେଇ ସୁସଜ୍ଜିତ ରଥରେ ଯାଇ ଦେବାଳୟ ମାନଙ୍କରେ ନିମନ୍ତ୍ରଣ କରିଛନ୍ତି I