ଆଜୀବନ ଜେଲ୍ ଦଣ୍ଡ ଭୋଗୁଛନ୍ତି ପ୍ରେମିକ, ତଥାପି ଅପେକ୍ଷାରେ ପ୍ରେମିକା
ପିଟର୍ସବର୍ଗ ୨୫/୦୪: କ୍ରିଷ୍ଟିନ ରୋଏସ୍ଙ୍କ ଜୀବନରେ ସବୁକିଛି ବଦଳାଇ ଦେଇଥିଲା ୧୯୭୫ ଜାନୁଆରୀ ୩ ତାରିଖ । ସେତେବେଳେ ମାତ୍ର ୧୯ ବର୍ଷ ବୟସର ହୋଇଥିଲେ ଏଜ୍ରା ବୋଜେମ୍ୟାନ୍ । କେହିଜଣେ ପିଟସବର୍ଗରେ ଥିବା ଏକ ଡ୍ରାଏ କ୍ଲିନିଂ ସଂସ୍ଥାରେ ପଶି ଲୁଟ୍ପାଟ କରିବା ସହ ଏହାର ସହମାଲିକଙ୍କୁ ଗୁଳି କରି ହତ୍ୟା କରିଥିଲା । ଏଥିରେ ପ୍ରଥମେ ଥୋମାସ ଡୁରେଟ୍ଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା । କିନ୍ତୁ ପରେ ଡୁରେଟ୍ଙ୍କ ନାଁକୁ ଅଧିକାରୀମାନେ ହଟାଇଥିଲେ । ଡୁରେଟ ତାଙ୍କ ବୟାନରେ ଏଜ୍ରାଙ୍କ ନାଁ ନେଇ ଏଜ୍ରା ହିଁ ଲୁଟ୍ ଏବଂ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି କହିଥିଲେ । ପରେ ଏଜ୍ରାଙ୍କୁ ଗିରଫ କରି ନେଇଥିଲା ପୁଲିସ । ନିଜକୁ ନିରୀହ ବୋଲି ଏଜ୍ରା ଯେତେ କହିଥିଲେ ହେଁ କେହି ତାଙ୍କ କଥା ଶୁଣି ନ ଥିଲେ । ସେକେଣ୍ଡ ଡିଗ୍ରୀ ମର୍ଡର ପାଇଁ ଏଜ୍ରାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ତାଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ମିଳିଥିଲା । ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ ଏଜ୍ରା ବାରମ୍ବାର ଅପିଲ କରିବା ସହ ଦଣ୍ଡ କୋହଳ ଲାଗି ମଧ୍ୟ ପିଟିସନ ଫାଇଲ କରିଥିଲେ । ହେଲେ ଏ ସବୁ ଉଦ୍ୟମ ବିଫଳ ହୋଇଛି । ଏବେ ସବୁ କିଛିକୁ ଗ୍ରହଣ କରି ୪୯ ବର୍ଷ ହେଲାଣି ଜେଲରେ ରହିଛନ୍ତି ଏଜ୍ରା । ହେଲେ ଏଥିରେ ସେ ଏକାକି ଧନ୍ଦି ହୋଇନାହାନ୍ତି, ତାଙ୍କୁ ଜୀବନସାଥୀ ଭାବେ ବାଛିଥିବା କ୍ରିଷ୍ଟିନ ଏବେ ବି ଏଜ୍ର
ପିଟର୍ସବର୍ଗ ୨୫/୦୪: କ୍ରିଷ୍ଟିନ ରୋଏସ୍ଙ୍କ ଜୀବନରେ ସବୁକିଛି ବଦଳାଇ ଦେଇଥିଲା ୧୯୭୫ ଜାନୁଆରୀ ୩ ତାରିଖ । ସେତେବେଳେ ମାତ୍ର ୧୯ ବର୍ଷ ବୟସର ହୋଇଥିଲେ ଏଜ୍ରା ବୋଜେମ୍ୟାନ୍ । କେହିଜଣେ ପିଟସବର୍ଗରେ ଥିବା ଏକ ଡ୍ରାଏ କ୍ଲିନିଂ ସଂସ୍ଥାରେ ପଶି ଲୁଟ୍ପାଟ କରିବା ସହ ଏହାର ସହମାଲିକଙ୍କୁ ଗୁଳି କରି ହତ୍ୟା କରିଥିଲା ।
ଏଥିରେ ପ୍ରଥମେ ଥୋମାସ ଡୁରେଟ୍ଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା । କିନ୍ତୁ ପରେ ଡୁରେଟ୍ଙ୍କ ନାଁକୁ ଅଧିକାରୀମାନେ ହଟାଇଥିଲେ । ଡୁରେଟ ତାଙ୍କ ବୟାନରେ ଏଜ୍ରାଙ୍କ ନାଁ ନେଇ ଏଜ୍ରା ହିଁ ଲୁଟ୍ ଏବଂ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି କହିଥିଲେ । ପରେ ଏଜ୍ରାଙ୍କୁ ଗିରଫ କରି ନେଇଥିଲା ପୁଲିସ ।
ନିଜକୁ ନିରୀହ ବୋଲି ଏଜ୍ରା ଯେତେ କହିଥିଲେ ହେଁ କେହି ତାଙ୍କ କଥା ଶୁଣି ନ ଥିଲେ । ସେକେଣ୍ଡ ଡିଗ୍ରୀ ମର୍ଡର ପାଇଁ ଏଜ୍ରାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ତାଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ମିଳିଥିଲା । ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ ଏଜ୍ରା ବାରମ୍ବାର ଅପିଲ କରିବା ସହ ଦଣ୍ଡ କୋହଳ ଲାଗି ମଧ୍ୟ ପିଟିସନ ଫାଇଲ କରିଥିଲେ । ହେଲେ ଏ ସବୁ ଉଦ୍ୟମ ବିଫଳ ହୋଇଛି ।
ଏବେ ସବୁ କିଛିକୁ ଗ୍ରହଣ କରି ୪୯ ବର୍ଷ ହେଲାଣି ଜେଲରେ ରହିଛନ୍ତି ଏଜ୍ରା । ହେଲେ ଏଥିରେ ସେ ଏକାକି ଧନ୍ଦି ହୋଇନାହାନ୍ତି, ତାଙ୍କୁ ଜୀବନସାଥୀ ଭାବେ ବାଛିଥିବା କ୍ରିଷ୍ଟିନ ଏବେ ବି ଏଜ୍ରାଙ୍କ ବାଟକୁ ଚାହିଁ ବସିଛନ୍ତି । ଆଉ ଅଧିକ ବିଳମ୍ବ ହେବା ପୂର୍ବରୁ ଏଜ୍ରାଙ୍କୁ ମୁକୁଳାଇବାକୁ କ୍ରିଷ୍ଟିନ ଚେଷ୍ଟା ଜାରି ରଖିବା ସହ ତାଙ୍କ ପ୍ରେମିକଙ୍କୁ ବିବାହ କରି ବାକି ଜୀବନ କାଟିବାକୁ ବି ଆଶା ରଖିଛନ୍ତି ।
ଏଜ୍ରାଙ୍କୁ ଏବେ ୬୮ ବର୍ଷ ହୋଇଥିବାବେଳେ କ୍ରିଷ୍ଟିନଙ୍କୁ ୭୮ । ଏଜ୍ରା ଜେଲ୍ରେ ଥିବାବେଳେ ତାଙ୍କ ପ୍ରେମରେ ପଡ଼ିଥିଲେ କ୍ରିଷ୍ଟିନ । ୨୦୨୧ରେ କ୍ରିଷ୍ଟିନ୍ଙ୍କ ଜଣେ ସାଙ୍ଗ ଏଜ୍ରାଙ୍କ ସହ ଫୋନ୍ରେ ଜୁମ୍ କଲ୍ କରିଥିଲେ । ସେଠାରେ ହିଁ ଏଜ୍ରାଙ୍କୁ ଦେଖିଥିଲେ କ୍ରିଷ୍ଟିନ୍ । କଥାବାର୍ତ୍ତା ହେବା ପରେ ଏଜ୍ରା ନିର୍ଦ୍ଦୋଷ ବୋଲି କ୍ରିଷ୍ଟିନ ଅନୁଭବ କରିଥିଲେ ।
