ସୁନା କିଣୁଥିଲେ ସାବଧାନ, ମାପ ଓଜନରେ ଠକୁଛନ୍ତି ଦୋକାନୀ
ଭୁବନେଶ୍ୱର : ଗ୍ରାହକଙ୍କୁ ଠକୁଛନ୍ତି ସୁନା ଦୋକାନୀ । ଗତ ୫ ବର୍ଷ ଧରି ଲଗାତାର ଓଜନ ଓ ମାପରେ ଗ୍ରାହକଙ୍କୁ ଧକେଇ କରି ଆସୁଛନ୍ତି ସୁନା ଦୋକାନୀ । ଏ ସମ୍ପର୍କରେ ଆଜି ଖୁଲାସା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଗତ ୫ ବର୍ଷରେ ୩୬ ଜଣ ବ୍ୟବସାୟୀ ଓଜନ ମାପ ଠକେଇରେ ଧରା ପଡିଛନ୍ତି, ଆଉ ସେମାନଙ୍କଠାରୁ ୪ ଲକ୍ଷ ୯୭ ହଜାର ୫୦୦ ଟଙ୍କାର ଜରିମାନା ଆଦାୟ […]

ଭୁବନେଶ୍ୱର : ଗ୍ରାହକଙ୍କୁ ଠକୁଛନ୍ତି ସୁନା ଦୋକାନୀ । ଗତ ୫ ବର୍ଷ ଧରି ଲଗାତାର ଓଜନ ଓ ମାପରେ ଗ୍ରାହକଙ୍କୁ ଧକେଇ କରି ଆସୁଛନ୍ତି ସୁନା ଦୋକାନୀ । ଏ ସମ୍ପର୍କରେ ଆଜି ଖୁଲାସା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଗତ ୫ ବର୍ଷରେ ୩୬ ଜଣ ବ୍ୟବସାୟୀ ଓଜନ ମାପ ଠକେଇରେ ଧରା ପଡିଛନ୍ତି, ଆଉ ସେମାନଙ୍କଠାରୁ ୪ ଲକ୍ଷ ୯୭ ହଜାର ୫୦୦ ଟଙ୍କାର ଜରିମାନା ଆଦାୟ ହୋଇଛି। ସେହିପରି ୮ ଜଣ ବଡ଼ ବ୍ୟବସାୟୀ ନକଲି ହଲମାର୍କରେ ସୁନା ବିକ୍ରି କରୁଥିବା ଅଭିଯୋଗରେ ଧରାପଡିବା ପରେ ୭ ଜଣଙ୍କ ଲାଇସେନ୍ସ ବାତିଲ ଓ ଜଣଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯାଇଛି । ତେବେ ବିଧାନସଭାରେ ଏନେଇ ପ୍ରଶ୍ନ କରିଥିଲେ ବିଧାୟକ ପ୍ରଶାନ୍ତ ବେହେରା । ବିଗତ ପାଞ୍ଚ ବର୍ଷରେ କେଉଁ ସୁନା ଗହଣା ଦୋକାନରେ ମାନକ ଓ ମାପକରେ ତ୍ରୁଟି ଧରାଯାଇ ସେମାନଙ୍କ ବିରୋଧରେ କି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ, ସେ ସମ୍ପର୍କରେ ପଚାରିଥିଲେ ବିଧାୟକ । ଯାହାର ଉତ୍ତର ରଖିଥିଲେ ମନ୍ତ୍ରୀ । ସରକାର ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।