ଗୋବିନ୍ଦପାଲି ସରସ୍ୱତୀ ଶିଶୁମନ୍ଦିର ର ଷୋଡଶ ବାର୍ଷିକ ସମାରୋହ

ଚିପିଲିମା,ସମ୍ବଲପୁର ଜିଲ୍ଲା ବୁର୍ଲାଥାନା ଚିପିଲିମାସ୍ଥିତ ଗୋବିନ୍ଦପାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶୁକ୍ରବାର ଷୋଡଶ ବାର୍ଷିକ ଉତ୍ସବ ମହା ସମାରୋହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ବିଦ୍ୟାଳୟରଭି କମିଟି ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ,ସମ୍ମାନୀୟ ଅତିଥିଭାବରେ ଲରମ୍ଭା ମହାବିଦ୍ୟାଳୟର ଅର୍ଥନୀତି ବିଭାଗୀୟ ପ୍ରାଧ୍ୟାପକ ଡ଼.ଦିଗାମ୍ବର ଚାନ୍ଦ, ପୂର୍ବତନ ସଭାପତି ବୁଦ୍ଧଦେବ ପଣ୍ଡା,କଳାମାଟି ସରପଞ୍ଚ ଡ଼.ସୁଷମା ସାହୁ,ପ୍ରମୁଖ ଯୋଗଦାନ କରି ,ଦୀପ ପ୍ରଜ୍ବଳନ କରି ସମାରୋହର ଉଦ୍ଘାଟନ କରିଥଲେ।ଗ ଅନୁଷ୍ଠାନର ସମ୍ପାଦକ ରଞ୍ଜନ ସିଂ […] The post ଗୋବିନ୍ଦପାଲି ସରସ୍ୱତୀ ଶିଶୁମନ୍ଦିର ର ଷୋଡଶ ବାର୍ଷିକ ସମାରୋହ appeared first on Odisha.News.

ଗୋବିନ୍ଦପାଲି ସରସ୍ୱତୀ ଶିଶୁମନ୍ଦିର ର ଷୋଡଶ ବାର୍ଷିକ ସମାରୋହ

ଚିପିଲିମା,ସମ୍ବଲପୁର ଜିଲ୍ଲା ବୁର୍ଲାଥାନା ଚିପିଲିମାସ୍ଥିତ ଗୋବିନ୍ଦପାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶୁକ୍ରବାର ଷୋଡଶ ବାର୍ଷିକ ଉତ୍ସବ ମହା ସମାରୋହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ବିଦ୍ୟାଳୟରଭି କମିଟି ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ,ସମ୍ମାନୀୟ ଅତିଥିଭାବରେ ଲରମ୍ଭା ମହାବିଦ୍ୟାଳୟର ଅର୍ଥନୀତି ବିଭାଗୀୟ ପ୍ରାଧ୍ୟାପକ ଡ଼.ଦିଗାମ୍ବର ଚାନ୍ଦ, ପୂର୍ବତନ ସଭାପତି ବୁଦ୍ଧଦେବ ପଣ୍ଡା,କଳାମାଟି ସରପଞ୍ଚ ଡ଼.ସୁଷମା ସାହୁ,ପ୍ରମୁଖ ଯୋଗଦାନ କରି ,ଦୀପ ପ୍ରଜ୍ବଳନ କରି ସମାରୋହର ଉଦ୍ଘାଟନ କରିଥଲେ।ଗ ଅନୁଷ୍ଠାନର ସମ୍ପାଦକ ରଞ୍ଜନ ସିଂ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ଅନୁଷ୍ଠାନର
ପ୍ରଧାନ ଆଚାର୍ଯ୍ୟ ଜଗବନ୍ଧୁ ବେହେରା ବାର୍ଷିକ ବିବରଣୀ ପଠନ କରିଥିଲେ।ସେହିପରି ମୁଖ୍ୟବକ୍ତା ଭାବରେ ମାନେଶ୍ୱର ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ଡ଼.ସତ୍ୟନାରାୟଣ ଠାକୁର ଯୋଗଦାନ କରି ସୁନ୍ଦର ବକ୍ତବ୍ୟ ରଖି ପ୍ରଶଂସିତ ହୋଇଥିଲେ।ପୂର୍ବରୁ ଆୟୋଜିତ କ୍ରୀଡ଼ା ତଥା ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ସେହିପରି ବିଦ୍ୟାଳୟର ପାଠପଢ଼ାରେ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀଙ୍କୁ ମଧ୍ୟ୍ୟ ପୁରସ୍କୃତ କରାଯାଇଥିଲା।ଶେଷରେ ଅନୁଷ୍ଠାନର କୋଷାଧ୍ୟକ୍ଷ ରାଜେଶ ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ। ପରେ
ପରେ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଉଚ୍ଚକୁଟୀରର ନାଚ,ଗୀତ,ନୃତ୍ୟ, ଦଳଗତ ନୃତ୍ୟ,ଆଦି ପ୍ରଦର୍ଶନ କରିଥିଲେ।ସାଂକୃତିକ କାର୍ଯ୍ୟକ୍ରମମାନ ଦର୍ଶକଙ୍କ ମନକୁ ବେଶ ଛୁଇଁଥିଲା।କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତଙ୍କ ପାଇଁ ଭୋଜନ ବ୍ୟବସ୍ଥା ହୋଇଥିଲା। ଆୟୋଜିତ ସମାରୋହରେ ଅନୁଷ୍ଠାନର ସମସ୍ତ ଗୁରୁଜୀ,ଗୁରୁମା, ସେବକ ସେବିକା,ଭାଇଭଉଣୀ,ଅଭିବାବକ,ଅଭିବାବିକା ପ୍ରମୁଖ ସହଯୋଗ କରିଥିଲେ।

The post ଗୋବିନ୍ଦପାଲି ସରସ୍ୱତୀ ଶିଶୁମନ୍ଦିର ର ଷୋଡଶ ବାର୍ଷିକ ସମାରୋହ appeared first on Odisha.News.