ପରେ କ୍ରିଷ୍ଟିନ୍ ତାଙ୍କ ସହ ବାରମ୍ବାର କଥା ହେବା ସହ ଜେଲ୍କୁ ଭେଟିବାକୁ ମଧ୍ୟ ଯାଉଥିଲେ । ଧୀରେ ଧୀରେ ଉଭୟେ ପ୍ରେମରେ ପଡ଼ିଥିଲେ । ଉଭୟେ ଏକାଠି ଜୀବନ ବିତାଇବା ଲାଗି ଯୋଜନା ମଧ୍ୟ କରିଥିଲେ । ଏପରିକି କ୍ରିଷ୍ଟିନ୍ ନିଜେ ନିଜ ପାଇଁ ନିର୍ବନ୍ଧ ମୁଦି କିଣି ଏଜ୍ରାଙ୍କ ଦ୍ୱାରା ନିଜକୁ ପିନ୍ଧାଇଥିଲେ । ଏଥିସହ ଜେଲ୍ରେ ତାଙ୍କ ଜନ୍ମଦିନ ପାଳନ କରିବାଠାରୁ ଆରମ୍ଭ କରି ଜୀବନର ଅନେକ ସ୍ମୃତି ତିଆରି କରିଥିଲେ କ୍ରିଷ୍ଟିନ ।
ଏଜ୍ରାଙ୍କ ସ୍ମୃତି ଭାବେ ତାଙ୍କ ମୋବାଇଲ ଫୋନରେ ଥିବା ଉଭୟଙ୍କ ଗୀତ ପ୍ଲେଲିଷ୍ଟ ଜରିଆରେ ପ୍ରତି ମୁହୂର୍ତ୍ତରେ ସେ ସ୍ମରଣ କରୁଛନ୍ତି । ଏହି ଗୀତ ଯୋଗେ ଘରଠାରୁ ୨୩୦ ମାଇଲ ଦୂରରେ ଥିବା ଏଜ୍ରାଙ୍କୁ ସେ ସବୁବେଳେ ନିଜ ପାଖରେ ଅନୁଭବ କରୁଛନ୍ତି ।
ଏଜ୍ରାଙ୍କ ସ୍ମୃତିରେ ଆଜି ଯାଏ ସେ ଅନ୍ୟ କାହାକୁ ବିବାହ ବି କରିନାହାନ୍ତି । ଦିନେ ଏଜ୍ରା ଫେରିବେ ଏବଂ ସେ ତାଙ୍କ ସହ ହିଁ ଜୀବନର ବାକି ସମୟ କାଟିବେ ବୋଲି କ୍ରିଷ୍ଟିନ କୁହନ୍ତି । ତାଙ୍କ ପ୍ରେମକୁ ଶାଶ୍ୱତ ବୋଲି ଅଭିହିତ କରି କ୍ରିଷ୍ଟିନ କୁହନ୍ତି, ଅନ୍ୟ କାହା ସହ ଏଭଳି ପ୍ରେମ ଅନୁଭବ ସେ କରିପାରିନାହାନ୍ତି । ଜେଲ୍ରେ ଏଜ୍ରା ବହୁ ସମୟ ଏକାକୀ ବିତାଇଥିଲେ । କିନ୍ତୁ ପରେ ଏଜ୍ରା ନିଜକୁ କମ୍ ଏକୁଟିଆ ଅନୁଭବ କରିବା ଲାଗି ଉପାୟ ପାଇଥିଲେ ।
ପୁସ୍ତକ ପଢ଼ିବା ଦ୍ୱାରା ସେ ନିଜ ଏକୁଟିଆପଣରୁ ନିଜକୁ କିଛିମାତ୍ରାରେ ବିରତ କରିପାରିଥିଲେ ବୋଲି ସେ କହିଛନ୍ତି । ଜୀବନର ବଡ଼ଭାଗ ଏପରି କଟିଯାଇଥିବାବେଳେ ବାକି ଥିବା ସମୟକୁ ଏବେ ଏଜ୍ରାଙ୍କ ସହ କାଟିବାକୁ ଚାହିଁବସିଛନ୍ତି କ୍ରିଷ୍ଟିନ । ଏଥିପାଇଁ ତାଙ୍କ ବନ୍ଧୁ ଏବଂ ଓକିଲ ସାଥୀ ମଧ୍ୟ ଚେଷ୍ଟା ଜାରି ରଖିଛନ୍ତି ।