ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ମୁନ୍ନା ଖାଁ

କୋକସରା,୧୦ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବା ବେଳେ ହାତ ଗଣତି ସମୟ ରହିଛି। ପ୍ରଚାର ପାଇଁ ଦିନରାତି ଏକ କରି ଦେଇଛନ୍ତି ପ୍ରାର୍ଥୀ ଓ ସମର୍ଥକ। ଗୁରୁବାର ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ କଳାହାଣ୍ଡି ଜିଲା କୋକସରା ବ୍ଲକର ମାଝୀଗୁଡ଼ା ଓ ଲଡୁଗାଁ ପଞ୍ଚାୟତରେ ବିଜେଡି ପକ୍ଷରୁ ମାରାଥନ ପ୍ରଚାର କରାଯାଇଛି। ଏହି ପ୍ରଚାରରେ ଏମ୍‌ପି ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ସହ ନବରଙ୍ଗପୁର ରାଜ୍ୟ ସଭା ଏମ୍‌ପି […] The post ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ମୁନ୍ନା ଖାଁ appeared first on Dharitri Odia News.

ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ମୁନ୍ନା ଖାଁ

କୋକସରା,୧୦ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବା ବେଳେ ହାତ ଗଣତି ସମୟ ରହିଛି। ପ୍ରଚାର ପାଇଁ ଦିନରାତି ଏକ କରି ଦେଇଛନ୍ତି ପ୍ରାର୍ଥୀ ଓ ସମର୍ଥକ। ଗୁରୁବାର ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ କଳାହାଣ୍ଡି ଜିଲା କୋକସରା ବ୍ଲକର ମାଝୀଗୁଡ଼ା ଓ ଲଡୁଗାଁ ପଞ୍ଚାୟତରେ ବିଜେଡି ପକ୍ଷରୁ ମାରାଥନ ପ୍ରଚାର କରାଯାଇଛି। ଏହି ପ୍ରଚାରରେ ଏମ୍‌ପି ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ସହ ନବରଙ୍ଗପୁର ରାଜ୍ୟ ସଭା ଏମ୍‌ପି ମୁନ୍ନା ଖାଁ, ଧର୍ମଗଡ଼ ବିଧାୟକ ମୋଷଧି ବାଗ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରଓ୍ବାଲ, ଜିଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ରାଜ୍ୟ ଓମଫେଡ଼ର ରାଜ୍ୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ବ୍ଲକ ସମ୍ପାଦକ ପଞ୍ଚକ ପୋଢ଼, ଦୁର୍ଗା ନାଏକ, ନାରିନେତ୍ରୀ ଅଶୋକା ନାଏକ ସମେତ ଅନ୍ୟ ମହିଳା ନେତ୍ରୀ ଓ ଦଳୀୟ ଶତାଧିକ କର୍ମକର୍ତ୍ତା ପ୍ରଚାରରେ ସାମିଲ ହୋଇ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଓ ଏମ୍‌ପି ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଛନ୍ତି। ମାଝୀଗୁଡା ଓ ଲଡୁଗାଁରେ ରୋଡ଼ ଶୋ’ରେ ହଜାର ହଜାର ଜନ ସାଧାରଣଙ୍କ ଜନ ସମର୍ଥନରେ ବିଧାୟକ ପ୍ରାର୍ଥୀ ଭୋଟ୍‌ ଭିକ୍ଷା କରିବା ସହ ରାଜ୍ୟ ସରକାରଙ୍କ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀରେ ବିକାଶ ମୂଳକ କାର୍ଯ୍ୟକ୍ରମର ଚିଠା ଜନ ସାଧାରଣଙ୍କୁ ବୁଝାଇବା ସହ ଆଗାମୀ ଦିନରେ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରି ପୁଣିଥରେ ବିଜେଡି ସରକାର ଓ ଦଳୀୟ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବା ପାଇଁ ଅନୁରୋଧ କରିଛନ୍ତି।

The post ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ମୁନ୍ନା ଖାଁ appeared first on Dharitri Odia News.