ଆଜି ବୈତରଣୀରେ ମକରବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର,୧୪/୧ (ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):କେନ୍ଦୁଝର ମାଟିର ସନ୍ତାନ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମକର ସଂକ୍ରାନ୍ତି ଅବସରରେ ୩ ଦିନିଆ କେନ୍ଦୁଝର ଗସ୍ତରେ ମଙ୍ଗଳବାରଠାରୁ ଆସୁଛନ୍ତି। ମକର ସଂକ୍ରାନ୍ତି ଅବସରରେ ସେ ବୈତରଣୀ ନଦୀରେ ମକର ବୁଡ ଦେବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ୯ଟା ୩୦ରେ ସ୍ବତନ୍ତ୍ର ବିମାନରେ ଆସି ରାଇସୁଆଁ ଏୟାରଷ୍ଟ୍ରିପ୍ରେ ଓହ୍ଲାଇବେ। ପୂର୍ବାହ୍ନ ୧୦ଟା ୪୦ରେ […] The post ଆଜି ବୈତରଣୀରେ ମକରବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
କେନ୍ଦୁଝର,୧୪/୧ (ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):କେନ୍ଦୁଝର ମାଟିର ସନ୍ତାନ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମକର ସଂକ୍ରାନ୍ତି ଅବସରରେ ୩ ଦିନିଆ କେନ୍ଦୁଝର ଗସ୍ତରେ ମଙ୍ଗଳବାରଠାରୁ ଆସୁଛନ୍ତି। ମକର ସଂକ୍ରାନ୍ତି ଅବସରରେ ସେ ବୈତରଣୀ ନଦୀରେ ମକର ବୁଡ ଦେବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ୯ଟା ୩୦ରେ ସ୍ବତନ୍ତ୍ର ବିମାନରେ ଆସି ରାଇସୁଆଁ ଏୟାରଷ୍ଟ୍ରିପ୍ରେ ଓହ୍ଲାଇବେ। ପୂର୍ବାହ୍ନ ୧୦ଟା ୪୦ରେ ପାଟଣାରେ ପହଞ୍ଚତ୍ ବୈତରଣୀ ନଦୀରେ ମକରବୁଡ଼ ଦେବେ। ସେଠାରେ କିଛି ସମୟ ରହଣି ପରେ ସର୍କିଟ ହାଉସ୍ରେ ପହଞ୍ଚତ୍ ଅପରାହ୍ନ ୪ଟାରେ ଝୁମ୍ପୁରାରେ ଏକ ପୋଲର ଶୁଭ ଉଦ୍ଘାଟନ କରିବେ। ସେଠାରୁ ରାଇକଳାସ୍ଥିତ ନିଜ ବାସଭବନକୁ ଯାଇ ରାତିରେ କେନ୍ଦୁଝର ଫେରି ସର୍କିଟ ହାଉସରେ ରାତ୍ରିଯାପନ କରିବେ। ବୁଧବାର ସ୍ଥାନୀୟ ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରେ ସାମାଜିକ ସୁରକ୍ଷା ପେନ୍ସନ୍ ଯୋଜନାର ଲୋକାର୍ପଣ ଉତ୍ସବରେ ଯୋଗଦେବେ। ସେଠାରୁ ସର୍କିଟ ହାଉସ ଫେରି ବଡ଼ବିଲ ଯାଇ ଓଏମ୍ଡିସି ଗେଷ୍ଟ୍ ହାଉସ୍ରେ ରହିବେ। ସନ୍ଧ୍ୟା ୫ଟା ୪୦ରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସାରଦା ପ୍ରାର୍ଥନା ମଣ୍ଡପର ଉଦ୍ଘାଟନ କରିବା ପରେ ୬ଟା ୩୦ରେ ବଡବିଲ ମହୋତ୍ସବର ରୌପ୍ୟ ଜୟନ୍ତୀରେ ଯୋଗଦେବେ। ସେଠାରୁ ରାତିରେ କେନ୍ଦୁଝର ଫେରି ରାତ୍ରିଯାପନ କରି ଗୁରୁବାର ବାଲିବନ୍ଧଠାରେ ମହେନ୍ଦ୍ର ପଟ୍ଟନାୟକଙ୍କ ମା’ଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗଦେବେ। ରାଇସୁଆଁ ଫେରି ପୂର୍ବାହ୍ନ ୧୦ଟା ୫୫ରେ ସ୍ବତନ୍ତ୍ର ବିମାନରେ ଭୁବନେଶ୍ୱର ଫେରିଯିବେ। ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଭାଜପା ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
The post ଆଜି ବୈତରଣୀରେ ମକରବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.