‘ଆମରଣ ଅନଶନ’ରେ ବସିଲେ ପ୍ରଶାନ୍ତ କିଶୋର, ଜାଣନ୍ତୁ କାରଣ…

ପାଟନା,୨।୧: ବିହାର ଲୋକ ସେବା ଆୟୋଗ(ବିପିଏସ୍‌ସି) ପରୀକ୍ଷାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି। ଏସବୁ ମଧ୍ୟରେ ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଗୁରୁବାର ଆମରଣ ଅନଶନ ଆରମ୍ଭ କରିଛନ୍ତି। ବିପିଏସ୍‌ସି ପ୍ରିଲିମ୍‌ ପରୀକ୍ଷା ରଦ୍ଦ ଲାଗି ରାଜ୍ୟର ଛାତ୍ରୀଛାତ୍ର ଦାବି କରୁଥିବା ସତ୍ତ୍ୱେ ତାହା ହେଉ ନ ଥିବା ଜବାବରେ ସେ ଅନଶନରେ ବସିଥିବା ଜଣାପଡ଼ିଛି। ବିପିଏସ୍‌ସି ଛାତ୍ରମାନଙ୍କ ବିରୋଧ ପ୍ରଦର୍ଶନରେ ସାମିଲ ହେବାକୁ ନେଇ ପ୍ରଶାନ୍ତ କିଶୋର କହିଛନ୍ତି, ବିହାର ସରକାର ଅହଙ୍କାରୀ। […] The post ‘ଆମରଣ ଅନଶନ’ରେ ବସିଲେ ପ୍ରଶାନ୍ତ କିଶୋର, ଜାଣନ୍ତୁ କାରଣ… appeared first on Dharitri Odia News.

‘ଆମରଣ ଅନଶନ’ରେ ବସିଲେ ପ୍ରଶାନ୍ତ କିଶୋର, ଜାଣନ୍ତୁ କାରଣ…

ପାଟନା,୨।୧: ବିହାର ଲୋକ ସେବା ଆୟୋଗ(ବିପିଏସ୍‌ସି) ପରୀକ୍ଷାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି। ଏସବୁ ମଧ୍ୟରେ ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଗୁରୁବାର ଆମରଣ ଅନଶନ ଆରମ୍ଭ କରିଛନ୍ତି। ବିପିଏସ୍‌ସି ପ୍ରିଲିମ୍‌ ପରୀକ୍ଷା ରଦ୍ଦ ଲାଗି ରାଜ୍ୟର ଛାତ୍ରୀଛାତ୍ର ଦାବି କରୁଥିବା ସତ୍ତ୍ୱେ ତାହା ହେଉ ନ ଥିବା ଜବାବରେ ସେ ଅନଶନରେ ବସିଥିବା ଜଣାପଡ଼ିଛି।

ବିପିଏସ୍‌ସି ଛାତ୍ରମାନଙ୍କ ବିରୋଧ ପ୍ରଦର୍ଶନରେ ସାମିଲ ହେବାକୁ ନେଇ ପ୍ରଶାନ୍ତ କିଶୋର କହିଛନ୍ତି, ବିହାର ସରକାର ଅହଙ୍କାରୀ। ମୁଁ ତାଙ୍କୁ ବିରୋଧ କରୁଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଛାତ୍ରୀଛାତ୍ରଙ୍କୁ ଭେଟିବା ଉଚିତ ବୋଲି ମନେ କଲେ ନାହିଁ, ହେଲେ ଛାତ୍ରମାନେ ଆନ୍ଦୋଳନରୁ ହଟିବାକୁ ସହମତି ପ୍ରକାଶ କରିଛନ୍ତି। ଯେତେବେଳେ ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ ପରୀକ୍ଷା ଆୟୋଜନ କରାଯାଇପାରିବ ନାହିଁ, ସେତେବେଳେ ଆମ ଭଳି ଲୋକ କେବଳ ଗୋଟିଏ ରାସ୍ତା, ଏଣୁ ମୁଁ ଅନିଶ୍ଚିତକାଳ ପାଇଁ ଅନଶନ କରିବାକୁ ଯାଉଛି ବୋଲି ସେ କହିଛନ୍ତି।

ପ୍ରଶାନ୍ତ କିଶୋର ଏହି ଘୋଷଣା ଐତିହାସିକ ଗାନ୍ଧୀ ମଇଦାନରେ କରିଛନ୍ତି। ସେ ନିଜର ଅନଶନ ନେଇ କହିଛନ୍ତି ଯେ, ମୋର ଦାବିରେ ପରୀକ୍ଷା ରଦ୍ଦ କରିବା ଏବଂ ନୂଆ ପଦ୍ଧତିରେ ପରୀକ୍ଷା ଆୟୋଜିତ କରିବା ସାମିଲ ଅଛି। ମୁଁ ସେହି ଭ୍ରଷ୍ଟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛି, ଯେଉଁମାନେ ପରୀକ୍ଷା ଜରିଆରେ ଭର୍ତ୍ତି ହେବାକୁ ଥିବା ପଦଗୁଡ଼ିକୁ ବିକ୍ରି କରିଛନ୍ତି।

The post ‘ଆମରଣ ଅନଶନ’ରେ ବସିଲେ ପ୍ରଶାନ୍ତ କିଶୋର, ଜାଣନ୍ତୁ କାରଣ… appeared first on Dharitri Odia News.