ଆଜି ମୋଦିଙ୍କ ମାରାଥନ ବୈଠକ, ଏସବୁ ପ୍ରସଙ୍ଗକୁ ନେଇ କରିବେ ଆଲୋଚନା

ନୂଆଦିଲ୍ଲୀ,୨ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଲୋକ ସଭା ନିର୍ବାଚନର ବ୍ୟସ୍ତତା ଭିତରୁ ବାହାରିଛନ୍ତି। ଆଧ୍ୟାତ୍ମିକ ବିରତିରୁ ମଧ୍ୟ ଫେରି ଆସିଛନ୍ତି। ସେ ବର୍ତ୍ତମାନ କାର୍ଯ୍ୟ ଉପରେ ଧ୍ୟାନ ଦେଇଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ମାରାଥନ ବୈଠକ କରିବେ। ୭ଟି ପ୍ରସଙ୍ଗରେ ସେ ଏହି ବୈଠକ କରିବେ। ସରକାରଙ୍କ ସହ ଜଡ଼ିତ ସୂତ୍ରରୁ ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ଏବଂ ମତାମତ ଗ୍ରହଣ କରିବେ। ଏଥିମଧ୍ୟରୁ ପ୍ରଧାନମନ୍ତ୍ରୀ ୧୦୦ ଦିନିଆ କାର୍ଯ୍ୟସୂଚୀରେ ଏପର୍ଯ୍ୟନ୍ତ ପ୍ରସ୍ତୁତିର […] The post ଆଜି ମୋଦିଙ୍କ ମାରାଥନ ବୈଠକ, ଏସବୁ ପ୍ରସଙ୍ଗକୁ ନେଇ କରିବେ ଆଲୋଚନା appeared first on Dharitri Odia News.

ଆଜି ମୋଦିଙ୍କ ମାରାଥନ ବୈଠକ, ଏସବୁ ପ୍ରସଙ୍ଗକୁ ନେଇ କରିବେ ଆଲୋଚନା

ନୂଆଦିଲ୍ଲୀ,୨ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଲୋକ ସଭା ନିର୍ବାଚନର ବ୍ୟସ୍ତତା ଭିତରୁ ବାହାରିଛନ୍ତି। ଆଧ୍ୟାତ୍ମିକ ବିରତିରୁ ମଧ୍ୟ ଫେରି ଆସିଛନ୍ତି। ସେ ବର୍ତ୍ତମାନ କାର୍ଯ୍ୟ ଉପରେ ଧ୍ୟାନ ଦେଇଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ମାରାଥନ ବୈଠକ କରିବେ। ୭ଟି ପ୍ରସଙ୍ଗରେ ସେ ଏହି ବୈଠକ କରିବେ। ସରକାରଙ୍କ ସହ ଜଡ଼ିତ ସୂତ୍ରରୁ ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ଏବଂ ମତାମତ ଗ୍ରହଣ କରିବେ। ଏଥିମଧ୍ୟରୁ ପ୍ରଧାନମନ୍ତ୍ରୀ ୧୦୦ ଦିନିଆ କାର୍ଯ୍ୟସୂଚୀରେ ଏପର୍ଯ୍ୟନ୍ତ ପ୍ରସ୍ତୁତିର ସମୀକ୍ଷା କରିବେ। ବାତ୍ୟା ରେମାଲ ଦ୍ୱାରା ସୃଷ୍ଟି ହୋଇଥିବା ବିନାଶ ଏବଂ ପ୍ରବଳ ତାପମାତ୍ରା ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତିକୁ ମଧ୍ୟ ଆମେ ସମୀକ୍ଷା କରିବେ। ବାତ୍ୟା ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ବ୍ୟାପକ ଧନଜୀବନ ନଷ୍ଟ କରିଛି। ଉତ୍ତାପ ଯୋଗୁ ମଧ୍ୟ ୧୦ ହଜାର ଲୋକ ପ୍ରାଣ ହରାଇଛନ୍ତି।

ବିଶେଷକରି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଏହି ଘୂର୍ଣ୍ଣିବଳୟ ବ୍ୟାପକ ଧ୍ୱଂସ ଘଟାଇଛି। ଆସାମ, ତ୍ରିପୁରା, ନାଗାଲାଣ୍ଡ, ମଣିପୁର ଭଳି ରାଜ୍ୟରେ ବ୍ୟାପକ ଧନଜୀବନ ନଷ୍ଟ ହୋଇଛି। ପ୍ରଧାନମନ୍ତ୍ରୀ ଏହି ଘୂର୍ଣ୍ଣିବଳୟ ସୃଷ୍ଟି କରିଥିବା ପରିସ୍ଥିତିର ସମୀକ୍ଷା କରିବେ।

The post ଆଜି ମୋଦିଙ୍କ ମାରାଥନ ବୈଠକ, ଏସବୁ ପ୍ରସଙ୍ଗକୁ ନେଇ କରିବେ ଆଲୋଚନା appeared first on Dharitri Odia News.