ଆଜିଠୁ ବୈଶିଙ୍ଗା ମହୋତ୍ସବ
ବୈଶିଙ୍ଗା,୨ା୧(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅନ୍ତର୍ଗତ ବୈଶିଙ୍ଗାଠାରେ ମଙ୍ଗଳବାରଠାରୁ ‘ବୈଶିଙ୍ଗା ମହୋତ୍ସବ’ ମହୋତ୍ସବ ଆରମ୍ଭ ହେବ। ଏହି ମହୋତ୍ସବରେ ଚଳିତ ବର୍ଷ ଛଉ ନୃତ୍ୟ , ଝୁମର ନୃତ୍ୟ, ଆଧୁନିକ ଗୃପ ଡ୍ୟାନ୍ସ, ସୁପ୍ରତିଷ୍ଠିତ ବଂଶୀବାଦକ ବିଶ୍ବଜିତ ମହାପାତ୍ରଙ୍କ ସୁଲଳିତ ବଂଶୀ ସ୍ବରର ଯାଦୁ, ବାରିପଦାର ଇନସ୍ପାୟାର ଡ୍ୟାନ୍ସ ଏକାଡେମୀର ରାଜ୍ୟସ୍ତରୀୟ ଶିଶୁ କଳାକାରଙ୍କ ନୃତ୍ୟ, ଯାଦୁଖେଳ ପ୍ରଦର୍ଶନ ସହ ତାରିକ ଅଜିଜ ମେଲୋଡି କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଥିବା ସୂଚନା ମିଳିଛି। ଜିଲାପାଳ […] The post ଆଜିଠୁ ବୈଶିଙ୍ଗା ମହୋତ୍ସବ appeared first on Dharitri Odia News.
ବୈଶିଙ୍ଗା,୨ା୧(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅନ୍ତର୍ଗତ ବୈଶିଙ୍ଗାଠାରେ ମଙ୍ଗଳବାରଠାରୁ ‘ବୈଶିଙ୍ଗା ମହୋତ୍ସବ’ ମହୋତ୍ସବ ଆରମ୍ଭ ହେବ। ଏହି ମହୋତ୍ସବରେ ଚଳିତ ବର୍ଷ ଛଉ ନୃତ୍ୟ , ଝୁମର ନୃତ୍ୟ, ଆଧୁନିକ ଗୃପ ଡ୍ୟାନ୍ସ, ସୁପ୍ରତିଷ୍ଠିତ ବଂଶୀବାଦକ ବିଶ୍ବଜିତ ମହାପାତ୍ରଙ୍କ ସୁଲଳିତ ବଂଶୀ ସ୍ବରର ଯାଦୁ, ବାରିପଦାର ଇନସ୍ପାୟାର ଡ୍ୟାନ୍ସ ଏକାଡେମୀର ରାଜ୍ୟସ୍ତରୀୟ ଶିଶୁ କଳାକାରଙ୍କ ନୃତ୍ୟ, ଯାଦୁଖେଳ ପ୍ରଦର୍ଶନ ସହ ତାରିକ ଅଜିଜ ମେଲୋଡି କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଥିବା ସୂଚନା ମିଳିଛି। ଜିଲାପାଳ ବିନୀତ ଭରଦ୍ୱାଜ ଓ ଜିଲା ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ ମହୋତ୍ସବକୁ ଉଦଘାଟନ କରିବେ। ସେହିଭଳି ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆରକ୍ଷୀ ମହାନିରୀକ୍ଷକ ହିମାଂଶୁ କୁମାର ଲାଲ, ମୟୂରଭଞ୍ଜ ଅତିରିକ୍ତ ଜିଲାପାଳ ନେତ୍ରାନନ୍ଦ ମଲ୍ଲିକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାକୁ ନେଇ ଅଞ୍ଚଳରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ଚଳିତ ବର୍ଷ ୫ ହଜାରରୁ ଊର୍ଦ୍ଧ୍ୱ ଜନସମାଗମ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନକୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାପାଇଁ ଅନୁରୋଧ କରାଯାଇଥିବା କମିଟିର ସଭାପତି ଦେବେନ୍ଦ୍ର କୁମାର ପଣ୍ଡା ଓ ସମ୍ପାଦକ ସତ୍ୟ ପ୍ରକାଶ ପ୍ରଧାନ ପ୍ରକାଶ କରିଛନ୍ତି।
The post ଆଜିଠୁ ବୈଶିଙ୍ଗା ମହୋତ୍ସବ appeared first on Dharitri Odia News.