ଆପ ନେତା ଗୋପାଲ ରାୟ କହିଲେ- ପୁରା ଦିଲ୍ଲୀ ଆଜି ମିସ୍ କରୁଛି କେଜରିୱାଲଙ୍କୁ
ନୂଆଦିଲ୍ଲୀ : ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଆପ) ବରିଷ୍ଠ ନେତା ଗୋପାଲ ରାୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଜେଲରେ ରଖାଯିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ଯେ ଦେଶରେ ସ୍ୱାଧୀନତା ପରେ ପ୍ରଥମ ଥର ଜଣେ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ ଜେଲରେ ରଖାଯାଇଛି। ସେହିପରି ଗୃହମନ୍ତ୍ରୀ କୈଳାଶ ଗହଲୋତଙ୍କ ଜାତୀୟ ପତାକା ଉତ୍ତୋଳନ ନେଇ ମଧ୍ୟ ନିଜର ମତ ରଖିଛନ୍ତି। ଆପ ନେତା ତଥା ମନ୍ତ୍ରୀ ଗୋପାଲ ରାୟ କହିଛନ୍ତିଯ ‘ମୁ ଏକଥାରେ ନିଶ୍ଚିତ ଯେ ଆଜି ଦିଲ୍ଲୀ ନିଜର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମିସ୍ କରୁଛି, ତେବେ ସେ ଖୁବ ଶୀଘ୍ର ମୁକୁଳି ଆସିବେ’। ସେ କହିଛନ୍ତି ଯେ ଦେଶ ଇତିହାସରେ ସ୍ୱାଧୀନତା ପରେ ଏପରି ପ୍ରଥମ ଥର ହୋଇଛି। ସାରା ଦିଲ୍ଲୀ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ପ୍ରଚଣ୍ଡ ବହୁମତରେ ଜିତିଥିବା ମୁଖ୍ୟମନ୍ତ୍ରୀଙ୍କୁ ଏକଛତ୍ରବାଦ ସରକାର ଜେଲରେ ବନ୍ଦୀ କରି ରଖିଛି। ଏଣୁ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଜାତୀୟ ପତାକା କିଏ ଉତ୍ତୋଳନ କରିବ ସେ ନେଇ ଚର୍ଚ୍ଚା ହେଉଥିଲା। #WATCH | Delhi Minister and AAP leader Gopal Rai says, "This is happening for the first time after Independence that an elected CM has been put behind bars...Delhi Minister Kailash Gahlot hoisted the National flag.
ନୂଆଦିଲ୍ଲୀ : ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଆପ) ବରିଷ୍ଠ ନେତା ଗୋପାଲ ରାୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଜେଲରେ ରଖାଯିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ଯେ ଦେଶରେ ସ୍ୱାଧୀନତା ପରେ ପ୍ରଥମ ଥର ଜଣେ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ ଜେଲରେ ରଖାଯାଇଛି। ସେହିପରି ଗୃହମନ୍ତ୍ରୀ କୈଳାଶ ଗହଲୋତଙ୍କ ଜାତୀୟ ପତାକା ଉତ୍ତୋଳନ ନେଇ ମଧ୍ୟ ନିଜର ମତ ରଖିଛନ୍ତି।
ଆପ ନେତା ତଥା ମନ୍ତ୍ରୀ ଗୋପାଲ ରାୟ କହିଛନ୍ତିଯ ‘ମୁ ଏକଥାରେ ନିଶ୍ଚିତ ଯେ ଆଜି ଦିଲ୍ଲୀ ନିଜର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମିସ୍ କରୁଛି, ତେବେ ସେ ଖୁବ ଶୀଘ୍ର ମୁକୁଳି ଆସିବେ’। ସେ କହିଛନ୍ତି ଯେ ଦେଶ ଇତିହାସରେ ସ୍ୱାଧୀନତା ପରେ ଏପରି ପ୍ରଥମ ଥର ହୋଇଛି। ସାରା ଦିଲ୍ଲୀ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ପ୍ରଚଣ୍ଡ ବହୁମତରେ ଜିତିଥିବା ମୁଖ୍ୟମନ୍ତ୍ରୀଙ୍କୁ ଏକଛତ୍ରବାଦ ସରକାର ଜେଲରେ ବନ୍ଦୀ କରି ରଖିଛି। ଏଣୁ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଜାତୀୟ ପତାକା କିଏ ଉତ୍ତୋଳନ କରିବ ସେ ନେଇ ଚର୍ଚ୍ଚା ହେଉଥିଲା।
#WATCH | Delhi Minister and AAP leader Gopal Rai says, "This is happening for the first time after Independence that an elected CM has been put behind bars...Delhi Minister Kailash Gahlot hoisted the National flag. It is a positive step..." pic.twitter.com/Df6cOEmgIR— ANI (@ANI) August 15, 2024
ଆପ ନେତା କହିଛନ୍ତି ଯେ ଏ କଥା ମଧ୍ୟ ଶୁଣାଯାଉଥିଲା ବୋଧ ହୁଏ ନିର୍ବାଚିତ ସରକାରର ଏହି ଅଧିକାରକୁ ମଧ୍ୟ ଛଡାଇ ନିଆଯିବ। ତେବେ ସବୁ ପ୍ରକ୍ରିୟା ପରେ ଦିଲ୍ଲୀ ସରକାରଙ୍କ ଗୃହମନ୍ତ୍ରୀ କୈଳାଶ ଗହଲୋତ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହା ନିଶ୍ଚିତ ରୂପେ ଏକ ସକରାତ୍ମକ ପଦକ୍ଷେପ। ଯେଉଁ ପର୍ଯ୍ୟନ୍ତ କୈଳାଶ ଗହଲୋତଙ୍କ ଭାଷଣର ପ୍ରଶ୍ନ ସେ କେଜରିୱାଲ ସରକାରଙ୍କ ପ୍ରତିନିଧିତ୍ୱ କରୁଥିଲେ। ଗୋପାଳ ରାୟ କହିଛନ୍ତି ଯେ କୈଳାଶ ଗହଲୋତ ଦିଲ୍ଲୀ ସରକାର କେଉଁ କେଉଁ କାମ କରିଛନ୍ତି, ଏତେ ବିପରୀତ ପରିସ୍ଥିତି ସତ୍ତ୍ୱେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ନେତୃତ୍ୱରେ ଦିଲ୍ଲୀ ସରକାରଙ୍କ କାମର ଯେଉଁ ଗତି ତାହା ଲଗାତାର ବଢୁଛି ବୋଲି କହିଛନ୍ତି।