ଆଜି ବି ଅସମ୍ଭାଳ ତାତି, ବାରିପଦାରେ ସର୍ବାଧିକ ତାପମାତ୍ରା ରେକର୍ଡ
ଭୁବନେଶ୍ୱର ୨୧।୦୪ : ଢହ ଢହ ଖରା ସାଙ୍ଗକୁ ତତଲା ପବନ । ଜଳୁଛି ପୁରା ଓଡିଶା । ସକାଳ ୮ ଟା ୩୦ ସୁଦ୍ଧା ବାରିପଦାରେ ରେକର୍ଡ ହୋଇଛି ସର୍ବାଧିକ ତାପମାତ୍ରା । ଶନିବାର ତୁଳନାର ରବିବାର ତାପମାତ୍ରାରେ ସାମନ୍ୟ ହ୍ରାସ ପାଇଥିବାର ଦେଖିବାକୁ ମିଳିଛି । ତେବେ କେଉଁଠି କେତେ ରହିଛି ତାପମାତ୍ରା । ଆସନ୍ତୁ ଜଣିବା...ବାରିପଦାରେ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗିରରେ ୩୫.୪ ଡିଗ୍ରୀ, ଭଦ୍ରକ ୩୫ ଡିଗ୍ରୀ ରେକର୍ଡ । ସକାଳ ୮.୩୦ ସୁଦ୍ଧା ୩୦ ଡିଗ୍ରୀ ଉପରେ ୧୫ ସହର । ଅନୁଗୁଳରେ ୩୪, ଯାଜପୁରରେ ୩୪.୮, କଟକରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ । ସେହିପରି ସକାଳ ସାଢ଼େ ୮ଟା ସୁଦ୍ଧା ଭବାନୀପାଟଣାରେ ୩୪.୪, ଭୁବନେଶ୍ୱରରେ ୩୨.୬ ରେକର୍ଡ ହୋଇଥିବା ଜଣାପଡ଼ିଛି । ଆସନ୍ତା ୨୬ ତାରିଖରେ ତାତି ୪୬ ଡିଗ୍ରୀ ଡେଇଁବା ଆଶଙ୍କା ରହିଛି । ବିପଦଜନକ ସ୍ତର ଛୁଇଁଲାଣି ୟୁଭି କିରଣ ମାତ୍ରା । ଭୀଷଣ ଗ୍ରୀଷ୍ମପ୍ରବାହ ଯୋଗୁଁ ଚର୍ମ କର୍କଟ, ସନ୍ ବର୍ଣ୍ଣ, ଆଖି ଖରାପ ହେବାର ମଧ୍ୟ ଆଶଙ୍କା କରାଯାଉଛି ।
ଭୁବନେଶ୍ୱର ୨୧।୦୪ : ଢହ ଢହ ଖରା ସାଙ୍ଗକୁ ତତଲା ପବନ । ଜଳୁଛି ପୁରା ଓଡିଶା । ସକାଳ ୮ ଟା ୩୦ ସୁଦ୍ଧା ବାରିପଦାରେ ରେକର୍ଡ ହୋଇଛି ସର୍ବାଧିକ ତାପମାତ୍ରା । ଶନିବାର ତୁଳନାର ରବିବାର ତାପମାତ୍ରାରେ ସାମନ୍ୟ ହ୍ରାସ ପାଇଥିବାର ଦେଖିବାକୁ ମିଳିଛି । ତେବେ କେଉଁଠି କେତେ ରହିଛି ତାପମାତ୍ରା । ଆସନ୍ତୁ ଜଣିବା...
ବାରିପଦାରେ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗିରରେ ୩୫.୪ ଡିଗ୍ରୀ, ଭଦ୍ରକ ୩୫ ଡିଗ୍ରୀ ରେକର୍ଡ । ସକାଳ ୮.୩୦ ସୁଦ୍ଧା ୩୦ ଡିଗ୍ରୀ ଉପରେ ୧୫ ସହର । ଅନୁଗୁଳରେ ୩୪, ଯାଜପୁରରେ ୩୪.୮, କଟକରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ ।
ସେହିପରି ସକାଳ ସାଢ଼େ ୮ଟା ସୁଦ୍ଧା ଭବାନୀପାଟଣାରେ ୩୪.୪, ଭୁବନେଶ୍ୱରରେ ୩୨.୬ ରେକର୍ଡ ହୋଇଥିବା ଜଣାପଡ଼ିଛି । ଆସନ୍ତା ୨୬ ତାରିଖରେ ତାତି ୪୬ ଡିଗ୍ରୀ ଡେଇଁବା ଆଶଙ୍କା ରହିଛି । ବିପଦଜନକ ସ୍ତର ଛୁଇଁଲାଣି ୟୁଭି କିରଣ ମାତ୍ରା । ଭୀଷଣ ଗ୍ରୀଷ୍ମପ୍ରବାହ ଯୋଗୁଁ ଚର୍ମ କର୍କଟ, ସନ୍ ବର୍ଣ୍ଣ, ଆଖି ଖରାପ ହେବାର ମଧ୍ୟ ଆଶଙ୍କା କରାଯାଉଛି ।