ଆଧାର କାର୍ଡ ତଦାରଖ କମିଟି ବୈଠକ: ଓଡ଼ିଶାରେ ନୂଆପଡ଼ା ପ୍ରଥମ ସ୍ଥାନରେ
ନୂଆପଡ଼ା,୨୭ା୬ (ମକାରୁ ବେମାଲ): ନୂଆପଡ଼ା ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଗୁରୁବାର ଜିଲାସ୍ତରୀୟ ଆଧାରକାର୍ଡ ତଦାରଖ କମିଟି ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅତିରିକ୍ତ ଜିଲାପାଳ ଭୀମସେନ ଶବର, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମନୋଜ କୁମାର ସାହୁ, ଜିଲା ଶିକ୍ଷା ଅଧିକାରୀ କରୁଣାକର ଭୂଏ, ଜିଲା ସାମାଜିକ ଅଧିକାରୀ ଅନନ୍ତ ହେମ୍ବ୍ରମ, ଜିଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ ରାଉତରାୟ, ଜିଲାପାଳ ପ୍ରତିନିଧି ବିଜୟ ଛତ୍ରିଆ, ଜିଲା ସୂଚନା […] The post ଆଧାର କାର୍ଡ ତଦାରଖ କମିଟି ବୈଠକ: ଓଡ଼ିଶାରେ ନୂଆପଡ଼ା ପ୍ରଥମ ସ୍ଥାନରେ appeared first on Dharitri Odia News.
ନୂଆପଡ଼ା,୨୭ା୬ (ମକାରୁ ବେମାଲ): ନୂଆପଡ଼ା ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଗୁରୁବାର ଜିଲାସ୍ତରୀୟ ଆଧାରକାର୍ଡ ତଦାରଖ କମିଟି ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅତିରିକ୍ତ ଜିଲାପାଳ ଭୀମସେନ ଶବର, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମନୋଜ କୁମାର ସାହୁ, ଜିଲା ଶିକ୍ଷା ଅଧିକାରୀ କରୁଣାକର ଭୂଏ, ଜିଲା ସାମାଜିକ ଅଧିକାରୀ ଅନନ୍ତ ହେମ୍ବ୍ରମ, ଜିଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ ରାଉତରାୟ, ଜିଲାପାଳ ପ୍ରତିନିଧି ବିଜୟ ଛତ୍ରିଆ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଆଧାର ସୁପରଭାଇଜର ନୃସିଂହ ପୁଟେଲ ପ୍ରମୁଖ ଉପସ୍ଥିତ ରହି ଆଧାର ସମସ୍ୟା ଉପରେ ଆଲୋଚନା କରିଥିଲେ। ୟୁଆଇଡିଏଆଇର ସହାୟକ ପରିଚାଳକ ଆଦର୍ଶ ପଟ୍ଟନାୟକ ଆଧାର ପ୍ରସ୍ତୁତିରେ ସମଗ୍ର ଓଡ଼ିଶାରେ ନୂଆପଡ଼ା ପ୍ରଥମ ସ୍ଥାନରେ ଥିବା ପ୍ରକାଶ କରିଥିଲେ। ଜିଲାରେ ଆଧାର କାର୍ଡ ଯୋଗାଣର ଅଗ୍ରଗତି ସମ୍ବନ୍ଧରେ ସେ କହିଥିଲେ, ୫ ବର୍ଷ ଯାଏ ପିଲାଙ୍କ ୨୨,୪୪୪, ୬ରୁ ୧୮ ବର୍ଷ ପିଲାଙ୍କ ୧,୬୯,୦୪୭ ଓ ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ୫,୮୩,୨୮୮ଟି ଆଧାର କାର୍ଡ ପ୍ରସ୍ତୁତ ହୋଇଛି।
The post ଆଧାର କାର୍ଡ ତଦାରଖ କମିଟି ବୈଠକ: ଓଡ଼ିଶାରେ ନୂଆପଡ଼ା ପ୍ରଥମ ସ୍ଥାନରେ appeared first on Dharitri Odia News.