ଦୋଳବିମାନରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି

ବଲାଙ୍ଗୀର,୧୪ା୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଯାଦବ ସମାଜ ପକ୍ଷରୁ ସ୍ଥାନୀୟ ଯାଦବ ଭବନଠାରେ ଶୁକ୍ରବାର ଦୋଳ ମହୋତ୍ସବ ପାଳିତ ହୋଇଛି। କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଏହି ଉତ୍ସବରେ ଯୋଗଦେଇ ରାଧାକୃଷ୍ଣ ଯୁଗଳ ମୂର୍ତ୍ତିକୁ ବିମାନରେ ଧରି ସହର ପରିକ୍ରମା କରିଛନ୍ତି। ଯାଦବ ଭବନଠାରୁ ଯାଦବମାନେ ଶୋଭାଯାତ୍ରା ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ଦେଇ ଭାଗରଥି ଛକ, ପିପିଏକାଡେମୀ ସ୍କୁଲ ଓ ଦୈନିକ ବଜାର ଦେଇ ସହର ପରିକ୍ରମା କରି ଯାଦବ ଭବନରେ ପହଞ୍ଚିଥିଲେ। ଚଳିତ ବର୍ଷ ମହିଳାମାନେ […] The post ଦୋଳବିମାନରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି appeared first on Dharitri Odia News.

ଦୋଳବିମାନରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି

ବଲାଙ୍ଗୀର,୧୪ା୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଯାଦବ ସମାଜ ପକ୍ଷରୁ ସ୍ଥାନୀୟ ଯାଦବ ଭବନଠାରେ ଶୁକ୍ରବାର ଦୋଳ ମହୋତ୍ସବ ପାଳିତ ହୋଇଛି। କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଏହି ଉତ୍ସବରେ ଯୋଗଦେଇ ରାଧାକୃଷ୍ଣ ଯୁଗଳ ମୂର୍ତ୍ତିକୁ ବିମାନରେ ଧରି ସହର ପରିକ୍ରମା କରିଛନ୍ତି। ଯାଦବ ଭବନଠାରୁ ଯାଦବମାନେ ଶୋଭାଯାତ୍ରା ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ଦେଇ ଭାଗରଥି ଛକ, ପିପିଏକାଡେମୀ ସ୍କୁଲ ଓ ଦୈନିକ ବଜାର ଦେଇ ସହର ପରିକ୍ରମା କରି ଯାଦବ ଭବନରେ ପହଞ୍ଚିଥିଲେ। ଚଳିତ ବର୍ଷ ମହିଳାମାନେ ବିମାନ ଧରି ଶୋଭାଯାତ୍ରାରେ ବାହାରିଥିଲେ। ବିଧାୟକ ବାଗ ଗୌରବାଡ଼ି ଖେଳ ମଧ୍ୟ ଖେଳିଥିଲେ। ଯାଦବ ସମାଜକୁ ବିକାଶ ଦିଗରେ କାମ କରିବାକୁ ଆହ୍ବାନ ଦେଇଥିଲେ। ଦୋଳ ଉତ୍ସବ ସମାଜରେ ଭାଇଚାରା ବାର୍ତ୍ତା ଦେଉଛି କହି ସମସ୍ତଙ୍କୁ ସୁଖ ଶାନ୍ତି ଦେଉ ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ, ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ଦମୟନ୍ତୀ ବାଗ ଓ ଅନ୍ୟମାନେ ଉପରୋକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଘଣ୍ଟ, ଢୋଲ, ନିଶାନ ବାଜିରେ ପ୍ରକମ୍ପିତ ହୋଇଥିଲା ସହର ନାମ ସଂକୀର୍ତ୍ତନ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା।

The post ଦୋଳବିମାନରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି appeared first on Dharitri Odia News.