ଆବଡେଲ୍ ଅଲ୍-ସିସି ଇଜିପ୍ଟ ରାଷ୍ଟ୍ରପତି ନିର୍ବାଚିତ
କାଇରୋ,୧୯ା୧୨: ଇଜିପ୍ଟ ରାଷ୍ଟ୍ରପତି ଆବଡେଲ୍ ଫତାହ ଅଲ୍-ସିସି ତୃତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ଆରବ ଜଗତର ଏହି ସବୁଠୁ ଜନବହୁଳ ରାଷ୍ଟ୍ରରେ ତାଙ୍କୁ ୮୯.୬ ପ୍ରତିଶତ ଭୋଟ ମିଳିଛି। ଗତ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଇଜିପ୍ଟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତୃତୀୟ ଥର ନିର୍ବାଚିତ ହୋଇଥିବାରୁ ୬୯ ବର୍ଷୀୟ ଅଲ୍-ସିସି ରାଷ୍ଟ୍ରପତି ପଦବୀରେ ଆଉ ୬ ବର୍ଷ ରହିବେ। ଇଜିପ୍ଟ ସମ୍ବିଧାନ ଅନୁଯାୟୀ ଜଣେ ରାଷ୍ଟ୍ରପତି ସର୍ବାଧିକ ୩ ଥର କ୍ଷମତାରେ ରହିପାରିବେ। […] The post ଆବଡେଲ୍ ଅଲ୍-ସିସି ଇଜିପ୍ଟ ରାଷ୍ଟ୍ରପତି ନିର୍ବାଚିତ appeared first on Dharitri Odia News.
କାଇରୋ,୧୯ା୧୨: ଇଜିପ୍ଟ ରାଷ୍ଟ୍ରପତି ଆବଡେଲ୍ ଫତାହ ଅଲ୍-ସିସି ତୃତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ଆରବ ଜଗତର ଏହି ସବୁଠୁ ଜନବହୁଳ ରାଷ୍ଟ୍ରରେ ତାଙ୍କୁ ୮୯.୬ ପ୍ରତିଶତ ଭୋଟ ମିଳିଛି। ଗତ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଇଜିପ୍ଟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତୃତୀୟ ଥର ନିର୍ବାଚିତ ହୋଇଥିବାରୁ ୬୯ ବର୍ଷୀୟ ଅଲ୍-ସିସି ରାଷ୍ଟ୍ରପତି ପଦବୀରେ ଆଉ ୬ ବର୍ଷ ରହିବେ। ଇଜିପ୍ଟ ସମ୍ବିଧାନ ଅନୁଯାୟୀ ଜଣେ ରାଷ୍ଟ୍ରପତି ସର୍ବାଧିକ ୩ ଥର କ୍ଷମତାରେ ରହିପାରିବେ। ମୁଦ୍ରା ମୂଲ୍ୟ ହ୍ରାସ, ଆକାଶଛୁଆଁ ଦରଦାମ୍ ଯୋଗୁ ସୃଷ୍ଟି ହୋଇଥିବା ଆଥିର୍ତ୍କ ସଙ୍କଟ ଏବଂ ପଡୋଶୀ ଗାଜାରେ ଯୁଦ୍ଧ ଯୋଗୁ ଆଞ୍ଚଳିକ ଉତ୍ତେଜନା ସତ୍ତ୍ୱେ ଅଲ୍-ସିସି ବିଜୟୀ ହୋଇଛନ୍ତି।
The post ଆବଡେଲ୍ ଅଲ୍-ସିସି ଇଜିପ୍ଟ ରାଷ୍ଟ୍ରପତି ନିର୍ବାଚିତ appeared first on Dharitri Odia News.