ଆଜିଠୁ ଖୋଲିବ ରାଜଭବନ ଉଦ୍ୟାନ, ସୌନ୍ଦର୍ଯ୍ୟ ଉପଭୋଗ କରିବେ ସାଧାରଣ ଲୋକେ
ଭୁବନେଶ୍ୱର,୧୩ା୧: ସୋମବାରଠାରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ। ଏହା ୨୨ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଆଜି ଅପରାହ୍ନ ୨.୩୦ରୁ ସାଢ଼େ ୫ଟା ପର୍ଯ୍ୟନ୍ତ ଏହି ଉଦ୍ୟାନ ଖୋଲା ରହିବ। ତେବେ ସ୍କୁଲ ପିଲାମାନଙ୍କ ପାଇଁ ରାଜଭବନ ଉଦ୍ୟାନ ପରିଦର୍ଶନର ସମୟ ସକାଳ ୮:୩୦ରୁ ସକାଳ ୧୦ଟା ପର୍ଯ୍ୟନ୍ତ ସ୍ଥିର କରାଯାଇଛି। ପରିଦର୍ଶନ ପୂର୍ବରୁ ସ୍କୁଲ କର୍ତ୍ତୃପକ୍ଷ ଆବେଦନ କରିବାକୁ ପଡ଼ିବ। ସ୍କୁଲ ଛାତ୍ରୀଛାତ୍ର ସ୍କୁଲ ପୋଷାକ ଏବଂ ପରିଚୟପତ୍ର ପିନ୍ଧି ଶିକ୍ଷକ କିମ୍ବା […] The post ଆଜିଠୁ ଖୋଲିବ ରାଜଭବନ ଉଦ୍ୟାନ, ସୌନ୍ଦର୍ଯ୍ୟ ଉପଭୋଗ କରିବେ ସାଧାରଣ ଲୋକେ appeared first on Dharitri Odia News.
ଭୁବନେଶ୍ୱର,୧୩ା୧: ସୋମବାରଠାରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ। ଏହା ୨୨ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଆଜି ଅପରାହ୍ନ ୨.୩୦ରୁ ସାଢ଼େ ୫ଟା ପର୍ଯ୍ୟନ୍ତ ଏହି ଉଦ୍ୟାନ ଖୋଲା ରହିବ।
ତେବେ ସ୍କୁଲ ପିଲାମାନଙ୍କ ପାଇଁ ରାଜଭବନ ଉଦ୍ୟାନ ପରିଦର୍ଶନର ସମୟ ସକାଳ ୮:୩୦ରୁ ସକାଳ ୧୦ଟା ପର୍ଯ୍ୟନ୍ତ ସ୍ଥିର କରାଯାଇଛି। ପରିଦର୍ଶନ ପୂର୍ବରୁ ସ୍କୁଲ କର୍ତ୍ତୃପକ୍ଷ ଆବେଦନ କରିବାକୁ ପଡ଼ିବ।
ସ୍କୁଲ ଛାତ୍ରୀଛାତ୍ର ସ୍କୁଲ ପୋଷାକ ଏବଂ ପରିଚୟପତ୍ର ପିନ୍ଧି ଶିକ୍ଷକ କିମ୍ବା କର୍ମଚାରୀଙ୍କ ତତ୍ତ୍ୱାବଧାନରେ ଆସିବେ ବୋଲି ସୂଚନା ଦିଆଯାଇଛି। ଏଥିପାଇଁ, ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀଛାତ୍ରଙ୍କୁ ପରିଦର୍ଶନ କରିବା ପାଇଁ ଏଡିସି କିମ୍ବା ମୁଖ୍ୟ ସୁରକ୍ଷା ଅଧିକାରୀଙ୍କୁ ଏକ ଅନୁରୋଧ ପତ୍ର ପଠାଇବେ।
କେବଳ ମୋବାଇଲ ଆପ୍ ପଞ୍ଜୀକରଣ ମାଧ୍ୟମରେ ପ୍ରବେଶ ଅନୁମତି ମିଳିବ। ରାଜଭବନ ଉଦ୍ୟାନ ପରିଦର୍ଶନ କରିବା ପାଇଁ କୌଣସି ପ୍ରବେଶ ଶୁଳ୍କ ନାହିଁ। ରାଜଭବନ ପରିଦର୍ଶନ କରିବା ପାଇଁ ଆପଣଙ୍କୁ ଏକ ଆପ୍ ମାଧ୍ୟମରେ ପଞ୍ଜୀକରଣ କରିବାକୁ ପଡ଼ିବ। ଏହି ମୋବାଇଲ ଆପ୍ ପ୍ଲେ ଷ୍ଟୋର କିମ୍ବା ଆପ୍ ଷ୍ଟୋରରୁ ଡାଉନଲୋଡ୍ କରାଯାଇପାରିବ।

ଓଡିଶା ରାଜଭବନ ଉଦ୍ୟାନ ପରିଦର୍ଶନ ଓ୍ବେବ୍ସାଇଟ https://www.rajbhavanodisha.gov.in/view/raj-bhawan-garden.php ପରିଦର୍ଶନ କରନ୍ତୁ
ଉପର ଡାହାଣ ପାର୍ଶ୍ୱରେ ଉଦ୍ୟାନ ପରିଦର୍ଶନ ଟ୍ୟାବ୍ କ୍ଲିକ କରନ୍ତୁ।
ସମସ୍ତ ସୂଚନା ଏବେ ପପ୍ ଅପ୍ ହେବ। ଏଠାରେ ଏକ QR କୋଡ ଅଛି। ପରିଦର୍ଶନ କରିବା ପାଇଁ ଆପ୍ ଡାଉନଲୋଡ କରିବା ପାଇଁ ଆପଣ ଏହାକୁ ସ୍କାନ କରିପାରିବେ।
The post ଆଜିଠୁ ଖୋଲିବ ରାଜଭବନ ଉଦ୍ୟାନ, ସୌନ୍ଦର୍ଯ୍ୟ ଉପଭୋଗ କରିବେ ସାଧାରଣ ଲୋକେ appeared first on Dharitri Odia News.