ଆଜି ରାତିରେ ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇଥିଲା...ଜାମ୍ମୁ ରାଲିରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସେପ୍ଟେମ୍ୱର ୨୮ରେ ଜାମ୍ମୁ ପହଞ୍ଚିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଜାମ୍ମୁରେ ଏକ ରାଲିକୁ ସମ୍ୱୋଧନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, 'ଆଜି ରାତିରେ ହିଁ ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇଥିଲା । ୨୦୧୬ ସେପ୍ଟେମ୍ୱର ୨୮ ରାତିରେ ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇଥିଲା । ଏହାସହ ଭାରତ ଦୁନିଆକୁ ସନ୍ଦେଶ ଦେଇଥିଲା ଯେ ନୂଆ ଭାରତ ଘରେ ପଶି ମାରିବ ।'ପିଏମ୍ ମୋଦୀ କହିଛନ୍ତି, ଆତଙ୍କବାଦୀ ବି ଜାଣିଛନ୍ତି ଯେ ଯଦି କିଛି ଏପଟେ ସପଟେ କରିବେ ତେବେ ମୋଦୀ ପାତାଳରୁ ବି ସେମାନଙ୍କୁ ଖୋଜି ବାହାର କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଜୋରଦାର ଟାର୍ଗେଟ୍ କରିଛନ୍ତି । ଆଜିର କଂଗ୍ରେସ ଯିଏ କି ସମ୍ପୂର୍ଣ୍ଣ ରୂପେ ଅର୍ବାନ ନକ୍ସଲଙ୍କ କବଜାରେ ରହିଛି, ଯେତେବେଳେ ବି ବିଦେଶୀ ଅନୁପ୍ରବେଶ ହେଲେ କେଜାଣି କାହିଁକି କଂଗ୍ରେସ ଖୁସି ହୁଏ । ଏଥିରେ ସେମାନଙ୍କୁ ନିଜର ଭୋଟ୍ ବ୍ୟାଙ୍କ ଦେଖାଯାଏ କିନ୍ତୁ ନିଜ ଲୋକଙ୍କ ଯନ୍ତ୍ରଣା ଉପରେ ପରିହାସ କରନ୍ତି ।हमने आज के दिन ही 2016 में सर्जिकल स्ट्राइक करके आतंक के आका को बताया था कि कुछ भी हिमाकत करने पर नया भारत घर में घुसकर भी मारता है। pic.twitter.com/OJPzNzm8LJ— Narendra Modi (@narendramodi) September 28, 2024ପିଏମ୍ ମୋଦୀ ଜାମ୍ମୁ କାଶ୍ମୀରର ଯୋଗଦାନ ଉ

ଆଜି ରାତିରେ ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇଥିଲା...ଜାମ୍ମୁ ରାଲିରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସେପ୍ଟେମ୍ୱର ୨୮ରେ ଜାମ୍ମୁ ପହଞ୍ଚିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଜାମ୍ମୁରେ ଏକ ରାଲିକୁ ସମ୍ୱୋଧନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, 'ଆଜି ରାତିରେ ହିଁ ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇଥିଲା । ୨୦୧୬ ସେପ୍ଟେମ୍ୱର ୨୮ ରାତିରେ ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇଥିଲା । ଏହାସହ ଭାରତ ଦୁନିଆକୁ ସନ୍ଦେଶ ଦେଇଥିଲା ଯେ ନୂଆ ଭାରତ ଘରେ ପଶି ମାରିବ ।'

ପିଏମ୍ ମୋଦୀ କହିଛନ୍ତି, ଆତଙ୍କବାଦୀ ବି ଜାଣିଛନ୍ତି ଯେ ଯଦି କିଛି ଏପଟେ ସପଟେ କରିବେ ତେବେ ମୋଦୀ ପାତାଳରୁ ବି ସେମାନଙ୍କୁ ଖୋଜି ବାହାର କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଜୋରଦାର ଟାର୍ଗେଟ୍ କରିଛନ୍ତି । ଆଜିର କଂଗ୍ରେସ ଯିଏ କି ସମ୍ପୂର୍ଣ୍ଣ ରୂପେ ଅର୍ବାନ ନକ୍ସଲଙ୍କ କବଜାରେ ରହିଛି, ଯେତେବେଳେ ବି ବିଦେଶୀ ଅନୁପ୍ରବେଶ ହେଲେ କେଜାଣି କାହିଁକି କଂଗ୍ରେସ ଖୁସି ହୁଏ । ଏଥିରେ ସେମାନଙ୍କୁ ନିଜର ଭୋଟ୍ ବ୍ୟାଙ୍କ ଦେଖାଯାଏ କିନ୍ତୁ ନିଜ ଲୋକଙ୍କ ଯନ୍ତ୍ରଣା ଉପରେ ପରିହାସ କରନ୍ତି ।

ପିଏମ୍ ମୋଦୀ ଜାମ୍ମୁ କାଶ୍ମୀରର ଯୋଗଦାନ ଉପରେ କହିଛନ୍ତି, 'ଏହି ମାଟି ଦେଶର ସୁରକ୍ଷା ପାଇଁ ନିଜକୁ ସମର୍ପି ଦେଇଥିବା ଅନେକ ସନ୍ତାନ ଦେଇଛି, ମୁଁ ଏହି ମାଟିକୁ ନମନ କରୁଛି । ପିଏମ୍ ମୋଦୀ ଧାରା ୩୭୦ ଉଚ୍ଛେଦ ପୂର୍ବରୁ ସମୟକୁ ମନେ ପକାଇ କହିଛନ୍ତି, ଲୋକେ ପୁଣି ଥରେ ସେହି ନିଜାମଙ୍କୁ ଚାହୁଁନାହାନ୍ତି, ଯେଉଁଥିରେ ଦୁର୍ନୀତି ହେଉଥିବା, ଚାକିରିରେ ଭେଦଭାବ ହେଉଥିବ । ଜାମ୍ମୁ କାଶ୍ମୀରର ଲୋକ ଏବେ ଆତଙ୍କ ଏବଂ ହତ୍ୟା ଚାହୁଁନାହାନ୍ତି । ସମସ୍ତେ ଶାନ୍ତି ଚାହୁଁଛନ୍ତି ।'

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏଠାକାର ଲୋକ ନିଜ ପିଲାଙ୍କ ଉଜ୍ଜଳ ଭବିଷ୍ୟତ ଚାହୁଁଛନ୍ତି ଏବଂ ଏଥିପାଇଁ ଜାମ୍ମୁ କାଶ୍ମୀର ଲୋକ ବିଜେପି ସରାକର ଚାହୁଁଛନ୍ତି । ଗତ ଦୁଇଟି ପର୍ଯ୍ୟାୟ ମତଦାନରେ ଜାମ୍ମୁ କାଶ୍ମୀରର ଜନତାଙ୍କ ଉତ୍ସାହ ବିଜେପି ପାଇଁ ଅଧିକ ଭୋଟିଂ ହୋଇଥିବା ସ୍ପଷ୍ଟ କରିଛି । ପୂର୍ଣ୍ଣ ବହୁମତରେ ବିଜେପି ପ୍ରଥମ ଥର ସରକାର ଗଢିବ ନିଶ୍ଚିତ ବୋଲି ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି ।