ମୁଣ୍ଡ ନୁଆଁଇଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି: ୬ ଘଣ୍ଡା ମଧ୍ୟରେ ପ୍ରତ୍ୟାହାର କଲେ ସାମରିକ ଆଇନ

ସିଓଲ,୪ା୧୨:ଦକ୍ଷିଣ କୋରିଆରେ ରାଜନୈତିକ ଅଚଳାବସ୍ଥା ଲାଗି ରହିବା ଫଳରେ ରାଷ୍ଟ୍ରପତି ୟୁନ୍‌ ସୁକ୍‌ ୟେଓଲ ମଙ୍ଗଳବାର ରାତିରେ ‘ଜରୁରୀକାଳୀନ ସାମରିକ ଆଇନ’ ଘୋଷଣା କରିଥିଲେ। ତେବେ ଏହାର ୬ ଘଣ୍ଟା ପରେ ଏହାକୁ ସେ ରାଷ୍ଟ୍ର ବିରୋଧୀ ତତ୍ତ୍ୱଙ୍କୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ହଟାଇ ଦେଇଛନ୍ତି। ଉତ୍ତର କୋରିଆ ପ୍ରତି ସହାନୁଭୂତିଶୀଳ ବିରୋଧୀ ସଦସ୍ୟମାନେ ପାର୍ଲାମେଣ୍ଟକୁ ନିୟନ୍ତ୍ରଣକୁ ନେବା ସହ ସରକାରକୁ ଅଚଳ କରିଦେବାକୁ ଉଦ୍ୟମ କରୁଥିଲେ ବୋଲି ରାଷ୍ଟ୍ରପତି ଅଭିଯୋଗ କରିଥିଲେ। ୟୁନ୍‌ଙ୍କ ଦଳ ପିପୁଲ୍ସ […] The post ମୁଣ୍ଡ ନୁଆଁଇଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି: ୬ ଘଣ୍ଡା ମଧ୍ୟରେ ପ୍ରତ୍ୟାହାର କଲେ ସାମରିକ ଆଇନ appeared first on Dharitri Odia News.

ମୁଣ୍ଡ ନୁଆଁଇଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି: ୬ ଘଣ୍ଡା ମଧ୍ୟରେ ପ୍ରତ୍ୟାହାର କଲେ ସାମରିକ ଆଇନ

ସିଓଲ,୪ା୧୨:ଦକ୍ଷିଣ କୋରିଆରେ ରାଜନୈତିକ ଅଚଳାବସ୍ଥା ଲାଗି ରହିବା ଫଳରେ ରାଷ୍ଟ୍ରପତି ୟୁନ୍‌ ସୁକ୍‌ ୟେଓଲ ମଙ୍ଗଳବାର ରାତିରେ ‘ଜରୁରୀକାଳୀନ ସାମରିକ ଆଇନ’ ଘୋଷଣା କରିଥିଲେ। ତେବେ ଏହାର ୬ ଘଣ୍ଟା ପରେ ଏହାକୁ ସେ ରାଷ୍ଟ୍ର ବିରୋଧୀ ତତ୍ତ୍ୱଙ୍କୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ହଟାଇ ଦେଇଛନ୍ତି।
ଉତ୍ତର କୋରିଆ ପ୍ରତି ସହାନୁଭୂତିଶୀଳ ବିରୋଧୀ ସଦସ୍ୟମାନେ ପାର୍ଲାମେଣ୍ଟକୁ ନିୟନ୍ତ୍ରଣକୁ ନେବା ସହ ସରକାରକୁ ଅଚଳ କରିଦେବାକୁ ଉଦ୍ୟମ କରୁଥିଲେ ବୋଲି ରାଷ୍ଟ୍ରପତି ଅଭିଯୋଗ କରିଥିଲେ।
ୟୁନ୍‌ଙ୍କ ଦଳ ପିପୁଲ୍ସ ପାଓ୍ବାର ପାର୍ଟି ଏବଂ ବିରୋଧୀ ଡେମୋକ୍ରାଟିକ୍‌ ପାର୍ଟି ମଧ୍ୟରେ ଉତ୍ତେଜନା ବଢ଼ିବା ପରେ ସାମରିକ ଆଇନ ଲାଗୁ କରିବାକୁ ରାଷ୍ଟ୍ରପତି ନିଷ୍ପତ୍ତି ନେଇଥିଲେ। ଦକ୍ଷିଣ କୋରିଆ ପାର୍ଲାମେଣ୍ଟ ରାଷ୍ଟ୍ରପତିଙ୍କୁ ଅବମାନନା କରି ତୁରନ୍ତ ସାମରିକ ଆଇନ ଘୋଷଣା ହଟାଇବା ସପକ୍ଷରେ ଭୋଟ ଦେଇଥିଲା। ଜନସାଧାରଣ ପାର୍ଲାମେଣ୍ଟ ବିଲ୍ଡିଂ ବାହାରେ ରୁଣ୍ଡ ହୋଇ ଏହି ଆଇନକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ଶେଷରେ ଚାପ ଆଗରେ ମୁଣ୍ଡ ନୁଆଇଁ ରାଷ୍ଟ୍ରପତି ସାମରିକ ଆଇନ ଘୋଷଣାକୁ ପ୍ରତ୍ୟାହାର କରି ନେଇଛନ୍ତି। ଅନ୍ୟପକ୍ଷେ ବିରୋଧୀ ନେତାମାନେ ରାଷ୍ଟ୍ରପତିଙ୍କ ଏହି ନିର୍ଦ୍ଦେଶକୁ ସାମାଜିକ ଦ୍ୱନ୍ଦ୍ୱ ସୃଷ୍ଟିକାରୀ ବୋଲି ଅଭିହିତ କରିବା ସହ ପାର୍ଲାମେଣ୍ଟ ଭଙ୍ଗ ଦାବି କରିଛନ୍ତି।

The post ମୁଣ୍ଡ ନୁଆଁଇଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି: ୬ ଘଣ୍ଡା ମଧ୍ୟରେ ପ୍ରତ୍ୟାହାର କଲେ ସାମରିକ ଆଇନ appeared first on Dharitri Odia News.