ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଇଡି ନିର୍ଦ୍ଦେଶକ
ଭୁବନେଶ୍ୱର,୨୭।୮(ସତ୍ୟଜିତ୍ ରାଉତ):ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକ ରାହୁଲ ନବୀନ। ଅଗଷ୍ଟ ୨୭ରୁ ୨୯ତାରିଖ ଯାଏ ସେ ଓଡ଼ିଶାରେ ରହିବାର କାର୍ଯ୍ୟକ୍ରମ ରହିଛି। ରାହୁଲ ମଙ୍ଗଳବାର ସା ୭ଟା ୫୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ବେ। ସେଠାରୁ ସେ ସିଧାସଳଖ ପୁରୀ ମେ ଫେୟାର ହୋଟେଲକୁ ଯାଇ ରାତ୍ରିଯାପନ କରିବେ। ପରେ ବୁଧବାର ସକାଳ ୮ଟା ୩୦ରେ ରାହୁଲ କଟକ ଯାଇ ଏକ ବୈଠକରେ ଯୋଗ ଦେବେ। ଅପରାହ୍ନରେ ସେ କଟକରୁ […] The post ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଇଡି ନିର୍ଦ୍ଦେଶକ appeared first on Dharitri Odia News.
ଭୁବନେଶ୍ୱର,୨୭।୮(ସତ୍ୟଜିତ୍ ରାଉତ):ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକ ରାହୁଲ ନବୀନ। ଅଗଷ୍ଟ ୨୭ରୁ ୨୯ତାରିଖ ଯାଏ ସେ ଓଡ଼ିଶାରେ ରହିବାର କାର୍ଯ୍ୟକ୍ରମ ରହିଛି। ରାହୁଲ ମଙ୍ଗଳବାର ସା ୭ଟା ୫୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ବେ। ସେଠାରୁ ସେ ସିଧାସଳଖ ପୁରୀ ମେ ଫେୟାର ହୋଟେଲକୁ ଯାଇ ରାତ୍ରିଯାପନ କରିବେ। ପରେ ବୁଧବାର ସକାଳ ୮ଟା ୩୦ରେ ରାହୁଲ କଟକ ଯାଇ ଏକ ବୈଠକରେ ଯୋଗ ଦେବେ। ଅପରାହ୍ନରେ ସେ କଟକରୁ ପୁରୀ ଫେରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସା ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଗୁରୁବାର ସକାଳ ୯ଟା ୩୦ରେ ସେ ପୁରୀରୁ ଭୁବନେଶ୍ୱର ଆସି ଆଞ୍ଚଳିକ ଇଡି ଅଫିସକୁ ଯିବେ। ଅପରାହ୍ନ ୩ଟାରେ ବିମାନବନ୍ଦରକୁ ଯାଇ ପ୍ରସ୍ଥାନ କରିବାର କାର୍ଯ୍ୟସୂଚୀ ରହିଛି। ତେବେ ଇଡି ନିର୍ଦ୍ଦେଶକଙ୍କ ହଠାତ୍ ଓଡ଼ିଶା ଗସ୍ତକୁ ନେଇ ଚାରିଆଡ଼େ ଚର୍ଚ୍ଚା ସୃଷ୍ଟି ହୋଇଛି। ଏହି ସମୟରେ ରାହୁଲ ଏକାଧିକ ପୁରୁଣା ମାମଲା ଖୋଲିବା ଏବଂ ନୂଆ ମାମଲା ରୁଜୁ ସମ୍ପର୍କରେ ଇଡି ଅଧିକାରୀମାନଙ୍କ ସହ ଆଲୋଚନା କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।
The post ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଇଡି ନିର୍ଦ୍ଦେଶକ appeared first on Dharitri Odia News.