ଶିକ୍ଷାନୁଷ୍ଠାନରେ ଛାତ୍ରୀ ଅସୁରକ୍ଷିତ

ଲକ୍ଷ୍ନୌ/ଗ୍ରେଟର ନଏଡା,୨୦ା୭: ୟୁପି ରାଜଧାନୀ ଲକ୍ଷ୍ନୌସ୍ଥିତ ଏକ ସ୍କୁଲରେ ୪ ବର୍ଷୀୟା ଝିଅ ଜଣକ ପାଠ ପଢ଼ନ୍ତି। ଭ୍ୟାନ୍‌ ଡ୍ରାଇଭର ମହମ୍ମଦ ଆରିଫ୍‌ ଅନ୍ୟ ପିଲାଙ୍କ ସହ ତାଙ୍କୁ ଘରୁ ସ୍କୁଲକୁ ନେବାଆଣିବା କରନ୍ତି। ନିକଟରେ ଶିଶୁକନ୍ୟା ନିଜ ସମ୍ବେଦନଶୀଳ ଅଙ୍ଗରେ ଯନ୍ତ୍ରଣା ଅନୁଭବ କରିବାରୁ ମା’ଙ୍କୁ ଜଣାଇଥିଲେ। ଡାକ୍ତରୀ ଯାଞ୍ଚ ପରେ ଜଣାପଡ଼ିଲା, ସେ ଯୌନ ଅପରାଧର ଶିକାର ହୋଇଛନ୍ତି। ତାଙ୍କ ଗୁପ୍ତାଙ୍ଗରେ କ୍ଷତ ସୃଷ୍ଟି ହୋଇଛି। ପୀଡ଼ିତାଙ୍କ ମା’ ଏନେଇ ପ୍ରିନ୍ସିପାଲଙ୍କ ନିକଟରେ ଅଭିଯୋଗ […] The post ଶିକ୍ଷାନୁଷ୍ଠାନରେ ଛାତ୍ରୀ ଅସୁରକ୍ଷିତ appeared first on Dharitri Odia News.

ଶିକ୍ଷାନୁଷ୍ଠାନରେ ଛାତ୍ରୀ ଅସୁରକ୍ଷିତ

ଲକ୍ଷ୍ନୌ/ଗ୍ରେଟର ନଏଡା,୨୦ା୭: ୟୁପି ରାଜଧାନୀ ଲକ୍ଷ୍ନୌସ୍ଥିତ ଏକ ସ୍କୁଲରେ ୪ ବର୍ଷୀୟା ଝିଅ ଜଣକ ପାଠ ପଢ଼ନ୍ତି। ଭ୍ୟାନ୍‌ ଡ୍ରାଇଭର ମହମ୍ମଦ ଆରିଫ୍‌ ଅନ୍ୟ ପିଲାଙ୍କ ସହ ତାଙ୍କୁ ଘରୁ ସ୍କୁଲକୁ ନେବାଆଣିବା କରନ୍ତି। ନିକଟରେ ଶିଶୁକନ୍ୟା ନିଜ ସମ୍ବେଦନଶୀଳ ଅଙ୍ଗରେ ଯନ୍ତ୍ରଣା ଅନୁଭବ କରିବାରୁ ମା’ଙ୍କୁ ଜଣାଇଥିଲେ। ଡାକ୍ତରୀ ଯାଞ୍ଚ ପରେ ଜଣାପଡ଼ିଲା, ସେ ଯୌନ ଅପରାଧର ଶିକାର ହୋଇଛନ୍ତି। ତାଙ୍କ ଗୁପ୍ତାଙ୍ଗରେ କ୍ଷତ ସୃଷ୍ଟି ହୋଇଛି। ପୀଡ଼ିତାଙ୍କ ମା’ ଏନେଇ ପ୍ରିନ୍ସିପାଲଙ୍କ ନିକଟରେ ଅଭିଯୋଗ କଲେ। କିନ୍ତୁ ପ୍ରିନ୍ସିପାଲ ପିଲା ଓ ସ୍କୁଲର ସମ୍ମାନ ନଷ୍ଟ ହୋଇଯିବ କହି ନୀରବ ରହିବାକୁ ପରାମର୍ଶ ଦେଲେ। ୨ ଦିନ ଅପେକ୍ଷା କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ଭ୍ୟାନ୍‌ ଚାଳକ ଆରିଫ୍‌ ନାବାଳିକା ଛାତ୍ରୀଙ୍କୁ ସ୍କୁଲକୁ ନେବା ପାଇଁ ପୁଣି ସେମାନଙ୍କ ଘରକୁ ଆସିଲେ। ମୁହଁାମୁହଁି ହେବାରୁ ସେ ଜାତିଆଣ ମନ୍ତବ୍ୟ ଦେବା ସହ ଝିଅକୁ ଅପହରଣ କରିନେବେ ବୋଲି ଧମକ ଦେଲେ। ଏନେଇ ଇଷ୍ଟ୍‌ ଲକ୍ଷ୍ନୌ ଡିସିପି ଶଶାଙ୍କ ସିଂ କହିଛନ୍ତି, ଅଭିଯୋଗ ମିଳିବା ପରେ ଜୁଲାଇ ୧୭ରେ ଆରିଫ୍‌ଙ୍କ ବିରୋଧରେ ମାମଲା ରୁଜୁ ସହ ତାଙ୍କୁ ଗିରଫ କରାଯାଇଛି।

The post ଶିକ୍ଷାନୁଷ୍ଠାନରେ ଛାତ୍ରୀ ଅସୁରକ୍ଷିତ appeared first on Dharitri Odia News.