ଆଜି ବସିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ବତନ୍ତ୍ର ତଦାରଖ କମିଟି ବୈଠକ: ଆସିପାରେ ବଡ଼ ନିଷ୍ପତ୍ତି
ପୁରୀ,୨୯ା୭: ସୋମବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ବତନ୍ତ୍ର ତଦାରଖ କମିଟି ବୈଠକ ବସିବ। ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଏଏସ୍ଆଇ ସହ ଏହି ବୈଠକ ବସିବ। ଉକ୍ତ ବୈଠକରେ ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟିତ୍ୱ ନେଇ ଆଲୋଚନା ହେବା ସହ ବଡ଼ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି। ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ରତ୍ନଭଣ୍ଡାରର ମରାମତି ସହ ଲେଜର ସ୍କାନିଂ କି ଜିପିଆରଏସ ସର୍ଭେ କରାଯିବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା […] The post ଆଜି ବସିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ବତନ୍ତ୍ର ତଦାରଖ କମିଟି ବୈଠକ: ଆସିପାରେ ବଡ଼ ନିଷ୍ପତ୍ତି appeared first on Dharitri Odia News.
ପୁରୀ,୨୯ା୭: ସୋମବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ବତନ୍ତ୍ର ତଦାରଖ କମିଟି ବୈଠକ ବସିବ। ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଏଏସ୍ଆଇ ସହ ଏହି ବୈଠକ ବସିବ। ଉକ୍ତ ବୈଠକରେ ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟିତ୍ୱ ନେଇ ଆଲୋଚନା ହେବା ସହ ବଡ଼ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି।
ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ରତ୍ନଭଣ୍ଡାରର ମରାମତି ସହ ଲେଜର ସ୍କାନିଂ କି ଜିପିଆରଏସ ସର୍ଭେ କରାଯିବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ। ଏହାପରେ କିପରି ଯାଞ୍ଚ କରାଯିବ ସେ ନେଇ ଏଏସ୍ଆଇ ଉଚ୍ଚସ୍ତରୀୟ ବୈଷୟିକ କମିଟି ନିଷ୍ପତ୍ତି ନେବ।
କେବେ ଯାଞ୍ଚ ହେବ ଏବଂ ପରବର୍ତ୍ତୀ ସମୟରେ କେବେ ମରାମତି କାର୍ଯ୍ୟ କରାଯିବ ସେ ସମ୍ପର୍କରେ ଆଜି ବୈଠକରେ ନିଷ୍ପତ୍ତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି।
The post ଆଜି ବସିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ବତନ୍ତ୍ର ତଦାରଖ କମିଟି ବୈଠକ: ଆସିପାରେ ବଡ଼ ନିଷ୍ପତ୍ତି appeared first on Dharitri Odia News.