ଆଜି ମହାପ୍ରଭୁଙ୍କ ସେନାପଟା ଲାଗି ନୀତି: ଅପରାହ୍ନ ୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ : ଆଜି ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ତିଥି । ଏହି ଅବସରରେ ମହାପ୍ରଭୁଙ୍କ ସେନାପଟା ନୀତି ଲାଗି ହେବ । ଫଳରେ ସାଧାରଣ ଦର୍ଶନ ବନ୍ଦ ରହିବ । ଗତକାଲି ରାତ୍ର ପହୁଡ଼ ଠାରୁ ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ଜଗା ଦର୍ଶନ । ସେନାପଟା ନୀତି ଶେଷ ହେବା ପରେ ଅର୍ଥାତ୍ ଅପରାହ୍ନ ୨ ଟା ପରେ ଜଗା ଦର୍ଶନ କରିପାରିବେ ଭକ୍ତ । ଏହା ଏକ ଗୁପ୍ତନୀତି ହୋଇଥିବାରୁ […] The post ଆଜି ମହାପ୍ରଭୁଙ୍କ ସେନାପଟା ଲାଗି ନୀତି: ଅପରାହ୍ନ ୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ appeared first on KNews Odisha.

ପୁରୀ : ଆଜି ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ତିଥି । ଏହି ଅବସରରେ ମହାପ୍ରଭୁଙ୍କ ସେନାପଟା ନୀତି ଲାଗି ହେବ । ଫଳରେ ସାଧାରଣ ଦର୍ଶନ ବନ୍ଦ ରହିବ । ଗତକାଲି ରାତ୍ର ପହୁଡ଼ ଠାରୁ ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ଜଗା ଦର୍ଶନ । ସେନାପଟା ନୀତି ଶେଷ ହେବା ପରେ ଅର୍ଥାତ୍ ଅପରାହ୍ନ ୨ ଟା ପରେ ଜଗା ଦର୍ଶନ କରିପାରିବେ ଭକ୍ତ । ଏହା ଏକ ଗୁପ୍ତନୀତି ହୋଇଥିବାରୁ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ କେବଳ ଦଇତାପତି ସେବାୟତମାନେ ଏହି ନୀତି କରିଥାନ୍ତି ।
ସେନାପଟା ଲାଗି ପୂଜା ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ମହତ୍ତ୍ୱରେ ପରିପୂର୍ଣ୍ଣ । ଏହି ସମୟ ମଧ୍ୟରେ ପ୍ରଭୁ ଜଗନ୍ନାଥଙ୍କ ନିକଟତମ ସେବକ ଭାବରେ ବିବେଚିତ ଦଇତାପତିମାନେ ଏହି ଅନ୍ତରଙ୍ଗ ସେବା କରିବା ପାଇଁ ମନ୍ଦିର ଗର୍ଭଗୃହରେ ପ୍ରବେଶ କରିଥାନ୍ତି ।
ଅନ୍ୟପଟେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ପର୍ବପର୍ବାଣୀ ଭିତରେ ସ୍ନାନଯାତ୍ରା ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ଏକ ସ୍ବତନ୍ତ୍ର ପର୍ବ। ବର୍ଷତମାମ ଭକ୍ତଟିଏ ଅପେକ୍ଷା କରିଥାଏ ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରାକୁ । ମହାପ୍ରଭୁ ରଥାରୂଢ ହୋଇ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ପୂର୍ବରୁ ସମ୍ପାଦନ ହୋଇଥାଏ ଅନେକ ନୀତିକାନ୍ତି। ସେଥିମଧ୍ୟରୁ ସ୍ନାନଯାତ୍ରା ଅନ୍ୟତମ, ଯାହାକୁ ମହାପ୍ରଭୁଙ୍କ ଆଦ୍ୟଯାତ୍ରା ମଧ୍ୟ କୁହାଯାଏ । ଏହାପୂର୍ବରୁ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହୋଇଥାଏ ।
ଆହୁରି ପଢ଼ନ୍ତୁ : ବସଷ୍ଟାଣ୍ଡରୁ ବଡଦାଣ୍ଡ ପର୍ଯ୍ୟନ୍ତ ଭକ୍ତଙ୍କ ପାଈଁ ହେବ ମାଗଣା ଅଟୋସେବା : ପରିବହନ ମନ୍ତ୍ରୀ
The post ଆଜି ମହାପ୍ରଭୁଙ୍କ ସେନାପଟା ଲାଗି ନୀତି: ଅପରାହ୍ନ ୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ appeared first on KNews Odisha.