ଦୀପାବଳି ଉପହାରରେ କାର ଦେଲା ଏହି କମ୍ପାନି, କର୍ମଚାରୀଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହର

ନୂଆଦିଲ୍ଲୀ: ହରିୟାଣାର ପଞ୍ଚକୂଲାରେ ଏକ ଫାର୍ମା କମ୍ପାନି ଦୀପାବଳି ପାଇଁ ନିଜ କର୍ମଚାରୀଙ୍କୁ ଲଗଜରୀ କାର ଉପହାର ଦେଇଛି । ଏହାପରେ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହର ଖେଳି ଯାଇଛି । ଲାଇଭ୍ ହିନ୍ଦୁସ୍ତାନର ରିପୋର୍ଟ ଅନୁସାରେ କମ୍ପାନି ମାଲିକ କହିଛନ୍ତି ଯେ ଭଲ ପ୍ରଦର୍ଶନ କରିଥିବା ୧୫ କର୍ମଚାରୀଙ୍କୁ ଦୀପାବଳି ଉପହାର ବାବଦକୁ ଟାଟା ପଞ୍ଚ ଏବଂ ଗ୍ରାଣ୍ଡ ଭିଟାରା ପରି କାର ଦେଇଛନ୍ତି । ଗତ ବର୍ଷ ବି ଭଲ ପ୍ରଦର୍ଶନ କରିଥିବା ୧୨ କର୍ମଚାରୀଙ୍କୁ ଦୀପାବଳିରେ କାର ଉପହାର ଦେଇଥିଲେ ।ପଞ୍ଚକୂଲା ସ୍ଥିତ ମିଟ୍ସ ହେଲ୍ଥକେୟାର ପ୍ରାଇଭେଟ୍ ଲିମିଟେଡ୍ ଔଷଧ କମ୍ପାନି ମାଲିକ ଏମକେ ଭାଟିଆ କହିଛନ୍ତି ଯେ ୧୫ ଜଣ କର୍ମଚାରୀଙ୍କୁ ଦୀପାବଳି ଗିଫ୍ଟରେ କାର୍ ଦେଇଛନ୍ତି । ଭାଟିଆ କହିଛନ୍ତି ଯେ ବର୍ଷ ତମାମ କଠିନ ପରିଶ୍ରମ କରିଥିବା ୧୫ ଜଣ କର୍ମଚାରୀଙ୍କୁ ଚୟନ କରିଥିଲେ । ଏହାପରେ ସେମାନଙ୍କୁ ଗାଡ଼ି ଦିଆଯାଇଛି । ୧୫ କର୍ମଚାରୀଙ୍କ ମଧ୍ୟରୁ ୧୩ ଜଣଙ୍କୁ ଟାଟା ପଞ୍ଚ କାର ଏବଂ ଦୁଇ ବରିଷ୍ଠ କର୍ମଚାରୀଙ୍କୁ ଗ୍ରାଣ୍ଡ ଭିଟାରା ଦିଆଯାଇଛି ।ଭାଟିଆ କହିଛନ୍ତି ଯେ ସେ ନିଜ କର୍ମଚାରୀଙ୍କୁ ନିଜର ସୁପରଷ୍ଟାର ବୋଲି ଭାବନ୍ତି । ମିଟ୍ସ ହେଲ୍ଥକେୟାରର ସଫଳତା ପାଇଁ କର୍ମଚାରୀଙ୍କ ସମର୍ପଣ ଏବଂ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ । ଦିଲ୍ଲୀରେ ଏକ ଛୋଟ କାର୍ଯ୍ୟାଳୟ ଅଛି ଏବଂ ୨୦୧୫ରେ ଚଣ୍ଡିଗଡ଼ରେ ଛୋଟ ଅଫିସ୍ କିଣିଛି । ନିଜ କର୍ମଚାରୀଙ୍କ ପରିଶ୍ରମ ବଳରେ ଆଜି

ଦୀପାବଳି ଉପହାରରେ କାର ଦେଲା ଏହି କମ୍ପାନି, କର୍ମଚାରୀଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହର

ନୂଆଦିଲ୍ଲୀ: ହରିୟାଣାର ପଞ୍ଚକୂଲାରେ ଏକ ଫାର୍ମା କମ୍ପାନି ଦୀପାବଳି ପାଇଁ ନିଜ କର୍ମଚାରୀଙ୍କୁ ଲଗଜରୀ କାର ଉପହାର ଦେଇଛି । ଏହାପରେ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହର ଖେଳି ଯାଇଛି । ଲାଇଭ୍ ହିନ୍ଦୁସ୍ତାନର ରିପୋର୍ଟ ଅନୁସାରେ କମ୍ପାନି ମାଲିକ କହିଛନ୍ତି ଯେ ଭଲ ପ୍ରଦର୍ଶନ କରିଥିବା ୧୫ କର୍ମଚାରୀଙ୍କୁ ଦୀପାବଳି ଉପହାର ବାବଦକୁ ଟାଟା ପଞ୍ଚ ଏବଂ ଗ୍ରାଣ୍ଡ ଭିଟାରା ପରି କାର ଦେଇଛନ୍ତି । ଗତ ବର୍ଷ ବି ଭଲ ପ୍ରଦର୍ଶନ କରିଥିବା ୧୨ କର୍ମଚାରୀଙ୍କୁ ଦୀପାବଳିରେ କାର ଉପହାର ଦେଇଥିଲେ ।

ପଞ୍ଚକୂଲା ସ୍ଥିତ ମିଟ୍ସ ହେଲ୍ଥକେୟାର ପ୍ରାଇଭେଟ୍ ଲିମିଟେଡ୍ ଔଷଧ କମ୍ପାନି ମାଲିକ ଏମକେ ଭାଟିଆ କହିଛନ୍ତି ଯେ ୧୫ ଜଣ କର୍ମଚାରୀଙ୍କୁ ଦୀପାବଳି ଗିଫ୍ଟରେ କାର୍ ଦେଇଛନ୍ତି । ଭାଟିଆ କହିଛନ୍ତି ଯେ ବର୍ଷ ତମାମ କଠିନ ପରିଶ୍ରମ କରିଥିବା ୧୫ ଜଣ କର୍ମଚାରୀଙ୍କୁ ଚୟନ କରିଥିଲେ । ଏହାପରେ ସେମାନଙ୍କୁ ଗାଡ଼ି ଦିଆଯାଇଛି । ୧୫ କର୍ମଚାରୀଙ୍କ ମଧ୍ୟରୁ ୧୩ ଜଣଙ୍କୁ ଟାଟା ପଞ୍ଚ କାର ଏବଂ ଦୁଇ ବରିଷ୍ଠ କର୍ମଚାରୀଙ୍କୁ ଗ୍ରାଣ୍ଡ ଭିଟାରା ଦିଆଯାଇଛି ।

ଭାଟିଆ କହିଛନ୍ତି ଯେ ସେ ନିଜ କର୍ମଚାରୀଙ୍କୁ ନିଜର ସୁପରଷ୍ଟାର ବୋଲି ଭାବନ୍ତି । ମିଟ୍ସ ହେଲ୍ଥକେୟାରର ସଫଳତା ପାଇଁ କର୍ମଚାରୀଙ୍କ ସମର୍ପଣ ଏବଂ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ । ଦିଲ୍ଲୀରେ ଏକ ଛୋଟ କାର୍ଯ୍ୟାଳୟ ଅଛି ଏବଂ ୨୦୧୫ରେ ଚଣ୍ଡିଗଡ଼ରେ ଛୋଟ ଅଫିସ୍ କିଣିଛି । ନିଜ କର୍ମଚାରୀଙ୍କ ପରିଶ୍ରମ ବଳରେ ଆଜି କମ୍ପାନି ଏହି ସ୍ଥାନରେ ପହଞ୍ଚିଛି ବୋଲି ସେ କହିଛନ୍ତି ।