ଆଜି ମହାରାଷ୍ଟ୍ର ବନ୍ଦ
ମୁମ୍ବାଇ,୨୪ା୮: ମହାରାଷ୍ଟ୍ରର ଠାଣେ ଜିଲା ଅନ୍ତର୍ଗତ ବଦଲାପୁରରେ ଏକ ନର୍ସରି ସ୍କୁଲର ୨ ଶିଶୁକନ୍ୟାଙ୍କୁ ଯୌନ ନିର୍ଯାତନା ଘଟଣାର ପ୍ରତିବାଦରେ ଶନିବାର ମହାରାଷ୍ଟ୍ର ବନ୍ଦ ଡାକରା ଦିଆଯାଇଛି। ବିରୋଧୀ ମେଣ୍ଟ ମହାବିକାଶ ଅଘାଡ଼ି (ଏମ୍ଭିଏ) ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ଶିବସେନା(ୟୁବିଟି) ଅଧ୍ୟକ୍ଷ ଉଦ୍ଧବ ଠାକ୍ରେ କହିଛନ୍ତି। ଏହା ଏକ ଅଣରାଜନୈତିକ କାର୍ଯ୍ୟକ୍ରମ ହୋଇଥିବାବେଳେ ଝିଅଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକେ ଏକାଠି ହେବାକୁ ସେ ଆହ୍ବାନ ଦେଇଛନ୍ତି। ବନ୍ଦରେ ଏମ୍ଭିଏ ଅଂଶୀଦାର କଂଗ୍ରେସ, ଶିବସେନା(ୟୁବିଟି) ଏବଂ ଶରଦ ପାଓ୍ବାରଙ୍କ […] The post ଆଜି ମହାରାଷ୍ଟ୍ର ବନ୍ଦ appeared first on Dharitri Odia News.
ମୁମ୍ବାଇ,୨୪ା୮: ମହାରାଷ୍ଟ୍ରର ଠାଣେ ଜିଲା ଅନ୍ତର୍ଗତ ବଦଲାପୁରରେ ଏକ ନର୍ସରି ସ୍କୁଲର ୨ ଶିଶୁକନ୍ୟାଙ୍କୁ ଯୌନ ନିର୍ଯାତନା ଘଟଣାର ପ୍ରତିବାଦରେ ଶନିବାର ମହାରାଷ୍ଟ୍ର ବନ୍ଦ ଡାକରା ଦିଆଯାଇଛି। ବିରୋଧୀ ମେଣ୍ଟ ମହାବିକାଶ ଅଘାଡ଼ି (ଏମ୍ଭିଏ) ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ଶିବସେନା(ୟୁବିଟି) ଅଧ୍ୟକ୍ଷ ଉଦ୍ଧବ ଠାକ୍ରେ କହିଛନ୍ତି। ଏହା ଏକ ଅଣରାଜନୈତିକ କାର୍ଯ୍ୟକ୍ରମ ହୋଇଥିବାବେଳେ ଝିଅଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକେ ଏକାଠି ହେବାକୁ ସେ ଆହ୍ବାନ ଦେଇଛନ୍ତି। ବନ୍ଦରେ ଏମ୍ଭିଏ ଅଂଶୀଦାର କଂଗ୍ରେସ, ଶିବସେନା(ୟୁବିଟି) ଏବଂ ଶରଦ ପାଓ୍ବାରଙ୍କ ଏନ୍ସିପି ଯୋଗଦେବ। ଅନ୍ୟପକ୍ଷରେ ରାଜନୈତିକ ଦଳଗୁଡ଼ିକ ସାମିଲ ନ ହେବାକୁ ବମ୍ବେ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଏମ୍ଭିଏର ବନ୍ଦ ଡାକରାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ପିଟିଶନ ଦାଏର ହୋଇଥିଲା। ବନ୍ଦକୁ ରୋକିବା ଦିଗରେ ମହାରାଷ୍ଟ୍ର ସରକାର ସମସ୍ତ ପଦକ୍ଷେପ ନେବାକୁ ମୁଖ୍ୟ ବିଚାରପତି ଡି.କେ. ଉପାଧ୍ୟାୟ ଏବଂ ଜଷ୍ଟିସ ଅମିତ୍ ବୋର୍କାରଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲରେ ଶିଶୁ ଯୌନ ନିର୍ଯାତନାକୁ ନେଇ ଉତ୍ତେଜନା ଲାଗିରହିଥିବାବେଳେ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଏଭଳି ଅପରାଧ ଘଟିଥିବା କମିଟି ରିପୋର୍ଟ ଦେଇଛି। ୩ ଓ ୪ ବର୍ଷର ଶିଶୁଙ୍କୁ ଗତ ୧୫ ଦିନ ମଧ୍ୟରେ ଏକାଧିକ ଥର ଯୌନ ନିର୍ଯାତନା ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି।
The post ଆଜି ମହାରାଷ୍ଟ୍ର ବନ୍ଦ appeared first on Dharitri Odia News.