ଆଜିଠୁୁ ମୟୂରଭଞ୍ଜରେ ପକ୍ଷୀ ଗଣନା

ବାରିପଦା,୧୦।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ବୁଧବାରଠାରୁ ପକ୍ଷୀ ଗଣନା ଆରମ୍ଭ ହେବ। ଜିଲାର ଶିମିଳିପାଳ ଅଭୟାରଣ୍ୟ ଓ ସମସ୍ତ ବନଖଣ୍ଡରେ ଏହି ଗଣନା କାର୍ଯ୍ୟ ଆରମ୍ଭ ହେବ। ପ୍ରତି ବର୍ଷ ଶୀତ ଋତୁର ପ୍ରାରମ୍ଭରେ ଏହି ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଥାଏ। ଜିଲାରେ ଥିବା ଶିମିଳିପାଳ ଅଭୟାରଣ୍ୟ ତଥା ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁର ବନଖଣ୍ଡ ଅଧୀନରେ ଥିବା ବିଭିନ୍ନ ଜଳଭଣ୍ଡାର, ଆଦ୍ରଭୂମି ସହ ପାଖାପାଖି ୧୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଏହି ପକ୍ଷୀ ଗଣନା […] The post ଆଜିଠୁୁ ମୟୂରଭଞ୍ଜରେ ପକ୍ଷୀ ଗଣନା appeared first on Dharitri Odia News.

ଆଜିଠୁୁ ମୟୂରଭଞ୍ଜରେ ପକ୍ଷୀ ଗଣନା

ବାରିପଦା,୧୦।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ବୁଧବାରଠାରୁ ପକ୍ଷୀ ଗଣନା ଆରମ୍ଭ ହେବ। ଜିଲାର ଶିମିଳିପାଳ ଅଭୟାରଣ୍ୟ ଓ ସମସ୍ତ ବନଖଣ୍ଡରେ ଏହି ଗଣନା କାର୍ଯ୍ୟ ଆରମ୍ଭ ହେବ। ପ୍ରତି ବର୍ଷ ଶୀତ ଋତୁର ପ୍ରାରମ୍ଭରେ ଏହି ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଥାଏ। ଜିଲାରେ ଥିବା ଶିମିଳିପାଳ ଅଭୟାରଣ୍ୟ ତଥା ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁର ବନଖଣ୍ଡ ଅଧୀନରେ ଥିବା ବିଭିନ୍ନ ଜଳଭଣ୍ଡାର, ଆଦ୍ରଭୂମି ସହ ପାଖାପାଖି ୧୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଏହି ପକ୍ଷୀ ଗଣନା କାର୍ଯ୍ୟ ହେବ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାରିପଦା ବନଖଣ୍ଡ ଅନ୍ତର୍ଗତ ୭ବନାଞ୍ଚଳର ୪୦ ଆଦ୍ରଭୂମିରେ ଏହି ଗଣନା କରାଯିବା ନେଇ ସ୍ଥିର ହୋଇଛି। ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ୧୫୦ରୁ ଊଦ୍ଧର୍‌ବ ବନ କର୍ମଚାରୀ ବେତନଟୀ, ଉଦଳା, ଦେଉଳି, ବାଙ୍ଗିରିପୋଷି ଆଦି ଅଞ୍ଚଳର ଜଳାଶୟରେ ଗଣନା କରିବେ। ବନ କର୍ମଚାରୀମାନଙ୍କ ସମେତ ଓୟୁଏଟି ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ବନ୍ୟପ୍ରାଣୀ ବିଭାଗର ଛାତ୍ରୀଛାତ୍ରମାନେ ଗଣନା ପ୍ରକ୍ରିୟାରେ ସାମିଲ ହେବେ। ସକାଳ ୭ରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ହେବାକୁ ଥିବା ବେଳେ ଏହାର ରିପୋର୍ଟ ଆକଳନ କରି ରାଜ୍ୟସ୍ତରୀୟ ରିପୋର୍ଟ ପାଇଁ ହସ୍ତାନ୍ତର କରାଯିବ। ଶୀତ ଋତୁରେ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବା ବେଳେ ଏହି ପକ୍ଷୀମାନଙ୍କ ଗତିବିଧିକୁ ଲକ୍ଷ୍ୟରେ ରଖାଯାଇଛି। ବନବିଭାଗର ସ୍ବତନ୍ତ୍ର ତାଲିମ ପ୍ରାପ୍ତ କର୍ମଚାରୀଙ୍କ ଦ୍ୱାରା ଏହି ଗଣନା କରାଯିବ। ଶୀତ ଋତୁରେ ସାଇବେରିଆନ ଅଞ୍ଚଳରେ ପ୍ରବଳ ବରଫ ପାତ ହେଉଥିବା ଯୋଗୁ ହଜାର ହଜାର କିଲୋମିଟର ଅତିକ୍ରମ କରି ଖାଦ୍ୟ ଅନ୍ବେଷଣରେ ପକ୍ଷୀ୍‌ମାନେ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଆସିଥାନ୍ତି। ବିଦେଶୀପକ୍ଷୀମାନେ ଜିଲାର ଜମ୍ଭୀରା, ହଳଦିଆ, ବଡ଼ଯୋଡ, ରାଜାବନ୍ଧ, କାଳ, ନେସା, ବାଙ୍କବଳ, ସୁଲେଇପାଟ(ଖଡଖାଇ) ପରି ବୃହତ ଜଳାଶୟମାନଙ୍କରେ ଆଶ୍ରୟ ନେଇଥାନ୍ତି। ପକ୍ଷୀମାନଙ୍କ ପ୍ରଜାତି ଓ ଗତିବିଧିକୁ ରେକର୍ଡ କରିବା ସହ ଏମାନଙ୍କର ସଂଖ୍ୟାର ଆକଳନ କରାଯାଇଥାଏ। ବନ ବିଭାଗର ରେଞ୍ଜର, ଫରେଷ୍ଟର ଓ ପକ୍ଷୀ ଗବେଷକ ଏହି ଗଣନା କାର୍ଯ୍ୟରେ ସାମିଲ ହେବେ। ବାଇନାକୁଲାର ଓ ଜିପିଏସ କ୍ୟାମେରା ସାହାଯ୍ୟରେ ବନ ବିଭାଗ କର୍ମଚାରୀମାନେ ପକ୍ଷୀ ଗଣନା କରିବେ। ଜିଲାରେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଶୀତ ଅନୁଭୂତ ହେଉଥିବା ବେଳେ ଅଧିକ ବିଦେଶୀ ପକ୍ଷୀ ଆସିଥିବା ସମ୍ଭାବନା ରହିଛି ବୋଲି ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ ସୂଚନା ଦେଇଛନ୍ତି।

The post ଆଜିଠୁୁ ମୟୂରଭଞ୍ଜରେ ପକ୍ଷୀ ଗଣନା appeared first on Dharitri Odia News.