ଆଫଗାନିସ୍ତାନରେ ବର୍ଷା ଓ ବନ୍ୟା ବିତ୍ପାତ: ୩୫ ମୃତ, ୨୦୦ରୁ ଅଧିକ ଆହତ
ନୂଆଦିଲ୍ଲୀ ୧୭।୦୭: ଆଫଗାନିସ୍ତାନରେ ପୁଣି ଥରେ ପ୍ରକୃତିର ତାଣ୍ଡବ । ନାଙ୍ଗରହାର ପ୍ରଦେଶରେ ବର୍ଷା ଓ ବନ୍ୟା ଯୋଗୁଁ ଅତି କମରେ ୩୫ ଜଣଙ୍କର ମୃତ୍ୟୁ ଘଟିଛି। ୨୦୦ରୁ ଅଧିକ ଲୋକ ଆହତ ହୋଇଥିବା ଖବର ରହିଛି। ତାଲିବାନର ଜଣେ ଅଧିକାରୀ କହିଛନ୍ତି ଯେ ସୋମବାର ଆଫଗାନିସ୍ତାନରେ ଝଡ଼ ଓ ପ୍ରବଳ ବର୍ଷା ଯୋଗୁଁ ୩୫ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଓ ସଂସ୍କୃତି ବିଭାଗର ପ୍ରାଦେଶିକ ନିର୍ଦ୍ଦେଶକ ସେଦିକୁଲ୍ଲା କୁରେଶି କହିଛନ୍ତି ଯେ ନଙ୍ଗରହାର ପ୍ରଦେଶରେ ମଧ୍ୟ ଅନେକ ଲୋକ ଆହତ ହୋଇଛନ୍ତି। ଘରର ଛାତ ଭୁଶୁଡ଼ିବା ପରେ ଗୋଟିଏ ପରିବାରର ପାଞ୍ଚ ଜଣ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ପରିବାରର ଅନ୍ୟ ଚାରିଜଣ ସଦସ୍ୟ ଆହତ ହୋଇଛନ୍ତି।କୁରେଶି କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ଏବଂ ଆହତଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି। ପ୍ରଦେଶର ବିଭିନ୍ନ ସ୍ଥାନରେ ସମ୍ପତ୍ତି ଏବଂ ଫସଲରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ନାଙ୍ଗରହାରର ଆଞ୍ଚଳିକ ଡାକ୍ତରଖାନାର ମୁଖ୍ୟ ଅନିମୁଲ୍ଲା ସରିଫ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୨୦୭ ଆହତଙ୍କୁ ପ୍ରାଦେଶିକ ରାଜଧାନୀ ଜାଲାଲାବାଦ ଏବଂ ଏହାର ଆଖପାଖ ଜିଲ୍ଲାକୁ ଚିକିତ୍ସା ପାଇଁ ଅଣାଯାଇଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମ କହିଥିଲା ଯେ ଆଫଗାନିସ୍ତାନରେ ମେ ୧୦ ଏବଂ ୧୧ରେ ପ୍ରବଳ ବର୍ଷା ହେତୁ ୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ହଜାର ହଜା
ନୂଆଦିଲ୍ଲୀ ୧୭।୦୭: ଆଫଗାନିସ୍ତାନରେ ପୁଣି ଥରେ ପ୍ରକୃତିର ତାଣ୍ଡବ । ନାଙ୍ଗରହାର ପ୍ରଦେଶରେ ବର୍ଷା ଓ ବନ୍ୟା ଯୋଗୁଁ ଅତି କମରେ ୩୫ ଜଣଙ୍କର ମୃତ୍ୟୁ ଘଟିଛି। ୨୦୦ରୁ ଅଧିକ ଲୋକ ଆହତ ହୋଇଥିବା ଖବର ରହିଛି। ତାଲିବାନର ଜଣେ ଅଧିକାରୀ କହିଛନ୍ତି ଯେ ସୋମବାର ଆଫଗାନିସ୍ତାନରେ ଝଡ଼ ଓ ପ୍ରବଳ ବର୍ଷା ଯୋଗୁଁ ୩୫ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଓ ସଂସ୍କୃତି ବିଭାଗର ପ୍ରାଦେଶିକ ନିର୍ଦ୍ଦେଶକ ସେଦିକୁଲ୍ଲା କୁରେଶି କହିଛନ୍ତି ଯେ ନଙ୍ଗରହାର ପ୍ରଦେଶରେ ମଧ୍ୟ ଅନେକ ଲୋକ ଆହତ ହୋଇଛନ୍ତି। ଘରର ଛାତ ଭୁଶୁଡ଼ିବା ପରେ ଗୋଟିଏ ପରିବାରର ପାଞ୍ଚ ଜଣ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ପରିବାରର ଅନ୍ୟ ଚାରିଜଣ ସଦସ୍ୟ ଆହତ ହୋଇଛନ୍ତି।
କୁରେଶି କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ଏବଂ ଆହତଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି। ପ୍ରଦେଶର ବିଭିନ୍ନ ସ୍ଥାନରେ ସମ୍ପତ୍ତି ଏବଂ ଫସଲରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ନାଙ୍ଗରହାରର ଆଞ୍ଚଳିକ ଡାକ୍ତରଖାନାର ମୁଖ୍ୟ ଅନିମୁଲ୍ଲା ସରିଫ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୨୦୭ ଆହତଙ୍କୁ ପ୍ରାଦେଶିକ ରାଜଧାନୀ ଜାଲାଲାବାଦ ଏବଂ ଏହାର ଆଖପାଖ ଜିଲ୍ଲାକୁ ଚିକିତ୍ସା ପାଇଁ ଅଣାଯାଇଛି।
ସୂଚନାଯୋଗ୍ୟ ଯେ ପୂର୍ବରୁ ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମ କହିଥିଲା ଯେ ଆଫଗାନିସ୍ତାନରେ ମେ ୧୦ ଏବଂ ୧୧ରେ ପ୍ରବଳ ବର୍ଷା ହେତୁ ୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ହଜାର ହଜାର ଘର ନଷ୍ଟ ହୋଇଯାଇଥିଲା। ଏହି ଘରଗୁଡ଼ିକ ମଧ୍ୟରୁ ଅଧିକାଂଶ ଉତ୍ତର ବଗଲାନ୍ ପ୍ରଦେଶରେ ଥିଲା। ସେ କହିଛନ୍ତି ଯେ ଏହି ବିପର୍ଯ୍ୟୟରୁ ବଞ୍ଚିଥିବା ଲୋକଙ୍କ ପାଖରେ ବର୍ତ୍ତମାନ ଘର ନାହିଁ, ଜମି ନାହିଁ କିମ୍ବା ଜୀବିକାର କୌଣସି ଉତ୍ସ ନାହିଁ।