ଆମେ ସବୁବେଳେ ଏଇଠୁ ଅଛୁ; 'ନିଖୋଜ ଜେଣ୍ଟେଲମ୍ୟାନ' ନାଁ ଦିଆଯିବା ଉପରେ ନିର୍ବାଚନ ଆୟୋଗଙ୍କ ଜବାବ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରିଣାମ ଘୋଷଣାର ଗୋଟିଏ ଦିନ ପୂର୍ବରୁ ନିର୍ବାଚନ ଆୟୋଗ ସୋମବାର ସାମ୍ୱାଦିକ ସମ୍ମିଳନୀ କରି ସମାଲୋଚକଙ୍କୁ ଜବାବ ଦେଇଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ସୋସିଆଲ୍ ମିଡିଆରେ ଆଲୋଚନା ଏବଂ ସେଥିରେ ଆୟୋଗକୁ ନିଖୋଜ ଜେଣ୍ଟେଲମ୍ୟାନ୍ ନାଁ ଦିଆଯିବା ଉପରେ ମଧ୍ୟ ଜବାବ ଦେଇଛନ୍ତି । ରାଜୀବ କୁମାର ନିର୍ବାଚନ ଆୟୋଗକୁ ସୋସିଆଲ୍ ମିଡିଆରେ କିଛି ଲୋକଙ୍କ ଦ୍ୱାରା ନିଖୋଜ ଜେଣ୍ଟେଲମ୍ୟାନ ନାଁ ଦିଆଯିବା ଉପରେ କହିଛନ୍ତି ଯେ ଆମେ ସବୁବେଳେ ଏଇଠି ଅଛୁ । ସେ କହିଛନ୍ତି, 'ଏବେ ମିମ୍ ତିଆରି କରୁଥିବା ଲୋକ କହିପାରିବେ ଯେ ନିଖୋଜ ଜେଣ୍ଟେଲମ୍ୟାନ ଫେରି ଆସିଛି ।'ମୁଖ୍ୟ ନିର୍ବାଚନ କମିଶନର ମତଗଣନାରେ କୌଣସି ପ୍ରକାର ହେରାଫେରି ସମ୍ଭାବନାକୁ ଖଣ୍ଡନ କରିଛନ୍ତି ଏବଂ କହିଛନ୍ତି ଯେ ମତଗଣନା କେନ୍ଦ୍ରରେ ଉପଦ୍ରବକାରୀଙ୍କ ଉପରେ କଠୋର ଆକ୍ସନ ନିଆଯିବ । ମୁଖ୍ୟ ନିର୍ବାଚନ ଆୟୋଗ କହିଛନ୍ତି ଯେ ଆମେ ଏହି ନିର୍ବାଚନରେ ନିରପେକ୍ଷତା ସହ କାମ କରିଛୁ ଏବଂ ଅନେକ ଦଳର ପ୍ରତିନିଧିମଣ୍ଡଳ ଦ୍ୱାରା ଅଣାଯାଇଥିବା ଅନେକ ପ୍ରସଙ୍ଗର ସମାଧାନ କରିଛୁ । ରାଜୀବ କୁମାର କହିଛନ୍ତି, 'ମାଗଣାରେ ବଣ୍ଟା ଯାଉଥିବା ସାମଗ୍ରୀ, ଡ୍ରଗ୍ସ ଏବଂ ମଦ ସମେତ ୧୦,୦୦୦ କୋଟି ଟଙ୍କା ନଗଦ ଜବତ କରାଯାଇଛି । ୨୦୧୯ରେ ଏହି ରାଶି ୩୫୦୦ କୋଟି ଟଙ୍କା ଥିଲା ।'#WATCH | On Lok Sabha elections, CEC Rajiv Kumar says, "Due to the meticulous
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରିଣାମ ଘୋଷଣାର ଗୋଟିଏ ଦିନ ପୂର୍ବରୁ ନିର୍ବାଚନ ଆୟୋଗ ସୋମବାର ସାମ୍ୱାଦିକ ସମ୍ମିଳନୀ କରି ସମାଲୋଚକଙ୍କୁ ଜବାବ ଦେଇଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ସୋସିଆଲ୍ ମିଡିଆରେ ଆଲୋଚନା ଏବଂ ସେଥିରେ ଆୟୋଗକୁ ନିଖୋଜ ଜେଣ୍ଟେଲମ୍ୟାନ୍ ନାଁ ଦିଆଯିବା ଉପରେ ମଧ୍ୟ ଜବାବ ଦେଇଛନ୍ତି । ରାଜୀବ କୁମାର ନିର୍ବାଚନ ଆୟୋଗକୁ ସୋସିଆଲ୍ ମିଡିଆରେ କିଛି ଲୋକଙ୍କ ଦ୍ୱାରା ନିଖୋଜ ଜେଣ୍ଟେଲମ୍ୟାନ ନାଁ ଦିଆଯିବା ଉପରେ କହିଛନ୍ତି ଯେ ଆମେ ସବୁବେଳେ ଏଇଠି ଅଛୁ । ସେ କହିଛନ୍ତି, 'ଏବେ ମିମ୍ ତିଆରି କରୁଥିବା ଲୋକ କହିପାରିବେ ଯେ ନିଖୋଜ ଜେଣ୍ଟେଲମ୍ୟାନ ଫେରି ଆସିଛି ।'
ମୁଖ୍ୟ ନିର୍ବାଚନ କମିଶନର ମତଗଣନାରେ କୌଣସି ପ୍ରକାର ହେରାଫେରି ସମ୍ଭାବନାକୁ ଖଣ୍ଡନ କରିଛନ୍ତି ଏବଂ କହିଛନ୍ତି ଯେ ମତଗଣନା କେନ୍ଦ୍ରରେ ଉପଦ୍ରବକାରୀଙ୍କ ଉପରେ କଠୋର ଆକ୍ସନ ନିଆଯିବ । ମୁଖ୍ୟ ନିର୍ବାଚନ ଆୟୋଗ କହିଛନ୍ତି ଯେ ଆମେ ଏହି ନିର୍ବାଚନରେ ନିରପେକ୍ଷତା ସହ କାମ କରିଛୁ ଏବଂ ଅନେକ ଦଳର ପ୍ରତିନିଧିମଣ୍ଡଳ ଦ୍ୱାରା ଅଣାଯାଇଥିବା ଅନେକ ପ୍ରସଙ୍ଗର ସମାଧାନ କରିଛୁ । ରାଜୀବ କୁମାର କହିଛନ୍ତି, 'ମାଗଣାରେ ବଣ୍ଟା ଯାଉଥିବା ସାମଗ୍ରୀ, ଡ୍ରଗ୍ସ ଏବଂ ମଦ ସମେତ ୧୦,୦୦୦ କୋଟି ଟଙ୍କା ନଗଦ ଜବତ କରାଯାଇଛି । ୨୦୧୯ରେ ଏହି ରାଶି ୩୫୦୦ କୋଟି ଟଙ୍କା ଥିଲା ।'
#WATCH | On Lok Sabha elections, CEC Rajiv Kumar says, "Due to the meticulous work of the election personnel we ensured fewer repolls - we saw 39 repolls in Lok Sabha polls 2024 as opposed to 540 in 2019 and 25 out of 39 repolls were in 2 States only." pic.twitter.com/7cwDYuLWPR— ANI (@ANI) June 3, 2024
ରାଜୀର କୁମାର କହିଛନ୍ତି ଯେ ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରାୟ ୪ ଲକ୍ଷ ଗାଡ଼ି, ୧୩୫ ସ୍ୱତନ୍ତ୍ର ଟ୍ରେନ୍ ଏବଂ ୧୬୯୨ ଉଡାଣ ବ୍ୟବହାର କରାଯାଇଛି । ସେ କହିଛନ୍ତି ଯେ ୨୦୨୪ ସାଧାରଣ ନିର୍ବାଚନରେ କେବଳ ୩୯ ପୁନଃମତଦାନ କରାଯାଇଛି । ୨୦୧୯ରେ ୫୪୦ଥର ପୁନଃମତଦାନ ହୋଇଥିଲା ।