ଦରଦାମ୍ ବୃଦ୍ଧିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେଡ଼ି, ଆସନ୍ତା ୬ରେ ଲୋୟର ପିଏମ୍ଜିରେ ଗର୍ଜିବ ଦଳ
ଭୁବନେଶ୍ବର ୩।୧: ଦରଦାମ୍ ବୃଦ୍ଧିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜୁ ଜନତା ଦଳ । ଆସନ୍ତା ୬ ତାରିଖରେ ଲୋୟର ପିଏମ୍ଜିରେ ଆନ୍ଦୋଳନ କରିବ ବିଜେଡି । ଦରଦାମ୍ ବୃଦ୍ଧି ପ୍ରତିବାଦରେ ବିଜେଡ଼ି ଆନ୍ଦୋଳନ କରିବ । ଏ ନେଇ ପ୍ରେସମିଟ୍ କରି ବିଜେଡ଼ିର ବରିଷ୍ଠ ନେତୃତ୍ବ ସୂଚନା ଦେଇଛନ୍ତି ।ବିଜେଡ଼ି ସମନ୍ଵୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଦରଦାମ୍ ସମସ୍ତଙ୍କୁ ଅତିଷ୍ଠ କଲାଣି । ଗାଁ ଗହଳିର ଲୋକଙ୍କୁ ଅଧିକ ବାଧୁଛି । ଗରିବ ଶ୍ରେଣୀ କଥା ଆହୁରି ଶୋଚନୀୟ । ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ମାର୍କେଟ୍ରେ ଖସିଥିଲେ ସୁଦ୍ଧା ଦରଦାମ୍ କିନ୍ତୁ କମୁନି । ଏନେଇ ବିଜେଡ଼ି ଆସନ୍ତା ୬ ତାରିଖରେ ଆନ୍ଦୋଳନ ମାଧ୍ୟମରେ ପ୍ରତିବାଦ କରିବ ବୋଲି ବିଜେଡ଼ି କହିଛି ।ସେହିଭଳି ବରିଷ୍ଠ ବିଜେଡ଼ି ନେତା ପ୍ରତାପ ଜେନା କହିଛନ୍ତି, ନବୀନ ବାବୁଙ୍କ ସମୟରେ ଏଭଳି ସ୍ଥିତି ଉପୁଜି ନଥିଲା । ଗ୍ୟାସ୍, ପେଟ୍ରୋଲ, ଡିଜେଲ, ଡାଲି, ତେଲ, ଅଣ୍ଡା ଓ ପନିପରିବା ଦର ଅହେତୁକ ଭାବେ ବଢିଛି। ଦରଦାମ୍ ନିୟନ୍ତ୍ରଣ ଦାବିରେ ଆସନ୍ତା ୬ ତାରିଖରେ ସକାଳ ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ଲୋୟର ପିଏମ୍ଜିରେ ବିକ୍ଷୋଭ କରାଯିବ ବୋଲି ପ୍ରତାପ କହିଛନ୍ତି ।ବରିଷ୍ଠ ବିଜେଡ଼ି ନେତା ସଞ୍ଜୟ ଦାସବର୍ମା କହିଛନ୍ତି, ଯେତେବେଳେ ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ଓଡ଼ିଶାରେ ଆସିଲା ସେତେବେଳେ ଦରଦାମ୍ ହୁ ହୁ ହୋଇ ବଢି ଚାଲିଛି । ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ର
ଭୁବନେଶ୍ବର ୩।୧: ଦରଦାମ୍ ବୃଦ୍ଧିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜୁ ଜନତା ଦଳ । ଆସନ୍ତା ୬ ତାରିଖରେ ଲୋୟର ପିଏମ୍ଜିରେ ଆନ୍ଦୋଳନ କରିବ ବିଜେଡି । ଦରଦାମ୍ ବୃଦ୍ଧି ପ୍ରତିବାଦରେ ବିଜେଡ଼ି ଆନ୍ଦୋଳନ କରିବ । ଏ ନେଇ ପ୍ରେସମିଟ୍ କରି ବିଜେଡ଼ିର ବରିଷ୍ଠ ନେତୃତ୍ବ ସୂଚନା ଦେଇଛନ୍ତି ।
ବିଜେଡ଼ି ସମନ୍ଵୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଦରଦାମ୍ ସମସ୍ତଙ୍କୁ ଅତିଷ୍ଠ କଲାଣି । ଗାଁ ଗହଳିର ଲୋକଙ୍କୁ ଅଧିକ ବାଧୁଛି । ଗରିବ ଶ୍ରେଣୀ କଥା ଆହୁରି ଶୋଚନୀୟ । ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ମାର୍କେଟ୍ରେ ଖସିଥିଲେ ସୁଦ୍ଧା ଦରଦାମ୍ କିନ୍ତୁ କମୁନି । ଏନେଇ ବିଜେଡ଼ି ଆସନ୍ତା ୬ ତାରିଖରେ ଆନ୍ଦୋଳନ ମାଧ୍ୟମରେ ପ୍ରତିବାଦ କରିବ ବୋଲି ବିଜେଡ଼ି କହିଛି ।
