ଆଜି ନିମାପଡ଼ାରେ ମେଗା ରୋଡ୍ ଶୋ’ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯।୫: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନିମାପଡ଼ାରେ ନିର୍ବାଚନ ପ୍ରଚାର କରିବେ। ଏଠାରେ ସେ ବିଶାଳ ରୋଡ୍ ଶୋ’ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆଜି ଅପରାହ୍ନ ସାଢ଼େ ୫ଟାରେ ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ ବାହାରି ନିମାପଡ଼ାରେ ପହଞ୍ଚିବେ। ଏହାପରେ ସେ ଗୁଲଗୁଲା ଛକରୁ ରୋଡ୍ ଶୋ’ କରିବେ। ପରେ ସେ ଏଚ୍ଡିଏଫ୍ସି ଛକ, ପୁରୁଣା ବସ୍ଷ୍ଟାଣ୍ଡ, ଜୟଶ୍ରୀ ଛକ ଯାଏ ଯିବେ। ବମ୍ବେ ଢ଼ାବା ଛକରେ ଆୟୋଜିତ ଜନସଭାକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ। […] The post ଆଜି ନିମାପଡ଼ାରେ ମେଗା ରୋଡ୍ ଶୋ’ କରିବେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
ଭୁବନେଶ୍ୱର,୨୯।୫: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନିମାପଡ଼ାରେ ନିର୍ବାଚନ ପ୍ରଚାର କରିବେ। ଏଠାରେ ସେ ବିଶାଳ ରୋଡ୍ ଶୋ’ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଆଜି ଅପରାହ୍ନ ସାଢ଼େ ୫ଟାରେ ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ ବାହାରି ନିମାପଡ଼ାରେ ପହଞ୍ଚିବେ। ଏହାପରେ ସେ ଗୁଲଗୁଲା ଛକରୁ ରୋଡ୍ ଶୋ’ କରିବେ। ପରେ ସେ ଏଚ୍ଡିଏଫ୍ସି ଛକ, ପୁରୁଣା ବସ୍ଷ୍ଟାଣ୍ଡ, ଜୟଶ୍ରୀ ଛକ ଯାଏ ଯିବେ। ବମ୍ବେ ଢ଼ାବା ଛକରେ ଆୟୋଜିତ ଜନସଭାକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ। ସନ୍ଧ୍ୟା ୭.୩୦ରେ ରୋଡ୍ ଶେଷ ହେବା ପରେ ସେ ଭୁବନେଶ୍ୱର ଫେରିବେ ବୋଲି ଜଣାପଡ଼ିଛି।
The post ଆଜି ନିମାପଡ଼ାରେ ମେଗା ରୋଡ୍ ଶୋ’ କରିବେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.