ଆନ୍ତଃରାଜ୍ୟ ଗ୍ୟାଙ୍ଗ୍କୁ ଧରିଲା ପୋଲିସ: ୧୯ ନାମୀଦାମୀ ବାଇକ୍ ଜବତ, ଜଣେ ଗିରଫ
ପାରଳାଖେମୁଣ୍ଡି,୨୯ା୯(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା। ଆନ୍ଧ୍ର ଓ ଓଡ଼ିଶା ଆନ୍ତଃରାଜ୍ୟ ବାଇକ୍ ଲୁଟେରାକୁ ଧରିବା ସହ ୧୯ଟି ନାମୀଦାମୀ ବାଇକ୍ ଧରିବାରେ ସକ୍ଷମ ହୋଇଛି। ତିନିଦିନ ତଳେ ରାତିରେ ପାରଳାଖେମୁଣ୍ଡି ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ବୁଲେଟ୍କୁ ସନ୍ଦେହରେ ଅଟକାଇ ଯାଞ୍ଚ କରିବା ସମୟରେ ବୁଲେଟ୍ରେ ରହିଥିବା ନମ୍ବର ଗୋଟିଏ ଆପାଚି ମୋଟର ସାଇକେଲର ନମ୍ବର ବୋଲି ଜଣାପଡ଼ିଥିଲା। ଯାହାକୁ ଭିତ୍ତିକରି ସମ୍ପୃକ୍ତ ବୁଲେଟ୍ ଆରୋହୀଙ୍କୁ ଅଟକାଇ […] The post ଆନ୍ତଃରାଜ୍ୟ ଗ୍ୟାଙ୍ଗ୍କୁ ଧରିଲା ପୋଲିସ: ୧୯ ନାମୀଦାମୀ ବାଇକ୍ ଜବତ, ଜଣେ ଗିରଫ appeared first on Dharitri Odia News.
ପାରଳାଖେମୁଣ୍ଡି,୨୯ା୯(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା। ଆନ୍ଧ୍ର ଓ ଓଡ଼ିଶା ଆନ୍ତଃରାଜ୍ୟ ବାଇକ୍ ଲୁଟେରାକୁ ଧରିବା ସହ ୧୯ଟି ନାମୀଦାମୀ ବାଇକ୍ ଧରିବାରେ ସକ୍ଷମ ହୋଇଛି।
ତିନିଦିନ ତଳେ ରାତିରେ ପାରଳାଖେମୁଣ୍ଡି ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ବୁଲେଟ୍କୁ ସନ୍ଦେହରେ ଅଟକାଇ ଯାଞ୍ଚ କରିବା ସମୟରେ ବୁଲେଟ୍ରେ ରହିଥିବା ନମ୍ବର ଗୋଟିଏ ଆପାଚି ମୋଟର ସାଇକେଲର ନମ୍ବର ବୋଲି ଜଣାପଡ଼ିଥିଲା। ଯାହାକୁ ଭିତ୍ତିକରି ସମ୍ପୃକ୍ତ ବୁଲେଟ୍ ଆରୋହୀଙ୍କୁ ଅଟକାଇ ପଚରାଉଚରା କରିବା ସମୟରେ ଆନ୍ଧ୍ରପ୍ରଦେଶର ପଲାସା ଅଞ୍ଚଳର ଆର୍ ରଘୁନନ୍ଦମ ଓରଫ ରଘୁ ପ୍ରଧାନ ବୋଲି ଜଣାପଡିଛି। ପୋଲିସ ତଦନ୍ତ ବେଳେ ରଘୁ ଆନ୍ଧ୍ରରୁ ବାଇକ୍ ଚୋରି କରି ଗଜପତି ଜିଲାର ବିଭିନ୍ନ ଅଞ୍ଚଳରେ ନିଜ ପରିଚିତ ଲୋକଙ୍କୁ କିଛି ଅର୍ଥ ନେଇ ସେମାନଙ୍କ ଘରେ ଗାଡ଼ିଗୁଡିକୁ ଛାଡ଼ି ଚାଲିଯାଇଥିଲେ। ଜବତ ହୋଇଥିବା ୧୯ଟି ବାଇକ୍ ମଧ୍ୟରୁ ୧୮ଟି ଆନ୍ଧ୍ରପ୍ରଦେଶର ହୋଇଥିବାବେଳେ ଗୋଟିଏ ଓଡ଼ିଶାର ବୋଲି ଜଣାପଡ଼ିଛି।
The post ଆନ୍ତଃରାଜ୍ୟ ଗ୍ୟାଙ୍ଗ୍କୁ ଧରିଲା ପୋଲିସ: ୧୯ ନାମୀଦାମୀ ବାଇକ୍ ଜବତ, ଜଣେ ଗିରଫ appeared first on Dharitri Odia News.