ସେହିଭଳି ବରିଷ୍ଠ ବିଜେଡ଼ି ନେତା ପ୍ରତାପ ଜେନା କହିଛନ୍ତି, ନବୀନ ବାବୁଙ୍କ ସମୟରେ ଏଭଳି ସ୍ଥିତି ଉପୁଜି ନଥିଲା । ଗ୍ୟାସ୍, ପେଟ୍ରୋଲ, ଡିଜେଲ, ଡାଲି, ତେଲ, ଅଣ୍ଡା ଓ ପନିପରିବା ଦର ଅହେତୁକ ଭାବେ ବଢିଛି। ଦରଦାମ୍ ନିୟନ୍ତ୍ରଣ ଦାବିରେ ଆସନ୍ତା ୬ ତାରିଖରେ ସକାଳ ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ଲୋୟର ପିଏମ୍ଜିରେ ବିକ୍ଷୋଭ କରାଯିବ ବୋଲି ପ୍ରତାପ କହିଛନ୍ତି ।
ବରିଷ୍ଠ ବିଜେଡ଼ି ନେତା ସଞ୍ଜୟ ଦାସବର୍ମା କହିଛନ୍ତି, ଯେତେବେଳେ ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ଓଡ଼ିଶାରେ ଆସିଲା ସେତେବେଳେ ଦରଦାମ୍ ହୁ ହୁ ହୋଇ ବଢି ଚାଲିଛି । ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦାମ୍ ବଢିଛି । ଲୋକେ ହନ୍ତସନ୍ତ । ଓଡିଶାବାସୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଆମେ ଲଢେଇ ଜାରି ରଖିବୁ । ଆଳୁ, ପିଆଜ, ରସୁଣ, ଡାଲି ଜାତୀୟ ସମାଗ୍ରୀ ଦର ଆକାଶ ଛୁଆଁ । ଆମର ଦାବି ରହିବ ଦରଦାମ୍ ନିୟନ୍ତ୍ରଣ କରନ୍ତୁ । ନଚେତ୍ ୬ ତାରିଖ ପରେ ଓଡ଼ିଶାର ୩୦ ଜିଲ୍ଲାରେ ଆନ୍ଦୋଳନ ତୀବ୍ର ହେବ ।
ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ରୋଷେଇ ଘରେ ମହଙ୍ଗା ମାଡ଼ । ମହିଳାଟିଏ ହନ୍ତସନ୍ତ ହେଉଛି । ଡବଲ୍ ଇଞ୍ଜିନ ସରକାର ଦରଦାମ୍ ନିୟନ୍ତ୍ରଣରେ ବିଫଳ । ଡବଲ୍ ଇଞ୍ଜିନ୍ ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିନାହାନ୍ତି । ଯେଉଁଥିଲାଗି ଆମେ ଲୋକ ସେବା ଭବନ ଆଗରେ ବିକ୍ଷୋଭ କରିବୁ ବୋଲି ପ୍ରମିଳା କହିଛନ୍ତି ।
ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ କହିଛନ୍ତି, ୨୦୧୪ରେ ଯେତେବେଳେ ଏନ୍ଡ଼ିଏ ସରକାର ଆସିଲା ସେତେବେଳେ ଅଛେ ଦିନ୍ କଥା କହିଥିଲେ । ଆମ ସରକାର ଥିବା ସମୟରେ ବିଜେପି ଆନ୍ଦୋଳନ କରିଥିଲେ ରାଜ୍ୟ ଭାଟ୍ ହ୍ରାସ କରନ୍ତୁ । ଏବେ ତାଙ୍କ ସରକାର ଆସିଛି ସେମାନେ ଏବେ ଭାଟ୍ ହ୍ରାସ କରନ୍ତୁ । ଦରଦାମ୍ ନିୟନ୍ତ୍ରଣ ନହେଲେ ଆନ୍ଦୋଳନ ଜୋରଦାର ହେବ । ଏହା ବିଜେଡ଼ିର ସ୍ଵର ନୁହଁ ଲୋକଙ୍କ ସ୍ଵର ବୋଲି ବ୍ୟୋମକେଶ କହିଛନ୍ତି ।
You Can Read:
ମାଟି ଅତଡ଼ା ଉପକୁ ମାଡ଼ିଗଲା ତୀର୍ଥଯାତ୍ରୀ ବସ୍, ଅଳ୍ପକେ ବର୍ତ୍ତିଲେ ୬୦ ତୀର୍ଥଯାତ୍ରୀ