ଆଧାର କାର୍ଡରେ ଅଛିକି ତ୍ରୁଟି, ସୁଭଦ୍ରା ଯୋଜନାରୁ ପଡ଼ିବେ….
ପଦ୍ମପୁର, ୪।୯ (ପ୍ରଦୀପ୍ତ ଦାଶ): ରାଜ୍ୟ ସରକାର ସୁଭଦ୍ରା ଯୋଜନା ଘୋଷଣା ପରେ ମହିଳାଙ୍କ ମଧ୍ୟରେ ଖୁସି ଦେଖାଦେଇଛି। ମାତ୍ର ଏବେ ଆଧାର କାର୍ଡକୁ ନେଇ ମହିଳାମାନେ ଚିନ୍ତାରେ ପଡିଛନ୍ତି। ସେମାନଙ୍କ ଆଧାର କାର୍ଡରେ ବୟସ ସହିତ ମୋବାଇଲ ନମ୍ବର ଓ ବ୍ୟାଙ୍କ ଲିଙ୍କ ପାଇଁ ଚିନ୍ତାରେ ପଡିଛନ୍ତି। ଅନେକ ମହିଳାଙ୍କ ଆଧାର କାର୍ଡରେ ତ୍ରୁଟି ରହିଛି ତାହା ଅଦ୍ୟାବଧି ସମାଧାନ ହୋଇପାରି ନାହିଁ। ସେହିପରି ଏହି ଆଧାର କାର୍ଡ ଜନିତ ତ୍ରୁଟି ଯୋଗୁଁ ଅନେକ ମହିଳା […] The post ଆଧାର କାର୍ଡରେ ଅଛିକି ତ୍ରୁଟି, ସୁଭଦ୍ରା ଯୋଜନାରୁ ପଡ଼ିବେ…. appeared first on Dharitri Odia News.
ପଦ୍ମପୁର, ୪।୯ (ପ୍ରଦୀପ୍ତ ଦାଶ): ରାଜ୍ୟ ସରକାର ସୁଭଦ୍ରା ଯୋଜନା ଘୋଷଣା ପରେ ମହିଳାଙ୍କ ମଧ୍ୟରେ ଖୁସି ଦେଖାଦେଇଛି। ମାତ୍ର ଏବେ ଆଧାର କାର୍ଡକୁ ନେଇ ମହିଳାମାନେ ଚିନ୍ତାରେ ପଡିଛନ୍ତି। ସେମାନଙ୍କ ଆଧାର କାର୍ଡରେ ବୟସ ସହିତ ମୋବାଇଲ ନମ୍ବର ଓ ବ୍ୟାଙ୍କ ଲିଙ୍କ ପାଇଁ ଚିନ୍ତାରେ ପଡିଛନ୍ତି। ଅନେକ ମହିଳାଙ୍କ ଆଧାର କାର୍ଡରେ ତ୍ରୁଟି ରହିଛି ତାହା ଅଦ୍ୟାବଧି ସମାଧାନ ହୋଇପାରି ନାହିଁ। ସେହିପରି ଏହି ଆଧାର କାର୍ଡ ଜନିତ ତ୍ରୁଟି ଯୋଗୁଁ ଅନେକ ମହିଳା ଜବକାର୍ଡ, ମୋ ଘର ଯୋଜନା, ଶ୍ରମିକ କାର୍ଡରୁ ବାଦ ପଡିଛନ୍ତି । ସେଥିପାଇଁ ଏହି ଆଧାର କାର୍ଡ ସଂଶୋଧନ ପାଇଁ ଅନେକ ମହିଳା ବ୍ୟାଙ୍କ ଓ ଆଧାରକେନ୍ଦ୍ରରେ ସକାଳୁ ଲାଇନରେ ଠିଆ ହୋଇ ରହୁଛନ୍ତି। ଏହି ଆଧାର କାର୍ଡ ତ୍ରୁଟି ସଂଶୋଧନ ପାଇଁ ବିକଳ୍ପ ପନ୍ଥା ଅବଲମ୍ବନ କରିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି।
The post ଆଧାର କାର୍ଡରେ ଅଛିକି ତ୍ରୁଟି, ସୁଭଦ୍ରା ଯୋଜନାରୁ ପଡ଼ିବେ…. appeared first on Dharitri Odia News.