ଆଦାନୀ ସହ ବିଦ୍ୟୁତ୍ ଚୁକ୍ତିର ସମୀକ୍ଷା କରିବ ବାଂଲାଦେଶ
ଢାକା,୨୪ା୧୧: ଆଦାନୀ ଗ୍ରୁପ୍ ସହ ବାଂଲାଦେଶ ସରକାର ପୂର୍ବରୁ କରିଥିବା ବିଦ୍ୟୁତ୍ ଚୁକ୍ତିର ସମୀକ୍ଷା କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ସମୟରେ ୨୦୦୯ରୁ ୨୦୨୪ ମଧ୍ୟରେ ଆଦାନୀ ଗ୍ରୁପ୍ ସମେତ ୭ଟି ବୃହତ୍ ବିଦ୍ୟୁତ୍ କମ୍ପାନୀ ସହ ଡିଲ୍ ହୋଇଥିଲା। ସେଗୁଡ଼ିକର ସମୀକ୍ଷା ପାଇଁ ବାଂଲାଦେଶର ଅନ୍ତରୀଣ ସରକାର ଏକ କମିଟି ଗଠନ କରିଥିଲେ। ଉକ୍ତ କମ୍ପାନୀଗୁଡ଼ିକ ସହ ହୋଇଥିବା ବିଦ୍ୟୁତ୍ ଚୁକ୍ତିନାମାର ଯାଞ୍ଚ ନିମନ୍ତେ ତଦନ୍ତକାରୀ ସଂସ୍ଥାକୁ ନିୟୋଜିତ କରିବା ପାଇଁ କମିଟି ରବିବାର […] The post ଆଦାନୀ ସହ ବିଦ୍ୟୁତ୍ ଚୁକ୍ତିର ସମୀକ୍ଷା କରିବ ବାଂଲାଦେଶ appeared first on Dharitri Odia News.
ଢାକା,୨୪ା୧୧: ଆଦାନୀ ଗ୍ରୁପ୍ ସହ ବାଂଲାଦେଶ ସରକାର ପୂର୍ବରୁ କରିଥିବା ବିଦ୍ୟୁତ୍ ଚୁକ୍ତିର ସମୀକ୍ଷା କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ସମୟରେ ୨୦୦୯ରୁ ୨୦୨୪ ମଧ୍ୟରେ ଆଦାନୀ ଗ୍ରୁପ୍ ସମେତ ୭ଟି ବୃହତ୍ ବିଦ୍ୟୁତ୍ କମ୍ପାନୀ ସହ ଡିଲ୍ ହୋଇଥିଲା।
ସେଗୁଡ଼ିକର ସମୀକ୍ଷା ପାଇଁ ବାଂଲାଦେଶର ଅନ୍ତରୀଣ ସରକାର ଏକ କମିଟି ଗଠନ କରିଥିଲେ। ଉକ୍ତ କମ୍ପାନୀଗୁଡ଼ିକ ସହ ହୋଇଥିବା ବିଦ୍ୟୁତ୍ ଚୁକ୍ତିନାମାର ଯାଞ୍ଚ ନିମନ୍ତେ ତଦନ୍ତକାରୀ ସଂସ୍ଥାକୁ ନିୟୋଜିତ କରିବା ପାଇଁ କମିଟି ରବିବାର ସୁପାରିସ କରିଛି। ଡିଲ୍ କରିଥିବା ଅନ୍ୟ ୬ କମ୍ପାନୀ ମଧ୍ୟରେ ଚାଇନାର ଗୋଟିଏ ଏବଂ ବାଂଲାଦେଶର ୫ଟି କମ୍ପାନୀ ରହିଛି। ଚାଇନା କମ୍ପାନୀ ବାଂଲାଦେଶରେ ୧,୩୨୦ ମେଗାଓ୍ବାଟ୍ ତାପଜ ବିଦ୍ୟୁତ୍ ପ୍ଲାଣ୍ଟ ସ୍ଥାପନ ନିମନ୍ତେ ଚୁକ୍ତିନାମା କରିଥିଲା।
ସୂଚନାଯୋଗ୍ୟ, ଆଦାନୀ ଗ୍ରୁପ୍ ସୌରଶକ୍ତି କଣ୍ଟ୍ରାକ୍ଟ କରାଇଦେବା ପାଇଁ ଭାରତୀୟ ଅଧିକାରୀମାନଙ୍କୁ ୨୬୫ ନିୟୁତ ଡଲାର ଲାଞ୍ଚ ଦେଇଥିବା ଆମେରିକା ଅଭିଯୋଗ ଆଣିବା ପରେ ଏହାର ବିଭିନ୍ନ ଦେଶ ସହ ହୋଇଥିବା ବିଦ୍ୟୁତ୍ ଡିଲ୍ ପ୍ରଭାବିତ ହୋଇଛି। ପୂର୍ବରୁ କେନିଆ ଆଦାନୀ ଗ୍ରୁପ୍ ସହ ହୋଇଥିବା ବିମାନବନ୍ଦର ଓ ଶକ୍ତି ସମ୍ପର୍କିତ ଚୁକ୍ତିକୁ ବାତିଲ କରିଛି।
The post ଆଦାନୀ ସହ ବିଦ୍ୟୁତ୍ ଚୁକ୍ତିର ସମୀକ୍ଷା କରିବ ବାଂଲାଦେଶ appeared first on Dharitri Odia News.